ଅପରାଧ
ଗଛକଟାକୁ କେନ୍ଦ୍ର କରି ତୁମୁଳକାଣ୍ଡ: ଯୁବକଙ୍କୁ ହତ୍ୟା – Kalinga News

[ad_1]
ଯାଜପୁର: ଗଛ କଟାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା। ଯାଜପୁର ଜିଲ୍ଲା ବରୀ ରାମଚନ୍ଦ୍ରପୁର ଥାନା ଅଟିରା ପଞ୍ଚାୟତ ଅରୁଆଳ ଗ୍ରାମରେ ଗଛକଟାକୁ କେନ୍ଦ୍ର କରି ତୁମୁଳକାଣ୍ଡ ହୋଇଛି। ଗୋଟିଏ ଗୋଷ୍ଠୀ ସରକାରୀ ଗଛ କାଟି ବିକ୍ରି କରୁଥିବା ବେଳେ ଅନ୍ୟ ଗୋଷ୍ଠୀ ଏହାକୁ ବିରୋଧ କରିଥିଲେ। ଫଳରେ ଦୁଇ ଗୋଷ୍ଠୀ ମଧ୍ୟରେ ମାରଣାସ୍ତ୍ର ଯୋଗେ ସଂଘର୍ଷ ହୋଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଆକ୍ରମଣରେ ସୁବାସ ଜେନା ନାମକ ଯୁବକଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ୩ଜଣଙ୍କୁ ଗୁରୁତର ଅବସ୍ଥାରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରାଯାଇଥିଲା।
[ad_2]




