ପୋର୍ସେ ଦୁର୍ଘଟଣା ମାମଲା: ଏଆଇ ସାହାଯ୍ୟରେ ସିନ୍ ରିକ୍ରିଏସନ୍ କରିବ ପୁଲିସ୍ – Kalinga News
[ad_1]
ପୁଣେ: ପୁଣେ ପୋର୍ସେ ଦୁର୍ଘଟଣାର ହେବ ଡିଜିଟାଲ୍ ରି-କ୍ରିଏସନ। ଅତ୍ୟାଧୁନିକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଆଧାରିତ ଉପକରଣ ବ୍ୟବହାର କରି ଦୁର୍ଘଟଣାର ସିନ୍ ରିକ୍ରିଏସନ୍ କରିବାକୁ ପୁଲିସ୍ ଯୋଜନା କରୁଛି।
Sambad is now on WhatsApp
Join and get latest news updates delivered to you via WhatsApp
ପୁଣେରେ ୧୭ ବର୍ଷର ନାବାଳକ ଘଟାଇଥିବା ଭୟଙ୍କର ପୋର୍ସେ କାର ଦୁର୍ଘଟଣାର ଅନୁସନ୍ଧାନ କରୁଥିବା ପୁଲିସ ପ୍ରମାଣ ପାଇଁ ଏହି ଯୋଜନା କରୁଛି ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ ବୁଧବାର ଦିନ କହିଛନ୍ତି।
ଅଧିକାରୀ କହିଛନ୍ତି ଯେ ଦୁର୍ଘଟଣା ଦୃଶ୍ୟର ପୁନରୁଦ୍ଧାର ପାଇଁ ଏପର୍ଯ୍ୟନ୍ତ ଏଇ ଉପକରଣ ବ୍ୟବହାର କରାଯାଇ ନାହିଁ ଏବଂ ଶରୀର ଚିହ୍ନଟ ପାଇଁ ହତ୍ୟା ମାମଲାରେ ସେଗୁଡିକ ଫଳପ୍ରଦ ଭାବରେ ବ୍ୟବହୃତ ହୋଇଛି।
ବହୁ ଚର୍ଚ୍ଚିତ ପୁଣେ ପୋର୍ସେ କାର୍ ଦୁର୍ଘଟଣା ମାମଲାରେ ପୁଲିସ ସ୍ଥାନୀୟ ସରକାରୀ ଚିକିତ୍ସାଳୟର ଦୁଇ ଡାକ୍ତରଙ୍କୁ ଗିରଫ କରିଛି। ଏବେ ଏହାକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ଜାଣିବାକୁ ମିଳିଛି ଯେ ଡାକ୍ତରଙ୍କୁ ରକ୍ତ ନମୁନା ବଦଳାଇବା ପାଇଁ ନାବାଳକର ପରିବାର ଲୋକ ୩ ଲକ୍ଷ ଟଙ୍କା ଦେଇଥିଲେ।
ଏହି ମାମଲାରେ ମୋଟ ରାଶି ମଧ୍ୟରୁ ପୁଣେ କ୍ରାଇମ ବ୍ରାଞ୍ଚ ହାଲନୋରଙ୍କ ନିକଟରୁ ୨.୫ ଲକ୍ଷ ଟଙ୍କା ଏବଂ ଟାୱାର ଅଧୀନରେ କାମ କରୁଥିବା ଘାଟକମ୍ବଲେରଙ୍କ ନିକଟରୁ ୫୦,୦୦୦ ଟଙ୍କା ଜବତ କରିଛି।
ଉଭୟ ଡାକ୍ତର ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ନାବାଳକର ରକ୍ତ ନମୁନାକୁ ଡଷ୍ଟବିନ୍ରେ ଫିଙ୍ଗି ଦେଇଥିଲେ ଓ ଅନ୍ୟଜଣଙ୍କ ରକ୍ତ ନମୁନା ବଦଳାଇ ଦେଇଥିଲେ।
[ad_2]