ଖେଳ ଖବର

ସିଲି ପଏଣ୍ଟ୍‌: ଭାଇରାଲ୍ ହେଲା ଗମ୍ଭୀର-କୋହଲି ଆଲୋଚନା – Kalinga News

[ad_1]

ଧୋନିଙ୍କ ପ୍ରବେଶକୁ ନେଇ ଶାଶାଙ୍କ ଚେତାବନୀ

କୋଲକାତା: ଏକଦା ପରସ୍ପରକୁ ପଡ଼ିଆ ଭିତରେ ଗାଳିଗୁଲଜ କରି ନିନ୍ଦିତ ହୋଇଥିଲେ। କଥା ହାତହାତି ପର୍ଯ୍ୟନ୍ତ ବି ଯାଇଥିଲା। ଏବେ କିନ୍ତୁ ସେମାନେ ଭାଇ ଭାଇ। ଆମେ କହୁଛୁ, ଭାରତୀୟ କ୍ରିକେଟ୍‌ର ଦୁଇ ଚର୍ଚ୍ଚିତ ନାୟକ ବିରାଟ ‌କୋହଲି ଓ ଗୌତମ ଗମ୍ଭୀରଙ୍କ କଥା। ନିଜ ପୁରୁଣା ମନାନ୍ତର ଓ ଝଗଡ଼ାକୁ ଭୁଲି ମାତ୍ର କିଛି ଦିନ ତଳେ କୋହଲି ଓ ଗମ୍ଭୀର ପରସ୍ପରକୁ ଉତ୍ସାହର ସହ ଆଲିଙ୍ଗନ କରି ଚର୍ଚ୍ଚାକୁ ଆସିଥିଲେ। ଏବେ ଇଡେନ୍ ଗାର୍ଡେନ୍ସରେ ରବିବାର ଖେଳାଯିବାକୁ ଥିବା ଆର୍‌ସିବି ଓ କେକେଆର୍ ମ୍ୟାଚ୍ ପୂର୍ବରୁ ଢେର ସମୟ ପର୍ଯ୍ୟନ୍ତ ଭାବ ଆଦାନ ପ୍ରଦାନ କରି ପ୍ରଶଂସିତ ହୋଇଛନ୍ତି ଉଭୟ। ଏମାନଙ୍କ ନୂଆ ଭାଇଚାରାର ଫଟୋ ଉଭୟ କେକେଆର୍ ଓ ଆର୍‌ସିବି ନିଜ ନିଜ ଏକ୍ସ ପୃଷ୍ଠାରେ ପ୍ରକାଶ କରିଛନ୍ତି। ପ୍ରଶଂସକମାନେ ମଧ୍ୟ ଏହ ଫଟୋକୁ ନେଇ ବହୁ ମଜାଦାର ଓ କୌତୁକିଆ ମନ୍ତବ୍ୟ ପୋଷ୍ଟ କରିଛନ୍ତି।

ଲକ୍ଷ୍ନୌ: ଚେନ୍ନାଇ ସୁପରକିଙ୍ଗ୍ସର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଷ୍ଟାଡିୟମ୍‌କୁ ପ୍ରବେଶ କଲା ବେଳେ ଦର୍ଶକଙ୍କ ଅଭିବାଦନ ରଡ଼ି ସର୍ବୋଚ୍ଚ ସ୍ତରରେ ପହଞ୍ଚିଯାଉଛି। ଚଳିତ ଆଇପିଏଲ୍‌ରେ ଷ୍ଟାର୍ ସ୍ପୋର୍ଟସ ପକ୍ଷରୁ ସ୍ବତନ୍ତ୍ର ବୈଷୟିକ କୌଶଳ ବ୍ୟବହାର କରି ଶବ୍ଦର ମାତ୍ରା ମପାଯିବା ବେଳେ ଏହା ସ୍ପଷ୍ଟ ହୋଇଛି। କେବେ କେବେ ଏହା ୧୦୦ ଡେସିବେଲ୍‌କୁ ଟପି ଯାଉଛି। ଏପରିକି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବ୍ୟାଟର୍ କ୍ବିଣ୍ଟନ୍ ଡି’କକ୍‌ଙ୍କ ପତ୍ନୀ ଶାଶା ଡି’କକ୍ ପଡ଼ିଆକୁ ଧୋନି ପ୍ରବେଶ କଲା ବେଳେ କାନ ବନ୍ଦ କରିଦେବାକୁ ଦର୍ଶକଙ୍କୁ ପରାମର୍ଶ ଦେଇଛନ୍ତି। ଶୁକ୍ରବାର ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ଓ ଚେନ୍ନାଇ ସୁପରକିଙ୍ଗ୍ସ ମ୍ୟାଚ୍ ବେଳେ ଦର୍ଶକ ଗ୍ୟାଲେରିରେ ଉପସ୍ଥିତ ଥିବା ଶାଶା କହିଛନ୍ତି, ଧୋନି ଷ୍ଟାଡିୟମ୍‌ରେ ପ୍ରବେଶ କଲା ବେଳେ ଦର୍ଶକ ମାତ୍ରାଧିକ ଉତ୍ସାହିତ ହୋଇ ଏମିତି ପାଟି କରୁଛନ୍ତି ଯେ କିଛି ସମୟ ପାଇଁ ବଧିର ହୋଇଗଲା ଭଳି ଲାଗୁଛି। ଏମିତି ଅଭିଜ୍ଞତା ମୁଁ ଆଗରୁ କେବେବି କରିନି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button