ଖେଳ ଖବର

ପରାଜୟରୁ ଓଡ଼ିଶାର ରଣଜୀ ଅଭିଯାନ: ମହେଶଙ୍କ ୫ ୱିକେଟ୍‌ ବରୋଦାକୁ ଦେଲା ୬ ପଏଣ୍ଟ୍‌ – Kalinga News

[ad_1]

ଭୁବନେଶ୍ବର: ବରୋଦା ନିକଟରୁ ୧୪୭ ରନ୍‌‌ରେ ଅପ୍ରତ୍ୟାଶିତ ପରାଜୟ ସହିତ ଓଡ଼ିଶା ଦଳ ୨୦୨୩-୨୪ ରଣଜୀ ଟ୍ରଫି ଋତୁ ଆରମ୍ଭ କରିଛି। ବଡ଼ୋଦରାର ମୋତିବାଗ କ୍ରିକେଟ୍ ଗ୍ରାଉଣ୍ଡ୍‌ରେ ଅନୁଷ୍ଠିତ ନିଜ ପ୍ରଥମ ମୁକାବିଲାରେ ଓଡ଼ିଶା ସମ୍ମୁଖରେ ୪୩୨ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା ବରୋଦା। ଦୃଢ଼ ମୂଳଦୁଆ ପାଇବା ସତ୍ତ୍ବେ ଓଡ଼ିଶା ମଧ୍ୟ ଓ ନିମ୍ନକ୍ରମ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୨୮୪ ରନ୍‌ରେ ସମସ୍ତ ୱିକେଟ୍ ହରାଇ ଦେଇଥିଲା। ପ୍ରଥମ ୩ ବ୍ୟାଟର୍ ଶାନ୍ତନୁ ମିଶ୍ର (୨୩୨ ବଲ୍‌ରୁ ୭୮ ରନ୍, ୬ ଚୌକା), ଅନୁରାଗ ଷଡ଼ଙ୍ଗୀ (୧୧୩ ବଲ୍‌ରୁ ୫୬ ରନ୍, ୬ ଚୌକା, ୨ ଛକା) ଓ ସନ୍ଦୀପ ପଟ୍ଟନାୟକ (୧୨୧ ବଲ୍‌ରୁ ୫୧ ରନ୍) ଅର୍ଦ୍ଧଶତକ ହାସଲ କରିବା ସହ ଭଲ ଆରମ୍ଭ ଦେଇଥିଲେ। ଓଡ଼ିଶା ଏକଦା ୧ ୱିକେଟ୍ ହରାଇ ୧୮୪ ରନ୍ ସଂଗ୍ରହ କରିଥିଲା। କିନ୍ତୁ ସନ୍ଦୀପ ପଟ୍ଟନାୟକଙ୍କୁ ମହେଶ ପିଠିୟା ଏଲ୍‌ବିଡବ୍‌ଲ୍ୟୁ କରିଦେବା ମାତ୍ରେ ଭ୍ରମଣକାରୀ ଶାନ୍ତନୁ ମିଶ୍ରଙ୍କ ପରଠୁ ଦଳର ବିପର୍ଯ୍ୟୟ ପର୍ବ ଆରମ୍ଭ ହୋଇଯାଇଥିଲା। ଅବଶିଷ୍ଟ ୯ ୱିକେଟ୍ ହରାଇ ଓଡ଼ିଶା ୧୦୦ ରନ୍ ଯୋଡ଼ିଥିଲା। ବିଶେଷ କରି ୮ ରନ୍ ଭିତରେ ସନ୍ଦୀପ ପଟ୍ଟନାୟକ, ଶୁଭ୍ରାଂଶୁ ସେନାପତି, ଶାନ୍ତନୁ ମିଶ୍ର, କାର୍ତ୍ତିକ ବିଶ୍ବାଳ ଆଉଟ୍ ହୋଇଯିବା ଓଡ଼ିଶାକୁ ଅନ୍ତତଃ ଡ୍ର’ ସୁଯୋଗ ଦେଇ ନଥିଲା। ଆଶୀର୍ବାଦ ସ୍ବାଇଁ (୨୧), ଗୋବିନ୍ଦ ପୋଦ୍ଦାର (୧୪) ଦୁଇ ଅଙ୍କ ଛୁଇଁଥିଲେ ମଧ୍ୟ ବଡ଼ ପାଳି ଖେଳିପାରି ନଥିଲେ। ନିମ୍ନକ୍ରମରେ ସୂର୍ଯ୍ୟକାନ୍ତ ପ୍ରଧାନ ବିସ୍ଫୋରକ ପାଳି ଖେଳି ୩୫ ବଲ୍‌ରୁ ୪୬ ରନ୍ ସଂଗ୍ରହ କରିଥିଲେ ମଧ୍ୟ ଏହା ପରାଜୟ ପାର୍ଶ୍ବରେ ରହିଥିଲା। ତାଙ୍କ ପାଳିରେ ୨ ଚୌକା ଓ ୪ ଦର୍ଶନୀୟ ଛକା ସାମିଲ ଥିଲା। ଅନ୍ୟ କାହାରିଠାରୁ ସହଯୋଗ ନ ପାଇ ସୂର୍ଯ୍ୟକାନ୍ତ ମଧ୍ୟ ଶେଷ ୱିକେଟ୍ ଭାବେ ଆଉଟ୍ ବେଳକୁ ନିଜ ସପ୍ତମ ପ୍ରଥମ ଶ୍ରେଣୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ। ୨୨ ବର୍ଷୀୟ ଯୁବ ଅଫସ୍ପିନର୍‌ ମହେଶ ପିଠିୟା ପ୍ରଥମ ଥର ୫ ୱିକେଟ୍ ସଫଳତା ଅର୍ଜନ କରି ଓଡ଼ିଶାର ସର୍ବାଧିକ କ୍ଷତି ଘଟାଇଥିଲେ। ବିଜୟ ସହ ବରୋଦା ୬ ପଏଣ୍ଟ୍‌ ପକଟେସ୍ଥ କରିଛି। ଓଡ଼ିଶା ନିଜର ପରବର୍ତ୍ତୀ ମ୍ୟାଚ୍‌ ୧୨ ତାରିଖରୁ ମଧ୍ୟପ୍ରଦେଶ ବିପକ୍ଷରେ ଇନ୍ଦୋରରେ ଖେଳିବ।

