ରାଜନୀତି

ଓଡ଼ିଶାରେ ବିଜେଡି ଅସ୍ତଗାମୀ, ଜୁନ୍ ୧୦ରେ ବିଜେପି ସରକାରର ଶପଥ ଗ୍ରହଣ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ – Kalinga News

[ad_1]

ମୁଖ୍ୟମନ୍ତ୍ରୀଙ୍କ ଅଞ୍ଚଳରୁ ସବୁଠୁ ବେଶୀ ଲୋକେ ଦାଦନ ଖଟିବାକୁ ଯାଉଛନ୍ତି

ବ୍ରହ୍ମପୁର: ଓଡ଼ିଶାରେ ପ୍ରଥମ ଥର ହେବ ଡବଲ ଇଞ୍ଜିନ ସରକାର। ଓଡ଼ଶା ବିଜେପିକୁ ମୁଁ ଧନ୍ୟବାଦ ଦେଉଛି ଯେ ସେମାନେ ଉତ୍ତମ ଘୋଷଣାପତ୍ର ଜାରି କରିଛନ୍ତି। ଏଥିରେ କୃଷକଙ୍କ ଠାରୁ ଆରମ୍ଭ କରି ସମସ୍ତଙ୍କୁ ଲାଭ ମିଳିବ।  ବିଜେପି ଯାହା କହେ, ତାହା କରିକି ଦେଖାଏ। ଏହା ହେଉଛି ମୋଦୀ ଗ୍ୟାରେଣ୍ଟି। ଜୁନ୍ ୪ ତାରିଖରେ ଏଠାରେ ବିଜେଡି ସରକାରର ଏକସ୍ପାରି ଡେଟ୍ ଲେଖାଯାଇଛି। ଜୁନ୍ ୧୦ ତାରିଖରେ ବିଜେପିର ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ ହେବ। ମୁଁ ବିଜେପିର ଶପଥ ସମାରୋହ ଲାଗି ନିମନ୍ତ୍ରଣ ଦେବାକୁ ଆସିଛି। ଓଡ଼ିଶାରେ ବିଜେଡି ସରକାର ଅସ୍ତଗାମୀ। କଂଗ୍ରେସ ଅତୀତ ହୋଇଛି। ଓଡ଼ିଶାରେ କେବଳ ବିଜେପି ଉଦିତ ସୂର୍ଯ୍ୟ ଭାବେ ଉଭା ହୋଇଛି। ଓଡ଼ିଶା ପାଖରେ ପ୍ରଚୁର ପାଣି, ଉର୍ବର ଜମି, ଜମି ତଳେ ଖଣିଜ ଭଣ୍ଡାର ଅଛି। ଏତେ ଧନୀ ଓଡ଼ିଶାର ଲୋକ କାହିଁକି ଗରିବ ରହିଛନ୍ତି। ବ୍ରହ୍ମପୁର ନିକଟସ୍ଥ କନିସି ଛକରେ ବିଶାଳ ଜନସଭାରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକଥା କହିଛନ୍ତି।

ଜୟ ଜଗନ୍ନାଥ ଜୟ ଜଗନ୍ନାଥ, ଜୟ ଶ୍ରୀରାମ, ଭାରତମାତାକି ଜୟ। ସବୁ ଦାଦା, ଭାଇ, ଭଉଣୀ ଓ ମାଆମାନଙ୍କୁ ମୋର ନମସ୍କାର ବୋଲି କହି ପ୍ରଧାନମନ୍ତ୍ରୀ ଭାଷଣ ଆରମ୍ଭ କରିଥିଲେ। କାଲି ମୁଁ ଅଯୋଧ୍ୟାରେ ରାମଲାଲାଙ୍କ ଦର୍ଶନ କଲି। ଆଜି ମୁଁ  ଜଗନ୍ନାଥଙ୍କ ଭୂମିରେ ଆପଣଙ୍କ ଆଶୀର୍ବାଦ ପାଇଁ ଆସିଛି। ଆପଣମାନଙ୍କର ଗୋଟିଏ ଭୋଟ୍ ରାମଲାଲାଙ୍କ ମନ୍ଦିର ନିର୍ମାଣ କରିଛି।

ଏହି ସାଧାରଣ ସଭାରେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଛି। ସ୍ବତନ୍ତ୍ର ବିମାନ ଯୋଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରହ୍ମପୁରରେ ପହଞ୍ଚିଥିଲେ।

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଥିଲେ। ମୋଦୀ ବାୟୁସେନାର ସ୍ବତନ୍ତ୍ର ବିମାନରେ ରାତି ପ୍ରାୟ ୧୦ଟା‌ ୩୫ରେ ପହଞ୍ଚିବା ପରେ ତାଙ୍କୁ ବିମାନବନ୍ଦରରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ମୋଦୀଙ୍କୁ ଓଡ଼ିଶାର ପାରମ୍ପରିକ ବାଦ୍ୟ ଓ ନୃତ୍ୟରେ ଓଡ଼ିଶାକୁ ସ୍ବାଗତ କରାଯାଇଥିଲା। ମୋଦୀ ମଧ୍ୟ ହାତରେ ଏଲ୍‌ଇଡି ‘ପଦ୍ମ ଫୁଲ’ ଦେଖାଇ ଅଭିଭାଦନ ଜଣାଇଥିଲେ। ଏହାପରେ ସ୍ବତନ୍ତ୍ର କାରକେଡ୍‌ରେ ରାଜଭବନକୁ ଯାଇଥିଲେ। ମୋଦୀଙ୍କୁ ଦେଖିବାକୁ ବିମାନବନ୍ଦରରୁ ରାଜଭବନ ପର୍ଯ୍ୟନ୍ତ ହଜାର ହଜାର ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ପ୍ରଧାନମନ୍ତ୍ରୀ  ଗତକାଲି ରାତିରେ ରାଜଭବନରେ ରାତ୍ରିଯାପନ କରିଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button