ଅପରାଧ

ଗିରଫ ପ‌ରେ ସୂଚନାଙ୍କୁ ନେଇ ସାମ୍ନାକୁ ଆସିଲା ୧୦ଟି ଚାଞ୍ଚଲ୍ୟକର ତଥ୍ୟ – Kalinga News

[ad_1]

ନୂଆଦିଲ୍ଲୀ: ଗୋଆରେ ନିଜର ୪ ବର୍ଷର ଶିଶୁକୁ ହତ୍ୟା କରିଥିବା ବେଙ୍ଗାଲୁରୁର ସିଇଓ ସୂଚନା ସେଠ (ବେଙ୍ଗାଲୁରୁର ସିଇଓ) ବର୍ତ୍ତମାନ ପୁଲିସ ହେପାଜତରେ ଅଛନ୍ତି। ଗିରଫ ପରେ ସୂଚନାଙ୍କୁ ନେଇ କିଛି ଚାଞ୍ଚଲ୍ୟକର ତଥ୍ୟା ସମ୍ନାକୁ ଆସିଛି।

୧.ସାମ୍ନାକୁ ଆସିଥିବା ତଥ୍ୟାଗୁଡ଼ିକ ମଧ୍ୟରେ ରହିଛି ଗୋଆ ପୁଲିସକୁ ଗତଗୁରୁବାର ଦିନ ସୂଚନା ସେଠଙ୍କ ଭଡ଼ାଘରୁ ଏକ ହାତଲେଖା ଚିଠି ମିଳିଛି। ଏହି ଚିଠିରେ ସୂଚନା ଲେଖିଥିଲେ, ‘କୋର୍ଟ ମୋର ସ୍ୱାମୀଙ୍କୁ ମୋ ପୁଅ ସହିତ ଭେଟିବାକୁ ଅନୁମତି ଦେଇଥିଲେ। ଯାହାକୁ ମୁଁ ଗ୍ରହଣ କରି ପାରୁନାହିଁ। ମୋ ସ୍ୱାମୀ ହିଂସ୍ର। ସେ ମୋ ପୁଅକୁ ଭୁଲ ଶିକ୍ଷା ଦେଉଥିଲେ। ମୁଁ ତାଙ୍କୁ ଗୋଟିଏ ଦିନ ବି ମୋ ପୁଅକୁ ଦେଇ ପାରିବି ନାହିଁ।’

୨.ପୁଲିସର ପଚରାଉଚରା ବେଳେ ସୂଚନା କହିଥିଲେ, ‘ପୁଅକୁ ହତ୍ୟା କରିବା ପୂର୍ବରୁ ମୁଁ ତାକୁ ଗୀତ ଗାଇ ଶୁଣାଇଥିଲି। କାରଣ ସେ ଶୋଇପଡ଼ିଲେ ମୋତେ ତାକୁ ହତ୍ୟା କରିବାକୁ ସୁବିଧା ହେବ। ତାକୁ କଷ୍ଟ ବି ହେବନାହିଁ।

୩.ପୁଲିସ ସୂତ୍ରରୁ ପ୍ରକାଶ ଯେ ପୁଅକୁ ହତ୍ୟା କରିବା ପୂର୍ବରୁ ସୂଚନା ଡାକ୍ତରଙ୍କ ସହ ଯୋଗାଯୋଗ କରିଥିଲେ। ଏହି ହତ୍ୟାକାଣ୍ଡ ପରେ ସୂଚନାଙ୍କ କଲ୍ ବିବରଣୀ ଅନୁସନ୍ଧାନ କରାଯାଉଛି। ଏବଂ ଏହି ଘଟଣାରେ ଆଉ କିଏ ସାମିଲ ଅଛନ୍ତି କି ନାହିଁ ତାହାର ଯାଞ୍ଚ ବି କରାଯାଉଛି।

୪.ପୁଲିସ ସୂଚନା ଅନୁସାରେ, ସୂଚନାଙ୍କ ଘରୁ କଫ ସିରପ ବୋତଲ ଜବତ କରାଯାଇଛି। ପଚରାଉଚରା ବେଳେ ସୂଚନା କହିଥିଲେ ଯେ ସେ ପୁଅକୁ ଚେତାଶୂନ୍ୟ କରିବା ପାଇଁ ଏହି କଫ ସିରପ ବ୍ୟବହାର କରିଥିଲେ।

୫.ସୂଚନା ମୁତାବକ ଗୋଆସ୍ଥିତ ଯେଉଁ ଆପାର୍ଟମେଣ୍ଟରେ ସୂଚନା ରହିଥିଲେ ସେଠାରୁ ପୁଲିସ ଏକ ଛୁରୀ, ତଉଲିଆ ଏବଂ ତକିଆ ଜବତ କରିଛି। ଜାନୁଆରି ୬ ତାରିଖରେ ସୂଚନା ଏହି ଆପାର୍ଟମେଣ୍ଟକୁ ଆସି ଜାନୁଆରି ୮ ପର୍ଯ୍ୟନ୍ତ ରହିଥିଲେ। ସେ ତାଙ୍କ ପୁଅକୁ ହତ୍ୟା କରିବା ପରେ ମୃତଦେହକୁ ଏକ ବ୍ୟାଗରେ ରଖି କର୍ଣ୍ଣାଟକକୁ ଚାଲି ଯାଇଥିଲେ।

୬.ସୂଚନା ତଦନ୍ତରେ ସହଯୋଗ କରୁନାହାନ୍ତି କି ପୁଅ ହତ୍ୟା କରିବା ପ‌ରେ ତାଙ୍କର କୌଣସି ପଶ୍ଚତାପ ନାହିଁ ବୋଲି ପୁଲିସ କହିଛି।

୭. ସୂଚନା ସ୍ବାମୀ ଭେଙ୍କଟଙ୍କ ବିରୋଧରେ ଅଗଷ୍ଟ ୨୦୨୨ ରେ ଘରୋଇ ହିଂସା ମାମଲା ରୁଜୁ କରିଥିଲେ।

୮. ଭେଙ୍କଟ ତାଙ୍କୁ ଏବଂ ତାଙ୍କ ପୁଅକୁ ପିଟିଛନ୍ତି ବୋଲି ସୂଚନା ସେଠ ଅଭିଯୋଗ କରି କହିଥିଲେ। ତେବେ ଭେଙ୍କଟ କୋର୍ଟରେ ଏହି ଅଭିଯୋଗକୁ ଅସ୍ୱୀକାର କରିଥିଲେ।

୯. ପ୍ରଥମେ କୋର୍ଟ ଭେଙ୍କଟଙ୍କୁ ତାଙ୍କ ପତ୍ନୀଙ୍କ ଘରକୁ ଯିବାକୁ ବାରଣ କରିଥିଲେ। କେବଳ ଏତିକି ନୁହେଁ, କୋର୍ଟ ତାଙ୍କ ପତ୍ନୀ ସୂଚନା ଏବଂ ପିଲାଙ୍କ ସହ କଥା ହେବାକୁ ମଧ୍ୟ ମନା କରିଦେଇଥିଲେ।

୧୦.ତେବେ ପରେ କୋର୍ଟ  ଭେଙ୍କଟଙ୍କୁ ପ୍ରତି ରବିବାର ଦିନ ତାଙ୍କ ପୁଅଙ୍କୁ ଭେଟିବାକୁ ଅନୁମତି ଦେଇଥିଲେ। ଏହି କାରଣରୁ ସୂଚନା ବହୁତ କ୍ରୋଧିତ ହୋଇଯାଇଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button