ଅପରାଧ

ଆମେରିକାରେ ୨ ଭାରତୀୟ ଛାତ୍ରଙ୍କ ରହସ୍ୟଜନକ ମୃତ୍ୟୁ – Kalinga News

[ad_1]

ନୂଆଦିଲ୍ଲୀ: ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶର ଦୁଇଜଣ ଛାତ୍ର ଉଚ୍ଚଶିକ୍ଷା ପାଇଁ ଆମେରିକାରେ ପହଞ୍ଚିବାର ମାତ୍ର ୧୬ ଦିନ ପରେ ରବିବାର କନେକ୍ଟିକଟ୍‌ରେ ସନ୍ଦେହଜନକ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ଘଟିଛି। କନେକଟିକଟ ପୁଲିସ ଗଟ୍ଟୁ ଦିନେଶ (୨୨) ଓ ନିକେଶଙ୍କ ପିତାମାତାଙ୍କୁ ଜଣାଇଥିଲା ଯେ ଶୋଇଥିବା ଅବସ୍ଥାରେ ଏକା ରୁମ୍‌ରେ ଦୁଇ ସାଙ୍ଗଙ୍କର ମୃତ୍ୟୁ ଘଟିଛି। ଦିନେଶ ତେଲେଙ୍ଗାନାର ୱାନାପାର୍ଥି ଏବଂ ନିକେଶ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମର ବାସିନ୍ଦା ଥିଲେ। ମୃତ୍ୟୁର ପ୍ରକୃତ କାରଣ ସମ୍ପର୍କରେ କୌଣସି ଆନୁଷ୍ଠାନିକ ସୂଚନା ମିଳି ନ ଥିବାବେଳେ ଦିନେଶଙ୍କ ବାପା ଗଟ୍ଟୁ ଭେଙ୍କାନା ‘କାର୍ବନ ମନୋକ୍ସାଇଡ୍-ଜନିତ ବିଷକ୍ରିୟା’ ସନ୍ଦେହ କରୁଛନ୍ତି।

ଯେତେବେଳେ ସ୍ଥାନୀୟ ବନ୍ଧୁମାନେ ସେମାନଙ୍କ ଘରକୁ ଯାଇ ଦୁହିଁଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ, ସେମାନେ ଉଠି ନ ଥିଲେ। ପରେ ଉଭୟଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ସେମାନଙ୍କୁ ମୃତ ଘୋଷଣା କରାଯାଇଥିଲା। ମୃତ୍ୟୁର କାରଣ ଜଣାପଡ଼ିନାହିଁ ବୋଲି ଦିନେଶଙ୍କ ମାମୁଁ ସାଇନାଥ କହିଛନ୍ତି। ଦିନେଶଙ୍କ ବାପା ଭେଙ୍କାନା ଜଣେ ରିଅଲ ଇଷ୍ଟେଟ୍ ବ୍ୟବସାୟୀ। ନିକେଶଙ୍କ ପାରିବାରିକ ବିବରଣୀ ଅସ୍ପଷ୍ଟ ରହିଛି। ଦିନେଶ ଗତବର୍ଷ ଚେନ୍ନାଇର ଏକ ଘରୋଇ ବିଶ୍ୱବିଦ୍ୟାଳୟରୁ କମ୍ପ୍ୟୁଟର ବିଜ୍ଞାନରେ ବିଟେକ୍ ଡିଗ୍ରି ହାସଲ କରିଥିଲେ ଏବଂ କନେକ୍ଟିକଟର ସେକ୍ରେଡ ହାର୍ଟ ୟୁନିଭର୍ସିଟିରେ ସିଟ୍ ପାଇଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button