ଛୁରି ଦେଖାଇ ମୋବାଇଲ ଲୁଟ୍, ଦୁଇ ଲୁଟେରା ଗିରଫ – Kalinga News
[ad_1]
ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଖରିଆର୍ରୋଡ୍ ସହର ଦେଶୀ ମଦଭାଟି ସମ୍ମୁଖରେ ଛୁରି ଦେଇ ମୋବାଇଲ ଓ ନଗଦ ଟଙ୍କା ଲୁଟ୍ ହୋଇଥିଲା। ଏହି ଘଟଣାରେ ଜୋଙ୍କ ପୁଲିସ ଖରିଆର୍ରୋଡ୍ ସହର ପିଏଚ୍ଡିପଡ଼ାର ସୁରଜ ଯାଦବ ଓ ବଜାରପଡାର ଅନୁରାଗ କୁମାରଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଲୁଟ୍ ମୋବାଇଲ ଓ ନଗଦ ଟଙ୍କା ଜବତ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ବୁଧବାର ସନ୍ଧ୍ୟାରେ ନୂଆପଡ଼ା ସହର ୱାର୍ଡ ନଂ ୯ର ଇମ୍ରାନ ଖାନ ଏକ ବାଇକରେ ଖରିଆର୍ ରୋଡ୍ରୁ ଆମସେନା ଯାଉଥିଲେ। ଦେଶୀମଦ ଭାଟି ନିକଟରେ ୨ ଜଣ ଅଜଣା ବ୍ୟକ୍ତି ଇମ୍ରାନଙ୍କୁ ଅଟକାଇ ଛୁରି ଦେଖାଇ ଏକ ମୋବାଇଲ ଫୋନ ଓ ନଗଦ ୪୬୪୦ ଟଙ୍କା ଲୁଟି ନେଇଥିଲେ। ଏନେଇ ଇମ୍ରାନ ଜୋଙ୍କ ଥାନାରେ ଏତଲା ଦେଇଥିଲେ। ଏସ୍ଆଇ ଅରବିନ୍ଦ ମେହେରଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ପୁଲିସ୍ ଟିମ ତଦନ୍ତ ଆରମ୍ଭ କରି ରାତିରେ ପିଏଚ୍ଡିପଡାର ସୁରଜ ଓ ବଜାରପଡାର ଅନୁରାଗଙ୍କୁ ପୁଲିସ ଗିରଫ କରିଥିଲା। ଗୁରୁବାର ସନ୍ଧ୍ୟାରେ ଦୁଇ ଲୁଟେରାଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନାମଂଜୁର ହେବାରୁ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିବା ଜୋଙ୍କ ଆଇଆଇସି ଗୁରୁଦେବ କର୍ମୀ ସୂଚନା ଦେଇଛନ୍ତି।
[ad_2]