ଅପରାଧ

ଆଇଏଏସ୍ ଆଶାୟୀଙ୍କୁ ଚୂନ ଲଗାଇଦେଲେ ଟିଣ୍ଡର ଡେଟ୍, ଲୁଟିନେଲେ ୧.୨ଲକ୍ଷ ଟଙ୍କା – Kalinga News

[ad_1]

ନୂଆଦିଲ୍ଲୀ: ଆଇଏଏସ୍ ଆଶାୟୀଙ୍କୁ ଚୂନ ଲଗାଇଦେଲେ ଟିଣ୍ଡର ଡେଟ୍। ୧.୨ଲକ୍ଷ ଟଙ୍କା ହରାଇଲେ ଆଇଏଏସ୍ ଆଶାୟୀ। ଯୁବକଙ୍କ ନାମ ଗୋପନ ରଖାଯାଇଥିବା ବେଳେ ପୁଲିସ ଅଭିଯୁକ୍ତ ମହିଳା ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ମହିଳାଙ୍କ ନାମ ବର୍ଷା ବୋଲି ଜଣାପଡ଼ିଛି। ବର୍ଷ ଟିଣ୍ଡର ସହ ଶାଦି ଡଟ୍ କମରେ ଆକାଉଣ୍ଟ ଖୋଲି ଯୁବକମାନଙ୍କୁ ଦେଖା କରୁଥିଲେ ଏବଂ ସେମାନଙ୍କୁ ଲୁଟୁଥିଲେ ବୋଲି ଜଣାପଡ଼ିଛି।

ସୂଚନା ମୁତାବକ, ଟିଣ୍ଡରରେ ବର୍ଷାଙ୍କ ସହ ଦେଖା ହେବା ପରେ ତାଙ୍କୁ ଦେଖା କରିବାକୁ ଡାକିଥିଲେ ପୀଡ଼ିତ। ଏକ ବଡ଼ ରେସ୍ତୋରାଁରେ ବର୍ଷାଙ୍କ ଜନ୍ମଦିନ ଦିନ ଦୁହେଁ ପରସ୍ପରକୁ ଭେଟିଥିଲେ। ଏହି ସମୟରେ ଦୁହେଁ କିଛି ଜଳଖିଆ, ୨ଟି କେକ୍ ଏବଂ କିଛି ପାନୀୟ ଅର୍ଡର କରିଥିଲେ। ଖାଇବା ବଝିରେ ଘରୁ ଜରୁରୀ କଲ୍ ଆସିଛି କହି ବର୍ଷା ସେଠାରୁ ଚାଲିଆସିଥିଲେ। ଏହା ପରେ ପୀଡ଼ିତ ବିଲ୍ ମାଜିବାରୁ ତାଙ୍କ ହାତରେ ୧.୨ଲକ୍ଷ ଟଙ୍କାର ବିଲ୍ ଧରାଇଦିଆଯାଇଥିଲା। ଏହା ଦେଖି ଆଶ୍ଚର୍ଯ୍ୟ ହେବା ସହ ସେ ଦେବାକୁ ମନା କରିଥିଲେ। ପରେ ତାଙ୍କୁ ଧମକ ଦିଆଯିବାରୁ ସେ ୧.୨ଳକ୍ଷ ଟଙ୍କା ଦେଇ ସିଧା ପୁଲିସ ଷ୍ଟେସନ ଯାଇଥିଲେ। ସେଠାରେ ସେ ବର୍ଷା ଓ ରେସ୍ତୋରାଁ ମାଲିକଙ୍କ ବିରୋଧରେ ଅଭିଯୋଗ କରିବା ତଦନ୍ତରୁ ଅସଲ କଥାଟି ସାମ୍ନାକୁ ଆସିଥିଲା। ଜଣାପଡ଼ିଥିଲା ଯେ, ବର୍ଷା କିଛି ହୋଟେଲ ମାଲିକଙ୍କ ସହ ହାତ ମିଳାଇ ଏହି ରାକେଟ ଚଳାଉଥିଲେ। ମିଛରେ ଭେଟିବାକୁ ଡାକି ସେ ଏଭଳି ଅଧାରୁ ଚାଲିଯାଉଥିଲେ। ଏହା ପରେ ଯୁବକଙ୍କୁ ହୋଟେଲ ତରଫରୁ ଲକ୍ଷ ଲକ୍ଷ ଟଙ୍କାର ବିଲ୍ ଧରାଇ ଦିଆଯାଉଥିଲ। ଏବେ ପୁଲିସ ବର୍ଷା ଓ ପୀଡ଼ିତଙ୍କଠାରୁ ୧.୨ଲକ୍ଷ ଟଙ୍କା ନେଇଥିବା ହୋଟେଲ ମାଲିକଙ୍କୁ ଗିରଫ କରିଛି।

ତଦନ୍ତ ପରେ ପ୍ରକୃତ ଘଟଣା ଜଣାପଡ଼ିବାରୁ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ ଭଳି ସ୍ଥାନରେ ଏଭଳି ଘଟଣା ଘଟୁଥିବା କହିଛି ପୁଲିସ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button