ଅପରାଧ

ପ୍ରଫେସରଙ୍କ ବିରୋଧରେ ୫୦୦ ଛାତ୍ରୀଙ୍କ ଯୌନଶୋଷଣ ଅଭିଯୋଗ – Kalinga News

[ad_1]

ଗୁରୁଗ୍ରାମ: ହରିୟାଣା ସିରସା ଠାରେ ଥିବା ଚୌଧୁରୀ ଦେବୀ ଲାଲା ବିଶ୍ବବିଦ୍ୟାଳୟର ଜଣେ ପ୍ରଫେସରଙ୍କ ବିରୋଧରେ ୫୦୦ ଛାତ୍ରୀ ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି। ଏନେଇ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ମହିଳା କମିସନ ଅଧ୍ୟକ୍ଷଙ୍କ ନିକଟରେ ସେମାନେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ମିଳିବା ପରେ ତଦନ୍ତ କରିବାକୁ ଗୁରୁବାର ରାଜ୍ୟ ସରକାର ଏକ ସ୍ବତନ୍ତ୍ର ତଦନ୍ତ ଦଳ (ଏସ୍‌ଆଇଟି) ଗଠନ କରିଛନ୍ତି। ଏହି ଖବର ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରଚାରିତ ହେବା ପରେ ଆଜି ପ୍ରସଙ୍ଗଟି ଚର୍ଚ୍ଚାର ପରିସରକୁ ଆସିଛି। ସ୍ଥାନୀୟ ଏଏସ୍‌ପି ଦୀପ୍ତି ଗର୍ଗ କହିଛନ୍ତି ଯେ ଅଭିଯୋଗ ଆଧାରରେ ଏତଲା ରୁଜୁ ହୋଇଛି। ପଚରାଉୁଚରାରେ ପ୍ରଫେସର ଜଣକ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏହା ଏକ ରାଜନୈତିକ ପ୍ରତିଶୋଧ ବୋଲି ସେ ପାଲଟା ଅଭିଯୋଗ କରିଛନ୍ତି। ଏ ନେଇ କୌଣସି ପ୍ରକାର ତଦନ୍ତର ସମ୍ମୁଖୀନ ହେବାକୁ ସେ ପ୍ରସ୍ତୁତ ବୋଲି କହିଛନ୍ତି।

ପୂର୍ବରୁ ଉକ୍ତ ପ୍ରଫେସରଙ୍କ ବିରୋଧରେ ଏଭଳି ୩ଥର ଅଭିଯୋଗ ହୋଇଛି। ଗୋଟିଏ ଅଭିଯୋଗ ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କୁ ହସ୍ତଗତ ହେବା ପରେ ତଦନ୍ତ କରାଯାଇ ଅଭିଯୋଗ ଭିତ୍ତିହୀନ ବୋଲି ଜଣାଯାଇଥିଲା। ପରେ ୨୦୨୨ ନଭେମ୍ବର ଓ ଡିସେମ୍ବରରେ ଅନୁରୂପ ଦୁଇଟି ଅଭିଯୋଗ ରାଜ୍ୟପାଳଙ୍କ ନିକଟକୁ ପଠାଯାଇଥିଲା। ରାଜ୍ୟପାଳଙ୍କ କାର୍ଯ୍ୟାଳୟର ନିର୍ଦ୍ଦେଶ କ୍ରମେ ବିଶ୍ବବିଦ୍ୟାଳୟ ପକ୍ଷରୁ ବସିଥିବା ଆଭ୍ୟନ୍ତରୀଣ ଅଭିଯୋଗ ସମିତି ଦ୍ବାରା ତଦନ୍ତ କରାଯାଇ ପ୍ରଫେସରଙ୍କୁ କ୍ଲିନ୍‌ଚିଟ୍‌ ଦିଆଯାଇଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button