ଖେଳ ଖବର

ପ୍ୟାରିସ୍‌ ପାରାଲିମ୍ପିକ୍ସରେ ଭାରତକୁ ୮ମ ପଦକ, ରୌପ୍ୟ ଜିତିଲେ ଯୋଗେଶ

ପ୍ୟାରିସ୍‌: ପ୍ୟାରିସ୍‌ ପାରାଲିମ୍ପିକ୍ସ ୨୦୨୪ର ପଞ୍ଚମ ଦିନରେ ସୋମବାର ଭାରତକୁ ମିଳିଛି ୮ମ ପଦକ। ପୁରୁଷ ଡିସ୍‌କସ୍‌ ଥ୍ରୋ ଏଫ୫୬ ଇଭେଣ୍ଟରେ ଚମତ୍କାର ପ୍ରଦର୍ଶନ କରି ଦେଶ ପାଇଁ ରୌପ୍ୟ ଜିତିଛନ୍ତି ଯୋଗେଶ କଥୁନିଆ। ୨୭ ବର୍ଷୀୟ ଯୋଗେଶ ୪୨.୨୨ ମିଟର ଥ୍ରୋ ସହିତ ରୌପ୍ୟ ହାତେଇଛନ୍ତି। ଲଗାତର ଭାବେ ଦ୍ଵିତୀୟ ପାରାଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଛନ୍ତି ଯୋଗେଶ।

ଏହା ପୂର୍ବରୁ ସେ ଟୋକିଓ ପାରାଲିମ୍ପିକ୍ସରେ ମଧ୍ୟ ରୌପ୍ୟ ଜିତିଥିଲେ।

ଏହି ଇଭେଣ୍ଟରେ ବ୍ରାଜିଲର ବତିସ୍ତା ଡସ୍ ସାଣ୍ଟୋସ୍ କ୍ଲାଉଡିନି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ବତିସ୍ତା ୪୬.୮୬ ମିଟରର ସର୍ବୋତ୍ତମ ଥ୍ରୋ ସହିତ ଏହି ସଫଳତା ହାସଲ କରିଛନ୍ତି। ଅପରପକ୍ଷେ ଗ୍ରୀସ୍‌ର ଜୋନିସ୍ କନ୍‌ଷ୍ଟାଣ୍ଟିନୋସ୍ ୪୧.୩୨ ମିଟର ଥ୍ରୋ ସହିତ କାଂସ୍ୟ ପଦକ ନିଜ ନାଁରେ କରିଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button