ପ୍ରେମୀଙ୍କ ସହ ମିଶି ଶିକ୍ଷକ ସ୍ବାମୀଙ୍କୁ ନିଆଁ ଲଗାଇ ହତ୍ୟା କଲା ସ୍ତ୍ରୀ – Kalinga News
[ad_1]
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କାନପୁରର ପାନକି ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଶିକ୍ଷକ ସ୍ବାମୀଙ୍କୁ କୋଠରୀରେ ବନ୍ଦ କରି ସ୍ତ୍ରୀ ନିଆଁ ଲଗାଇ ହତ୍ୟା କରିଛନ୍ତି। ମୃତ ଶିକ୍ଷକଙ୍କ ନାମ ଦିନାରାମ ସୋନକର ବୋଲି ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ଫତେହପୁରର ଦେଓରୀ ଗାଁରେ ଦିନାରାମ ସୋନକର ବସବାସ କରନ୍ତି। ସେ କାନପୁର ଦେହତର ରସଦାନରେ ଅବସ୍ଥିତ ଗ୍ରାମ ବିକାଶ ଇଣ୍ଟର କଲେଜର ସମାଜବିଜ୍ଞାନ ଶିକ୍ଷକ ଥିଲେ। ଦେହତର ୨୦୦୯ ମସିହାରେ ସଙ୍ଗୀତା ଦେବୀଙ୍କୁ ବିବାହ କରିଥିଲେ। ଦୁହିଁଙ୍କ ଏକ ୧୨ବର୍ଷର ପୁଅ ଅଛନ୍ତି। ଯାହାଙ୍କ ନାମ ଆଦ୍ବିକ ରହିଛି। ଦେହତରଙ୍କ ସ୍ତ୍ରୀ ସଙ୍ଗୀତାଙ୍କ ଅନ୍ୟ ଜଣେ ପୁରୁଷଙ୍କ ସହିତ ଅନୈତିକ ସମ୍ପର୍କ ଥିଲା। ତିନିମାସ ତଳେ ହରବଶପୁର ଗ୍ରାମର ନିବାସୀ ପୱନଙ୍କ ସହ ସଙ୍ଗୀତାଙ୍କୁ ଦେହତର ଆପତ୍ତିଜନକ ଅବସ୍ଥାରେ ଦେଖି ନେଇଥିଲେ। ଏହି କାରଣରୁ ଦମ୍ପତିଙ୍କ ମଧ୍ୟରେ ପ୍ରାୟତଃ କଳହ ଲାଗି ରହୁଥିଲା। ତେଣୁ ସଙ୍ଗୀତା ତାଙ୍କ ପୁଅକୁ ଧରି ଅଲଗା ରହୁଥିଲେ।
ଦିନାରାମଙ୍କ ଭାଇ ଅନୁଜ କହିଛନ୍ତି, ’ଗତ ରବିବାର ଦିନ ଭାଉଜ ସଙ୍ଗୀତା ଭାଇ ଦିନାରାମଙ୍କୁ କିଛି ଜରୁରୀ କଥା ଅଛି ବୋଲି ଡାକିଥିଲେ। ଭାଇ ବି ଭାଉଜଙ୍କ କଥାକୁ ବିଶ୍ବାସ କରି ଚାଲି ଯାଇଥିଲେ। ଏହାପରେ ଭାଇ ମୋତେ ଫୋନ କରି କହିଥିଲେ ମୋତେ ବଞ୍ଚାଇ ଦେ ସଙ୍ଗୀତା ତାର ପ୍ରେମିକ ଓ କିଛି ସାଥୀଙ୍କ ସହ ମିଶି ମୋତେ ଘରେ ବନ୍ଦ କରି ଦେଇ ହତ୍ୟା କରିବାକୁ ଉଦ୍ୟମ କରୁଛି।
ମୁଁ ଭାଇଙ୍କ ଏହି ଫୋନ କଲ ପାଇ ତୁରନ୍ତ ପୁଲିସକୁ ଜଣାଇଥିଲି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା କିନ୍ତୁ ସେତେବେଳକୁ ସବୁକିଛି ସରି ଯାଇଥିଲା। ଭାଉଜ ଓ ତାଙ୍କ ସାଥୀମାନେ ଲଗାଇଥିବା ନିଆଁରେ ମୋ ଭାଇ ଜଳି ପାଉଁଶ ହୋଇଯାଇଥିଲା।
ଏହି ଘଟଣାରେ ସାମିଲ ଥିବା ସଂଗୀତ, ପୱନ (ସଙ୍ଗୀତାଙ୍କ ପ୍ରେମିକ), ଓକିଲ ସଞ୍ଜୀବ ଏବଂ ଅନ୍ୟସାଥୀମାନଙ୍କୁ ପୁଲିସ ଅଟକ ରଖି ପଚରାଉଚରା ଜାରି ରଖିଥିବା ବେଳେ ଡେପୁଟି କମିସନର ପୁଲିସ (ପଶ୍ଚିମ) ବିଜୟ ଧୁଲ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛନ୍ତି।
कानपुर में दिन दहाड़े एक दिल दहला देने वाली वारदात हुई है। महिला ने प्रेमी और वकील के साथ मिलकर शिक्षक पति को कमरे में बंद करके जिंदा फूंक दिया…।
वारदात पनकी के पतरसा गांव में हुई है, वकील ने समझौते की बात कहकर शिक्षक को अपने घर पर बुलाया था…।#kanpur #shikshak #murder pic.twitter.com/ig9mmhHOTV
— Dilip Singh (@dileepsinghlive) January 28, 2024
[ad_2]