ସଂକ୍ଷିପ୍ତ ସ୍କୋର: ବରୋଦା ପ୍ରଥମ ପାଳି: ୩୫୧ (‌ମିତେଶ ପଟେଲ୍‌-୧୧୬, ଜ୍ୟୋତ୍ସ୍ନୀଲ ସିଂହ-୭୩, ଅତୀତ ସେଠ-୫୭, ରାଜେଶ ମହାନ୍ତି-୪/୭୪, ସୂର୍ଯ୍ୟକାନ୍ତ ପ୍ରଧାନ-୨/୮୬)। ଓଡ଼ିଶା ପ୍ରଥମ ପାଳି: ୧୭୮ (ଗୋବିନ୍ଦ ପୋଦ୍ଦାର-୬୮, ଶାନ୍ତନୁ ମିଶ୍ର-୪୫, ଅତୀତ ସେଠ-୩/୫୦)। ବରୋଦା ଦ୍ବିତୀୟ ପାଳି: ୨୫୮/୪, ଘୋଷିତ (ଶାଶ୍ବତ ରାୱତ-୧୦୨, ବିଷ୍ଣୁ ସୋଲାଙ୍କି-୭୯, ଦେବବ୍ରତ ପ୍ରଧାନ-୨/୨୦)। ଓଡ଼ିଶା ଦ୍ବିତୀୟ ପାଳି: ୧୦୧.୫ ଓଭରରେ ୨୮୪/୧୦ (ଶାନ୍ତନୁ ମିଶ୍ର-୭୮, ଅନୁରାଗ ଷଡ଼ଙ୍ଗୀ-୫୬, ସନ୍ଦୀପ ପଟ୍ଟନାୟକ-୫୧, ସୂର୍ଯ୍ୟକାନ୍ତ ପ୍ରଧାନ-୪୬, ମହେଶ ପିଠିୟା-୫/ ୬୧, ଜ୍ୟୋତ୍ସ୍ନୀଲ ସିଂହ-୨/୩୧, ଅତୀତ ସେଠ-୧/୨୮, ନିନାଦ ରାଠୱା-୧/୬୬)।

