ରାଜନୀତି

ଲୋକସଭା ନିର୍ବାଚନରେ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା: ୨୫ ହଜାରରୁ ବଢ଼ି ୯୫ଲକ୍ଷ ଛୁଇଁଲାଣି – Kalinga News

[ad_1]

ବିଧାନସଭା ନିର୍ବାଚନରେ ଖର୍ଚ୍ଚସୀମା ୪୦ଲକ୍ଷ

ନୂଆଦିଲ୍ଲୀ: ଓଡ଼ିଶାରେ ୨୦୨୪ର ଲୋକସଭା ନିର୍ବାଚନରେ ପ୍ରାର୍ଥୀମାନେ ୯୫ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ। ଜାନୁଆରି ୨୦୨୨ରେ ଭାରତୀୟ ନିର୍ବାଚନ ଆୟୋଗଙ୍କ ଦ୍ବାରା ଲୋକସଭା ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ସୀମା ୯୫ ଲକ୍ଷ ଟଙ୍କାକୁ ବଢାଇବାର ସୁପାରିସକୁ କେନ୍ଦ୍ର ଆଇନ ମନ୍ତ୍ରାଳୟ ଗ୍ରହଣ କରିସାରିଛନ୍ତି। ଖର୍ଚ୍ଚ ମୁଦ୍ରାସ୍ପୀତି ସୂଚକାଙ୍କ ବଢିବା ସହ ନିର୍ବାଚନ ମଣ୍ଡଳୀର ଭୋଟର ସଂଖ୍ୟାରେ ବୃଦ୍ଧି ଘଟିବା ତଥ‌ା ଭର୍ଚ୍ଚୁଆଲ ପ୍ରଚାର ବୃଦ୍ଧି ପରିପ୍ରେକ୍ଷୀରେ ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ସୀମା ବଢ଼ାଇବା ଜରୁରି ହୋଇପଡିଥିଲା। ତଥ୍ୟ ଅନୁସାରେ, ଦେଶ ସ୍ବାଧୀନତା ପରେ ଆୟୋଗ ପ୍ରାର୍ଥୀଙ୍କର ସଂସଦୀୟ ନିର୍ବାଚନ ତଥା ଉପନିର୍ବାଚନ ପାଇଁ ଖର୍ଚ୍ଚ ସୀମା ନିର୍ଦ୍ଧାରଣ କରିଥିଲେ। ଦେଶର ପ୍ରଥମ ସାଧାରଣ ନିର୍ବାଚନ ବେଳେ ଭାରତୀୟ ନିର୍ବାଚନ ଆୟୋଗ ବିଭିନ୍ନ ରାଜ୍ୟର ଭୌଗୋଳିକ ସ୍ଥିତି ଓ ସଂପ୍ରସାରଣକୁ ବିଚାରକୁ ନେଇ ନିର୍ବାଚନ ଖର୍ଚ୍ଚକୁ ଅଲଗା ଅଲଗା ଧାର୍ଯ୍ୟ କରିଥିଲେ। ତଦନୁସାରେ, ଓଡ଼ିଶାରେ ୧୯୫୨ରେ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ଥିଲା ୨୫ ହଜାର ଟଙ୍କା। ୧୯୫୭,୧୯୬୨ ଓ ୧୯୬୭ ସାଧାରଣ ନିର୍ବାଚନ ବେଳେ ବି ଏହା ଅପରିବର୍ତ୍ତିତ ଥିଲା। ୧୯୭୧ରେ ଆୟୋଗ ଏହାକୁ ୩୫ ହଜାର ଟଙ୍କାକୁ ବୃଦ୍ଧି କରିଥିଲେ। ୧୯୭୯ରେ ପୁଣିଥରେ ଲୋକସଭା ନିର୍ବାଚନରେ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ୧୯୮୪ ଲୋକସଭା ନିର୍ବାଚନରେ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମାକୁ ୧ ଲକ୍ଷ ୫୦ ହଜାର ଟଙ୍କା ଓ୧୯୯୪ରେ ଏହା ପୁଣି ବଢ଼ି ୪ ଲକ୍ଷ ୫୦ ହଜାର ଟଙ୍କାରେ ପହଞ୍ଚିଥିଲା।

