ପାଳଲହଡ଼ା ନିର୍ବାଚନମଣ୍ଡଳୀ: ପରମ୍ପରା ଭାଙ୍ଗିବା ଲକ୍ଷ୍ୟରେ ମୁକେଶ – Kalinga News
[ad_1]
ଅଶୋକଙ୍କ ଭରସା ବର୍ଦ୍ଧିତ ଭୋଟହାର
ପାଳଲହଡ଼ା: ଯିଏ ଥରେ ଜିତିଲା, ଗଲା। ୯୦ ଦଶକରୁ ଅନୁଗୁଳ ଜିଲ୍ଲା ପାଳଲହଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ଏହି ଧାରା ଚାଲି ଆସିଥିଲାବେଳେ ଏଥର ଏହି ପରମ୍ପରା ଭାଙ୍ଗିବା ଲକ୍ଷ୍ୟରେ ଅଛନ୍ତି ବିଧାୟକ ମୁକେଶ ପାଳ। ଲଗାତାର ଦୁଇଥର ଜିତି ଇତିହାସ ବଦଳାଇବାକୁ ସେ ଅଣ୍ଟା ଭିଡ଼ିଥିଲାବେଳେ ତାଙ୍କ ସାମ୍ନାରେ କଣ୍ଟା ହୋଇ ଛିଡ଼ା ହୋଇଛନ୍ତି ଅଶୋକ ମହାନ୍ତି। ଗତ ଦୁଇ ନିର୍ବାଚନରେ ଭୋଟ ହାର ବଢ଼ାଇ ଚାଲିଥିବା ଏହି ବିଜେପି ନେତା ଏଥର ଦଳର ଏହି ପୁରୁଣା ଦୁର୍ଗ ଦଖଲ କରିବାକୁ ବଳ ଗୋଟାଇଲେଣି।
Sambad is now on WhatsApp
Join and get latest news updates delivered to you via WhatsApp
ବିଜେଡି-ବିଜେପି ମେଣ୍ଟ ସମୟରେ ଏହି ଆସନ ବିଜେପି ଭାଗରେ ପଡ଼ିଥିଲାବେଳେ ୨୦୦୦ରେ ଏଠାରୁ ଧର୍ମେନ୍ଦ୍ର ପ୍ରଧାନ ଜିତି ପ୍ରଥମଥର ପାଇଁ ବିଧାନସଭାକୁ ଯାଇଥିଲେ। ହେଲେ ୨୦୦୯ରେ ସେ ଅଳ୍ପକେ ପରାସ୍ତ ହୋଇଥିଲେ। ୨୦୧୪ ଓ ୨୦୧୯ରେ ଏଠାରୁ ଅଶୋକ ମହାନ୍ତି ପ୍ରାର୍ଥୀ ହୋଇଥିଲେ ମଧ୍ୟ ବିଜୟ ତାଙ୍କ ଭାଗ୍ୟରେ ଜୁଟିନି। ତେବେ, ଭୋଟ ହାର ବଢ଼ୁଥିବାରୁ ଏବଂ ମୋଦୀ ହାୱା ରହିଥିବାରୁ, ଏହାକୁ ଭିତ୍ତିକରି ସେ ଏଥର ନିର୍ବାଚନୀ ବୈତରଣୀ ପାର୍ କରିଯିବେ ବୋଲି ଆଶା ବାନ୍ଧିଛନ୍ତି। ଏଣୁ ଦଳର ପୁରୁଣା କାର୍ଯ୍ୟକର୍ତ୍ତାଙ୍କୁ ଭେଟି ସଂଗଠନ ସଜାଡ଼ିବାରେ ଲାଗିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଏହା ପୁରୁଣା ଆସନ ହୋଇଥିବାରୁ ଏବଂ ସେ ନିଜେ ନିର୍ବାଚନ ପରିଚାଳନାରେ ହସ୍ତକ୍ଷେପ କରୁଥିବାରୁ ଏହା ବିଜେପିକୁ ଫାଇଦା ହେବ ବୋଲି ଅନୁମାନ କରାଯାଉଛି। ଏପଟେ ମୁକେଶ ପାଳ ଏଠାରୁ ଦ୍ବିତୀୟଥର ପାଇଁ ପ୍ରାର୍ଥୀ ହୋଇ ରେକର୍ଡ କରିବାକୁ ଯାଉଛନ୍ତି। ୨୦୦୯ରେ ମେଣ୍ଟ ଭାଙ୍ଗିବା ପରଠାରୁ ବିଜେଡି ଏହି ଆସନକୁ ପାଖରେ ରଖିଥିଲେ ମଧ୍ୟ କେବେ କୌଣସି ପ୍ରାର୍ଥୀଙ୍କୁ ଦୁଇଥର ଟିକେଟ ଦେଇନି। କେବଳ ଟିକେଟ୍ ନୁହେଁ, ଏଠାରୁ ଦ୍ବିତୀୟବାର ବିଜୟ ହାସଲ କରି ସେ ରେକର୍ଡ ସହିତ ପୁରୁଣା ପରମ୍ପରା ଭାଙ୍ଗିବା ଲକ୍ଷ୍ୟରେ ରହିଛନ୍ତି।
[ad_2]