ଅପରାଧ

ଗୋଆରେ ସିଇଓ ମାଆର ପୁତ୍ରହତ୍ୟା ମାମଲା: ହତ୍ୟା‌ ଯୋଜନାବଦ୍ଧ ଥିଲା – Kalinga News

[ad_1]

‘ପୁଅକୁ ମୁଁ ହତ୍ୟା କରିନାହିଁ’

ଗୋଆ: ଗୋଆର ଏକ ସର୍ଭିସ ଆପାର୍ଟମେଣ୍ଟରେ ନିଜ ୪ ବର୍ଷର ପୁଅକୁ ହତ୍ୟା କରିଥିବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଷ୍ଟାର୍ଟଅପ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୂଚନା ସେଠ୍ ବାଳକକୁ ଶ୍ବାସରୁଦ୍ଧ କରିବା ପାଇଁ ତଉଲିଆ କିମ୍ବା ତକିଆ ବ୍ୟବହାର କରିଥିବା ଡାକ୍ତର କହିଛନ୍ତି। ଅନ୍ୟପକ୍ଷରେ ନାବାଳକଙ୍କ ହତ୍ୟା ଯୋଜନାବଦ୍ଧ ଥିଲା ବୋଲି ପୁଲିସ କହିଛି। ସୋମବାର ରାତିରେ କର୍ଣ୍ଣାଟକର ଚିତ୍ରଦୁର୍ଗାରୁ ସେଠ୍‌ଙ୍କୁ ଗିରଫ କରାଯାଇ ମଙ୍ଗଳବାର ଗୋଆ ଅଣାଯାଇଥିଲା। ସେ ତାଙ୍କ ପୁଅକୁ ହତ୍ୟା କରି ଏକ ବ୍ୟାଗ୍‌ରେ ଭର୍ତ୍ତି କରି ଟ୍ୟାକ୍ସିରେ କର୍ଣ୍ଣାଟକ ନେଇଯାଉଥିଲେ। ଜାନୁଆରି ୬ରୁ ୮ ତାରିଖ ମଧ୍ୟରେ ଏହି ଘଟଣା ଘଟିଥିଲା। ଆଜି ବେଙ୍ଗାଲୁରୁରେ ଶିଶୁଟିର ଅନ୍ତିମ ସଂସ୍କାର କରାଯାଇଛି।

ମା’ ସୂଚନା ସେଠ୍ ନିଜର ୪ ବର୍ଷର ପୁଅକୁ ହତ୍ୟା କରିବା ଘଟଣା ଯୋଜନାବଦ୍ଧ ବୋଲି ପୁଲିସ କହିଛି। ଅଭିଯୁକ୍ତ ମହିଳାଙ୍କ କୋଠରିରୁ ଦୁଇଟି ଖାଲି କଫ ସିରପ୍ ବୋତଲ ମିଳିଥିବା ମଧ୍ୟ ସେମାନେ କହିଛନ୍ତି। ଗୋଟିଏ ବାତଲ ନିଜେ ସୂଚନା ଆଣିଥିଲେ ଏବଂ ଅନ୍ୟଟି ହୋଟେଲ କର୍ମଚାରୀଙ୍କ ଦ୍ବାରା ମଗାଇଥିଲେ। ମହିଳା ଜଣକ ହତ୍ୟାକୁ ସ୍ବୀକାର କରୁ ନ ଥିବା ପୁଲିସ ପ୍ରକାଶ କରିଛି। ଘଟଣା ଦିନ ମହିଳାଙ୍କ ସ୍ବାମୀ ବିଦେଶରେ ଥିଲେ ବୋଲି ତଦନ୍ତରୁ ଜଣାପଡ଼ିଛି। ହିରିୟୁର ତାଲୁକ ହସ୍ପିଟାଲର ପ୍ରଶାସନିକ ଅଧିକାରୀ ଡାକ୍ତର କୁମାର ନାୟକଙ୍କ କହିବାନୁଯାୟୀ, ନାବାଳକକୁ ତାଙ୍କ ମା’ ଶ୍ବାସରୁଦ୍ଧ କରି ହତ୍ୟା କରିଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଉଦାହରଣ ଦେଇ ଡାକ୍ତର କହିଛନ୍ତି, ତଉଲିଆ କିମ୍ବା ତକିଆ ବ୍ୟବହାର କରାଯାଇଥିଲା। ହାତରେ ଗଳା ଚିପି ହତ୍ୟା କରାଯାଇଥିବା ପରି ମନେ ହେଉନାହିଁ।

ବାଳକର ବାପା ମଙ୍ଗଳବାର ସନ୍ଧ୍ୟାରେ ଜାକର୍ତ୍ତାରୁ ନିଜ ପିଲାର ହତ୍ୟା ବିଷୟରେ ଜାଣିବା ପରେ ଭାରତ ଫେରିଥିଲେ। ବୁଧବାର ବେଙ୍ଗାଲୁରୁରେ ବାଳକର ଶବ ଦାହ କରାଯାଇଥିଲା। ପୁଅକୁ ହତ୍ୟା କରିବା ପରେ ମହିଳା ଜଣକ ବାମ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ତେବେ ସେ ମନ ବଦଳାଇ ପୁଅର ମୃତଦେହକୁ ଏକ ବ୍ୟାଗ୍‌ରେ ଭର୍ତ୍ତି କରି ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରିଥିଲେ। ସେହି ରକ୍ତଦାଗ ତଉଲିଆରେ ଲାଗିଥିଲା। ୨୦୧୦ ମସିହାରେ ସୁଚନା ସେଠ୍ ଓ ତାଙ୍କ ସ୍ୱାମୀଙ୍କର ବିବାହ ହୋଇଥିଲା। ବାରମ୍ବାର ଯୁକ୍ତିତର୍କ ଓ ଝଗଡ଼ା ଯୋଗୁଁ ସେମାନେ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। ରବିବାର ପୁଅ ସହ ବାପାଙ୍କୁ ସାକ୍ଷାତ କରିବାକୁ କୋର୍ଟ ଅନୁମତି ଦେଇଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button