ଅପରାଧ

ଦୁଷ୍କର୍ମ ମାମଲାରେ ନେପାଳ କ୍ରିକେଟର୍‌ ସନ୍ଦୀପଙ୍କୁ ୮ ବର୍ଷ ଜେଲ୍‌ – Kalinga News

[ad_1]

ନୂଆଦିଲ୍ଲୀ: ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ନେପାଳ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ସନ୍ଦୀପ ଲାମିଚାନେଙ୍କୁ ବୁଧବାର ୮ ବର୍ଷର ଜେଲ୍‌ ଦଣ୍ଡାଦେଶ ହୋଇଛି। ନେପାଳର ଏକ ଅଦାଲତ ଏହି ଦଣ୍ଡ ପ୍ରଦାନ କରିଛନ୍ତି। କାଠମାଣ୍ଡୁର ଏକ ହୋଟେଲରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ନେଇ ୨୦୨୨ରେ ଅଭିଯୋଗ ‌ହୋଇଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ପୁଲିସ ଗିରଫ କରିଥିଲା। ‌ଅନ୍ତର୍ଜାତୀୟ ପ୍ରତିଯୋଗିତା ଥିବାରୁ ତାଙ୍କୁ ଜାମିନ ମିଳିଥିଲା ଏବଂ ଦଳରେ ଯୋଗ ଦେଇଥିଲେ। ଟ୍ରାଏଲ୍‌ ଡେରି ହୋଇଥିଲା ବେଳେ ଗତ ଡିସେମ୍ବରରେ ଅଦାଲତ ତାଙ୍କୁ ଦେଷୀ ସାବ୍ୟସ୍ତ କରିଥିଲା। ବୁଧବାର କୋର୍ଟ ତାଙ୍କ ଦଣ୍ଡାଦେଶ ଦେଇଛନ୍ତି। ୮ ବର୍ଷର ଜେଲ୍‌ ସହ ଜରିମାନା ଭାବେ ୩୦୦,୦୦୦ ନେପାଳି ଟଙ୍କା ଏବଂ ପୀଡ଼ିତାଙ୍କୁ ୨୦୦,୦୦୦ ନେପାଳି ଟଙ୍କା ଦେବାକୁ କୋର୍ଟ ଆଦେଶ ଦେଇଛନ୍ତି। ତେବେ ସନ୍ଦୀପଙ୍କ ‌ଓକିଲ ସରୋଜ ଘିମ୍‌ରେ କହିଛନ୍ତି ‌ଯେ, ‘ଆମେ ଏହି ନିଷ୍ପତ୍ତି ବିରୋଧରେ ଉଚ୍ଚନ୍ୟାୟାଳୟର ଆଶ୍ରୟ ନେବୁ’। ଗିରଫ ହେବା ପରେ ସନ୍ଦୀପଙ୍କୁ ଅଧିନାୟକ ପଦ ସହ ଦଳରୁ ବାଦ୍‌ ଦିଆଯାଇଥିଲା। ହେଲେ ତାଙ୍କୁ ଜାମିନ ମିଳିବାରୁ ଦଳରେ ସାମିଲ ହୋଇ ଖେଳିଥିଲେ। ସେ ବିଶ୍ବକପ୍‌ କ୍ବାଲିଫାୟାର ସହ ୨୦୨୩ ଏସୀୟ କପ୍‌ ମଧ୍ୟ ଖେଳିଛନ୍ତି। ୨୦୧୮ରେ ‌ଏହି ଲେଗ୍‌ସ୍ପିନର ଆଇପିଏଲ୍‌ ଖେଳିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button