ଅପରାଧ

ହତ୍ୟା ପରେ ପୁଅ ସହିତ ରହିବାକୁ ଚାହୁଁଥିଲେ ବେଙ୍ଗାଲୁରୁର ସିଇଓ ସୂଚନା – Kalinga News

[ad_1]

 ନୂଆଦିଲ୍ଲୀ: ବେଙ୍ଗାଲୁରୁର ସିଇଓ ସୂଚନା ସେଠଙ୍କୁ ୪ବର୍ଷର ପୁଅକୁ ହତ୍ୟା କରିବା ଘଟଣାରେ ଗୋଆ ପୁଲିସ ଗିରଫ କରି ହେପାଜତକୁ ନେଇଛି। ତେବେ ଗିରଫ ପରେ ସୂଚନାଙ୍କୁ ନେଇ ନୂଆନୂଆ ତଥ୍ୟା ସାମ୍ନାକୁ ଆସୁଛି। ଆଜି ସୂଚନାଙ୍କ ସ୍ବାମୀ ଭେଙ୍କଟ ରମଣ ନିଜର ବୟାନ ରେକର୍ଡ ପାଇଁ ଥାନାରେ ପହଞ୍ଚିଛନ୍ତି। ଏହି ମାମଲାରେ ଭେଙ୍କଟଙ୍କ ବୟ‌ାନ ଅନେକ ଗୁରୁତ୍ବ ରଖୁଛି।

ଏହି ହତ୍ୟା ଘଟଣାକୁ ନେଇ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି। ସୂଚନା ସେଠ ପୁଅକୁ ହତ୍ୟା କରିବା ପରେ ମୃତଦେହ ସହିତ ଆପାର୍ଟମେଣ୍ଟରେ ୧୫ରୁ ୧୮ଘଣ୍ଟା ରହିଥିଲେ। ଏହାପରେ ଜାନୁଆରି ୭ ଓ ୮ ତାରିଖ ରାତି ୧୨ଟାରେ ‌‌ସୂଚନା ଆପାର୍ଟମେଣ୍ଟ ଛାଡ଼ିଥିଲେ।

ଧରାପଡ଼ିବା ପରେ ପୁଲିସ ସୂଚନାଙ୍କୁ ପଚାରିଥିଲା କି ପୁଅର ହତ୍ୟା କରିବା ପରେ ମୃତଦେହକୁ ବ୍ୟାଗରେ ଭର୍ତ୍ତି କରି କାହିଁକି ନେଇ ଯାଉଥିଲ। ଏହାର ଉତ୍ତରରେ ସୂଚନା କହିଥିଲେ, ‘ମୁଁ ଚାହୁଁଥିଲି ‌ବେଙ୍ଗାଲୁରୁସ୍ଥିତ ଘରେ ପୁଅ ‌ମୋ ସହିତ ସବୁଦିନ ରହୁ। ସେ ମୋତେ ଛାଡ଼ି କେଉଁଆଡେ ବି ନଯାଉ।’

ପୁଲିସ ସୂତ୍ରରୁ ପ୍ରକାଶ, ସୂଚନାଙ୍କ ପୁଅର ଶବବ୍ୟବଚ୍ଛେଦ ରିପୋର୍ଟ ଆସି ଯାଇଛି। ଏଥିରୁ ପୁଅର ମୃତ୍ୟୁ ଗଳାଚିପି ନଚେତ ଶ୍ବାସରୁଦ୍ଧ ହୋଇ ହୋଇଥିବା ଜଣାପଡ଼ିଛି। ଏପଟେ ସୂଚନା ତଦନ୍ତରେ ଆଦୌ ସହଯୋଗ କରୁନାହାନ୍ତି। ଯାହାବି ପଚାରିଲେ ଚୁପ ରହୁଛନ୍ତି। କୌଣସି ପ୍ରକାର ଭୟ ବି କି ପଶ୍ଚତାପ ତାଙ୍କ ମୁଖମଣ୍ଡଳରେ ଦେଖିବାକୁ ମିଳୁନାହିଁ।

ଏମିତି ହେଲେ ଅଗାକୁ ଅସୁବିଧା ହେବ। କାରଣ ପୁଲିସର ରିମାଣ୍ଡ ବହୁତ ଶୀଘ୍ର ଶେଷ ହୋଇଯିବ। ଏହାପରେ ସୂଚନାଙ୍କୁ କୋର୍ଟରେ ହାଜର କରିବାକୁ ପଡ଼ିବ। ଯଦି ବିଚାରପତି ତାଙ୍କୁ ଜେଲ ପଠାଇ ଦିଅନ୍ତି ତେବେ ଏହି ହତ୍ୟା ଘଟଣାର ସଠିକ ତଦନ୍ତରେ ଅସୁବିଧା ହେବ। ତେଣୁ ପୁଲିସ ଚାହୁଁଛି କୋର୍ଟରେ ହାଜର ହେବା ପୂର୍ବରୁ ସୂଚନା ତାଙ୍କ ଦୋଷ ସ୍ବୀକାର କରି ନିଅନ୍ତୁ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button