ଅପରାଧ

ଅନେକ ଓଷା ବ୍ରତ କରି ୫ଝିଅ ପରେ ପୁଅକୁ ପାଇଥିଲି, ହିଂସାରେ ଗଲା ତାର ଜୀବନ: ମା’ – Kalinga News

[ad_1]

ନୂଆଦିଲ୍ଲୀ: ଫେବ୍ରୁଆରି ୮ରେ ଉତ୍ତରାଖଣ୍ଡର ନେନିତାଲ ଜିଲ୍ଲାର ହଲଦୱାନୀ ହିଂସା ଆରମ୍ଭ ହୋଇଥିଲା। ବନଭୁଲପୁରାରେ ଏକ “ବେଆଇନ ଭାବେ ନିର୍ମିତ” ମଦ୍ରାସା ଭାଙ୍ଗିବା ପରେ ଏହି ହିଂସା ଆରମ୍ଭ ହୋଇଥିଲା। ହିଂସାକୁ ଆୟତ୍ତ କରିବା ପାଇଁ ପୁଲିସ କର୍ଫ୍ୟୁ ଲାଗୁ କରିଥିଲା।

ହଲଦୱାନୀ ହିଂସାରେ ବନଭୁଲପୁରାରେ ଏପର୍ଯ୍ୟନ୍ତ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି । ମୃତକ ମଧ୍ୟରେ ବିହାରର ଆରାର ଶ୍ୟାମଦେବ ସିଂହଙ୍କ ପୁଅ ପ୍ରକାଶ କୁମାର ଥିବା ଜଣାପଡ଼ିଛି। ଯାହାଙ୍କ ମୃତଦେହ ରେଳ ଧାରଣାରୁ ଜବତ ହୋଇଥିଲା। ମୃତକଙ୍କ ମୁଣ୍ଡରେ ଅନେକ ଗୁଳି ଲାଗିଥିବାର ଚିହ୍ନ ଦେଖିବାକୁ ମିଳିଥିଲା।

ସୂଚନାଯୋଗ୍ୟ, ପ୍ରକ‌ାଶ କୁମାର (୨୪) ଚାକିରି ପାଇଁ ଉତ୍ତରାଖଣ୍ଡ ଯାଇଥିଲେ। ସେ ସେଠାରେ ସୃଷ୍ଟି ହୋଇଥିବା ହିଂସାର ଶିକାର ହୋଇଥିଲେ। ଗୁଳି ବାଜିବାରୁ ସେ ରେଳ ଧାରଣାରେ ଟଳି ପଡ଼ିଥିଲେ। ପ୍ରକାଶଙ୍କ ମୃତ୍ୟୁ ଖବର ପାଇବା ପରେ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି।

ପ୍ରକାଶଙ୍କ ମା’, ବାପା ଓ ଭଉଣୀଙ୍କ କହିବାନୁସାରେ, ପ୍ରକାଶ ଘରର ଏକମାତ୍ର ‌ରୋଜଗାରିଆ ଥିଲା। ବିହାରରେ ସେ କାମ କରି ପାରିବାରର ସମସ୍ତଙ୍କ କଥା ବୁଝୁଥିଲା। କିଏ ଜଣେ ତାକୁ ନୈନିତାଲରେ ଭଲ ଚାକିରି ମିଳୁଛି କହିଥିଲେ। ତେଣୁ ସେ କିଛିଦିନ ହେବ ଚ‌ାକିରି ପାଇଁ ଉତ୍ତରାଖଣ୍ଡ ଯାଇଥିଲା। ଆଉ ଫୋନରେ କହିଥିଲା ମୋର ଚ‌ାକିରି ହୋଇଗଲେ ମୁଁ ସମସ୍ତଙ୍କ ପାଇଁ ଉପହାର ନେଇ ଆସିବି। କିନ୍ତୁ ତାର ଚାକିରି ପାଇବା ଖବରକୁ ଅପେକ୍ଷା କରି ରହିଥିବା ବେଳେ ଏଭଳି ଏକ ଖବର ଶୁଣିବୁ ବୋଲି ‌କେବେ ସ୍ବପ୍ନ‌ରେ ବି ଭାବି ନଥିଲୁ।’



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button