ଅପରାଧ

ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ଭାରତର ମୁଖ୍ୟ ହରିଶଙ୍କୁ ଧରିଲା ଏସ୍‌ଟିଏଫ୍‌ – Kalinga News

[ad_1]

ଗୌହ୍ବାଟୀ: ଆସାମ ପୁଲିସର ସ୍ପେସାଲ ଟାସ୍କ ଫୋର୍ସ (ଏସଟିଏଫ)କୁ ବୁଧବାର ଏକ ବଡ଼ ସଫଳତା ପାଇଛି। ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ଭାରତର ମୁଖ୍ୟ ହରିଶ ଫାରୁକିଙ୍କୁ ଧୁବରିରୁ ପୁଲିସ ଗିରଫ କରିଛି। ହରିଶ ଫାରୁକିଙ୍କ ସହ ପୁଲିସ ତାଙ୍କର ଜଣେ ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି। ଗିରଫ ସହଯୋଗୀଙ୍କ ନାମ ରେହାନ ବୋଲି କୁହାଯାଇଛି।

ଏସ୍‌ଟିଏଫ୍‌ ସୂତ୍ରରୁ ଜଣାପଡ଼ିଛି ଯେ ସୁରକ୍ଷା ଏଜେନ୍ସିମାନେ ସୂଚନା ପାଇଥିଲେ କି ଆଇଏସଆଇଏସର ଦୁଇଜଣ ସଦସ୍ୟ ବାଂଲାଦେଶ ସୀମାରୁ ଭାରତରେ ପ୍ରବେଶ କରି କିଛି ବଡ଼ ଘଟଣା ଘଟାଇବେ। ଏହାପରେ ଏସଟିଏଫ ସେ ଦୁହିଁଙ୍କୁ ଧରିବାରେ ସମର୍ଥ ହୋଇଛି।

ପରେ ଦୁଇ ଆତଙ୍କବାଦୀଙ୍କୁ ଗୌହ୍ବାଟୀସ୍ଥିତ ଏସଟିଏଫ କାର୍ଯ୍ୟାଳୟକୁ ଅଣାଯାଇଛି। ଏସଟିଏଫ୍ ଦୁଇ ଜଣଙ୍କ ପଚରା ଉଚରା କରିବା ପରେ ଏନଆଇଏକୁ ହସ୍ତାନ୍ତର କରିବ ବୋଲି ସୂଚନା ମିଳିଛି।

ସୂଚନା ଅନୁସାରେ ହାରିସ ଫାରୁକି ଓରଫ ହାରିସ ଅଜମଲ ଫାରୁକୀର ଘର ଡେହରାଡୁନର ଚକରାରେ । ସେହିପରି ଫାରୁକିର ସହଯୋଗୀ ଅନୁରାଗ ସିଂ ଓରଫ ରେହାନର ଘର ହରିଆଣାର ପାନିପଥରେ।  ଉଭୟ ଫାରୁକି ଓ ରେହାନ ଆଇଏସଆଇଏସ ସଂଗଠନ ପାଇଁ ପାଣ୍ଠି ଯୋଗାଡ ସହ ଆତଙ୍କବାଦୀ କାର୍ଯ୍ୟକଳାପକୁ ବାସ୍ତବରୂପ ଦେଉଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button