ଖେଳ ଖବର

ବିଶୃଙ୍ଖଳା ପାଇଁ ଭାରତୀୟ ଦଳରେ ନାହାନ୍ତି ଈଶାନ, ଶ୍ରେୟସ: ରିପୋର୍ଟ – Kalinga News

[ad_1]

ଦ୍ରାବିଡ୍‌ଙ୍କ ଖଣ୍ଡନ

ନୂଆଦିଲ୍ଲୀ: ୱିକେଟ୍‌କିପର ଈଶାନ କିଷନ ଓ ମଧ୍ୟକ୍ରମ ବ୍ୟାଟର ଶ୍ରେୟସ ଆୟର ଚଳିତ ଆଫଗାନିସ୍ତାନ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାରୁ ବାଦ୍‌ ପଡ଼ିଛନ୍ତି। କିନ୍ତୁ ଉଭୟଙ୍କୁ ବିଶୃଙ୍ଖଳିତ ଆଚରଣ ପାଇଁ ଦଳରେ ସ୍ଥାନ ମିଳି ନଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ବେଙ୍ଗଲୀ ଖବରକାଗଜ ଆନନ୍ଦବଜାର ପତ୍ରିକା ରିପୋର୍ଟ ଅନୁସାରେ ଈଶାନଙ୍କ ଉପରେ ଚୟନକର୍ତ୍ତାମାନେ ଅଧିକ ଅସନ୍ତୁଷ୍ଟ ଅଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ୍‌ ଶୃଙ୍ଖଳାରୁ ବାଦ୍‌ ପଡ଼ିବା ପରେ ସେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ସହିତ ପାର୍ଟି କରୁଥିବା ଦେଖାଯାଇଥିଲା। ସେହିପରି ନିକଟରେ ଏକ ଟେଲିଭିଜନ୍‌ କୁଇଜ୍‌ କାର୍ଯ୍ୟକ୍ରମରେ ମଧ୍ୟ ଈଶାନ ଭାଗ ନେଇଥିଲେ। ତେବେ ଶ୍ରେୟସଙ୍କ ଗତ ଟେଷ୍ଟ୍‌ ମ୍ୟାଚ୍‌ଗୁଡ଼ିକରେ ସଟ୍‌ ଚୟନ ଉପରେ ଚୟନକର୍ତ୍ତାମାନେ ଅଧିକ ପ୍ରଭାବିତ ହୋଇଛନ୍ତି। କିନ୍ତୁ କାହାଠୁ ଅନୁମତି ନନେଇ ସେ ଛୁଟିରେ ଚାଲିଯିବାରୁ ତାଙ୍କୁ ଆଫଗାନିସ୍ତାନ ବିପକ୍ଷ ଶୃଙ୍ଖଳାରୁ ବାଦ୍‌ ଦିଆଯାଇଛି। ପରେ ତାଙ୍କୁ ରଣଜୀ ଟ୍ରଫି ଖେଳିବା ପାଇଁ ସୁଯୋଗ ଦିଆଯାଇଛି। ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଯେଉଁମାନେ ଟେଷ୍ଟ ଓ ପ୍ରଥମ ଶ୍ରେଣୀ କ୍ରିକେଟ୍‌କୁ ଗୁରୁତ୍ବର ସହ ନେଉନାହାନ୍ତି ସେମାନଙ୍କ ବିରୋଧରେ ଅଜିତ ଅଗରକରଙ୍କ ନେତୃତ୍ବାଧୀନ ଚୟନ ସମିତି କଠୋର ହେଉଛି। ହେଲେ ଚୟନକର୍ତ୍ତମାନେ ରିଙ୍କୁ ସିଂହ ଓ ଶୁବମନ ଗିଲ୍‌ଙ୍କ ଉପରେ ବହୁତ ଖୁସି ଅଛନ୍ତି।

ଏପରିକି ଆଗକୁ ହେବାକୁ ଥିବା ଟେଷ୍ଟ୍‌ ମ୍ୟାଚ୍‌ରେ ରିଙ୍କୁ ସ୍ଥାନ ପାଇପାରନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଛି। କିନ୍ତୁ ଏହି ‌ରିପୋର୍ଟକୁ ଖଣ୍ଡନ କରିଛନ୍ତି ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ। ଈଶାନ ଦଳଠୁ କିଛି ସମୟ ବିରତି ନେବାକୁ ଚାହୁଥିବାରୁ ଦଳ ତାଙ୍କୁ ଅନୁମତି ଦେଇଥିଲା। ଏକାଧିକ ଗସ୍ତ କରି ସେ ମାନସିକ ଭାରାକ୍ରାନ୍ତ ହୋଇଯାଇଥିଲେ। ସେହିପରି ଶ୍ରେୟସଙ୍କ ଉପରେ କୌଣସି ଶୃଙ୍ଖଳା ଜନିତ କାର୍ଯ୍ୟାନୁଷ୍ଠାନ ନିଆଯାଇନି, ବରଂ ଦଳରେ ସ୍ଥାନ ପାଇବାକୁ ପ୍ରବଳ ପ୍ରତିଦ୍ବନ୍ଦ୍ବିତା ରହୁଛି। ଶ୍ରେୟସ ଦକ୍ଷିଣ ଆଫ୍ରିକାରେ ମଧ୍ୟ ଟ୍ବେଣ୍ଟି-୨୦ ଦଳରେ ଖେଳି ନଥିଲେ। କିନ୍ତ ଆମ ପାଖରେ ଏବେ ପ୍ରଚୂର ବ୍ୟାଟର୍‌ ଉପଲବ୍ଧ ଥିବାରୁ ଶ୍ରେୟସ ଦଳରେ ସ୍ଥାନ ପାଇପାରି ନଥିବା ଦ୍ରାବିଡ଼ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button