ପୂର୍ବତନ ବିଜେତା ଦିଲ୍ଲୀକୁ ହରାଇଲା ପୁଡୁଚେରୀ, ଧୂଲ୍‌ ପଦଚ୍ୟୁତ; ହିମ୍ମତ ନୂଆ ଅଧିନାୟକ
ନୂଆଦିଲ୍ଲୀ: ଚଳିତ ଋତୁର ରଣଜୀ ଟ୍ରଫି ପ୍ରଥମ ପର୍ଯ୍ୟାୟ ସୋମବାର ଶେଷ ହୋଇଥିଲା ବେଳେ ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମ୍‌ରେ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଏଲିଟ୍‌ ଗ୍ରୁପ୍‌ ଡି’ରେ ପୂର୍ବତନ ବିଜେତା ଦିଲ୍ଲୀକୁ ନିଜ ଘରେ ୫ ବର୍ଷ ତଳେ ରଣଜୀ ପଦାର୍ପଣ କରିଥିବା ପୁଡୁଚେରୀ ୯ ୱିକେଟ୍‌ରେ ପରାସ୍ତ କରିଛି। ୟଶ ଧୂଲଙ୍କ ନେତୃତ୍ବାଧିନ ଦିଲ୍ଲୀ ୧୪୮ ରନ୍‌ରେ ଅଲଆଉଟ୍‌ ହୋଇଥିଲା। ଭ୍ରମଣକାରୀ ଦଳର ଗୌରବ ଯାଦବ ସବୁଠୁ ସଫଳ ବୋଲର (୨୬.୫-୬-୪୯-୭) ହୋଇଥିଲେ। ଜବାବରେ ପୁଡୁଚେରୀ ୨୪୪ ରନ୍‌ କରିଥିଲା। ଦିଲ୍ଲୀ ଦ୍ବିତୀୟ ପାଳିରେ ଦଳ ୧୪୫ ରନ୍‌ରେ ସୀମିତ ରହିଥିଲା। ପୁଡୁଚେରୀ ୫୦ ରନ୍‌ର ଲକ୍ଷ୍ୟକୁ ୧୩.୪ ଓଭରରେ ମାତ୍ର ୧ ୱିକେଟ୍‌ ହରାଇ ହାସଲ କରିଥିଲା। ସୂଚନାଯୋଗ୍ୟ ଦିଲ୍ଲୀ ୧୯୭୮-୭୯ରେ ପ୍ରଥମଥର ରଣଜୀ ଟ୍ରଫି ଜିତିଥିଲା ବେଳେ ମୋଟ ୭ ଥର ବିଜେତା ଓ ୮ଥର ଉପବିଜେତା ହୋଇଛି। ଏହା ଆଗରେ ପୁଡୁଚେରୀ ୨୦୧୮-୧୯ରେ ରଣଜୀ ଟ୍ରଫି ଖେଳିବା ଆରମ୍ଭ କରିଛି। ପୁଡୁଚେରୀଠୁ ଶୋଚନୀୟ ପରାଜୟ ପରେ ୟଶ ଧୂଲ୍‌ଙ୍କୁ ଦଳର ଅଧିନାୟକ ପଦରୁ ବହିଷ୍କାର କରିଛି ଦିଲ୍ଲୀ ଡିଷ୍ଟ୍ରିକ୍ଟ କ୍ରିକେଟ୍‌ ସଂଘ (ଡିଡିସିଏ)। ତାଙ୍କ ବଦଳରେ ବରିଷ୍ଠ ଖେଳାଳି ହିମ୍ମତ ସିଂହଙ୍କୁ ଦଳର ନୂଆ ଅଧିନାୟକ ନିଯୁକ୍ତ କରାଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button