ଖେଳ ଖବର

ଆଇସିସି ଟେଷ୍ଟ ରାଙ୍କିଙ୍ଗ୍ : ବୁମରା ନଂ୧ ବୋଲର – Kalinga News

[ad_1]

ମୁମ୍ବାଇ : ଭାରତର ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମରା ପ୍ରଥମ ଥର ପାଇଁ ଆଇସିସି ପୁରୁଷ ଟେଷ୍ଟ ବୋଲର ମାନ୍ୟତାରେ ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି। ସଦ୍ୟତମ ଟେଷ୍ଟ ମାନ୍ୟତାରେ ବୁମରା ୩ଟି ସ୍ଥାନ ଉପରକୁ ଉଠି ସାଥୀ ବୋଲର ରବିଚନ୍ଦ୍ରନ ଅଶ୍ୱିନଙ୍କଠାରୁ ପ୍ରଥମ ସ୍ଥାନ ଛଡ଼ାଇ ନେଇଛନ୍ତି।

୨ୟ ସ୍ଥାନରେ କାସିଗୋ ରବାଡ଼ା ଓ ୩ୟ ସ୍ଥାନରେ ଭାରତର ରବିଚନ୍ଦ୍ରନ ଅଶ୍ବୀନ ଅଛନ୍ତି । ୪ର୍ଥ ସ୍ଥାନରେ ଅଷ୍ଟ୍ରେଲିଆର ପ୍ୟାଟ୍ କମିନ୍ସ ଅଛନ୍ତି ।

ସୂଚନାଯୋଗ୍ୟ, ବୁମରା ପ୍ରଥମ ଥର ପାଇଁ ଶୀର୍ଷ ମାନ୍ୟତା ହାସଲ କରିଛନ୍ତି। ଭାରତ ପକ୍ଷରୁ ୩୪ ଟି ଟେଷ୍ଟରେ ମୋଟ ୧୦ ଟି ୫ ୱିକେଟ ନେବା ସତ୍ତ୍ୱେ ୩୦ ବର୍ଷୀୟ ଅଭିଜ୍ଞ ବୋଲର କେବେ ବି ତୃତୀୟ ସ୍ଥାନ ଉପରକୁ ଆସି ପାରିନଥିଲେ । ଇଂଲଣ୍ଡ ବିପକ୍ଷ ୨ୟ ଟେଷ୍ଟରେ ସେ ୯ଟି ଓ୍ବିକେଟ ନେଇ ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ ।

ବ୍ୟାଟ୍ସମ୍ୟାନ୍ ମାନ୍ୟତାରେ ନ୍ୟୁଜିଲାଣ୍ଡର କେନ ଓ୍ବିଲିୟମସନ ପ୍ରଥମ ସ୍ଥାନରେ ଅଛନ୍ତି ।  ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଇଂଲଣ୍ଡର ପୂର୍ବତନ ଅଧିନାୟକ ଜୋ ରୁଟ୍ ତୃତୀୟ ସ୍ଥାନକୁ ଖସି ଆସିଛନ୍ତି। ନ୍ୟୁଜିଲାଣ୍ଡର ଡାରିଲ ମିଚେଲ ୪ର୍ଥ ସ୍ଥାନରେ ଅଛନ୍ତି । ଭାରତର ବିରାଟ କୋହଲି ୭ମ ସ୍ଥାନରେ ଅଛନ୍ତି ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button