୧୯୯୭‌ରେ ଆୟୋଗଙ୍କ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମାକୁ ୧୫ ଲକ୍ଷ ଟଙ୍କାକୁ ବଢ଼ାଇଥିଲେ। ୨୦୦୩ରେ ୨୫ ଲକ୍ଷ ଟଙ୍କା, ୨୦୧୧ରେ ୪୦ ଲକ୍ଷ ଟଙ୍କା ଓ ୨୦୧୪ ସାଧାରଣ ନିର୍ବାଚନରେ ୭୦ ଲକ୍ଷ ଟଙ୍କାକୁ ବୃଦ୍ଧି ହୋଇଥିଲା। ୨୦୨୦ରେ ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ୭୭ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଜାନୁଆରି ୨୦୨୨ରେ ଲୋକସଭା ପ୍ରାର୍ଥୀଙ୍କର ନିର୍ବାଚନ ଖର୍ଚ୍ଚ ସୀମା ୯୫ ଲକ୍ଷ ଟଙ୍କା ଓ ବିଧାନସଭା ପ୍ରାର୍ଥୀମାନଙ୍କର ଖର୍ଚ୍ଚ ସୀମା ୨୮ ଲକ୍ଷ ଟଙ୍କାରୁ ୪୦ ଲକ୍ଷ ଟଙ୍କାକୁ ଆୟୋଗ ବଢ଼ାଇଥିଲେ। ଅର୍ଥାତ୍ ଓଡ଼ିଶାରେ ଚଳିତ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିଧାୟକ ପ୍ରାର୍ଥୀମାନେ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ।

ଉଲ୍ଲେଖଥାଉ କି, ଆୟୋଗଙ୍କ ପକ୍ଷରୁ ନିର୍ବାଚନରେ ବେଆଇନ ଅର୍ଥ କାରବାର ଉପରେ ଅଙ୍କୁଶ ଲଗାଇବା ପାଇଁ ବ୍ୟୟ ପର୍ଯ୍ୟବେକ୍ଷକ, ଭିଡିଓ ସର୍ଭିଲାନ୍ସ ଟିମ୍‌, ଜନ ଅଭିଯୋଗ ମନିଟରିଂ ସେଲ୍, ମିଡିଆ ସାର୍ଟିଫିକେସନ ମନିଟରିଂ କମିଟି ଅନ ପେଡ୍ ନିଉଜ୍‌, ଫ୍ଲାଇଂ ସ୍କ୍ବାର୍ଡ, ଷ୍ଟାଟିକ୍‌ ସର୍ଭିଲାନ୍ସ ଟିମ୍‌ ବ୍ୟତୀତ ଏନଫୋର୍ସମେଣ୍ଟ ଏଜେନ୍ସିରେ ସିବିଡିଟି, ସିବିଆଇସି, ଡିଜିଆଇଟି, ରାଜ୍ୟ ଅବକାରୀ ବିଭାଗର ଟିମ, ରାଜ୍ୟ ପୁଲିସ ଟିମ୍‌, ନାରକୋଟିକ୍‌ କଣ୍ଟ୍ରୋଲ ବ୍ୟୁରୋ, ଡିଆର୍‌ଆଇ, ଇଡି, ଏଫ୍‌ଆଇକ୍ୟୁ, ଆଇଏନ୍‌ଡି, ବିସିଏଏସ, ଆରପିଏଫ୍‌, ବିଏସଏଫ,ଏସ୍‌ଏସ୍‌ବି, ଆଇଟିବିପି ତଥା କୋଷ୍ଟଗାର୍ଡ ଭଳି ସଂସ୍ଥାଙ୍କ ସହାୟତା ନେବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ସୂଚନା ମିଳିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button