ଅପରାଧ
ଚୋର ଓ କୁଖ୍ୟାତ ଲୁଟେରାଙ୍କୁ ଧରିବାକୁ ପୁରସ୍କାର ଘୋଷଣା କଲା କମିଶନରେଟ ପୁଲିସ – Kalinga News

[ad_1]
ଭୁବନେଶ୍ବର: ଚୋର ତଥା କୁଖ୍ୟାତ ଲୁଟେରାଙ୍କୁ ଧରିବାକୁ ଲୋକଙ୍କ ସାହାଯ୍ୟ ଲୋଡ଼ିଛି କମିଶନରେଟ ପୁଲିସ। ଚୋର ଧରାଇବାରେ ସାହାଯ୍ୟ କଲେ ପୁରସ୍କାର ସ୍ୱରୂପ ୧୦ ହଜାର ଟଙ୍କା ମିଳିବ ଏବଂ ସଂପୃକ୍ତ ବ୍ୟକ୍ତିଙ୍କ ନାମ ଗୋପନ ରଖାଯିବ ବୋଲି କମିଶନରେଟ ପୁଲିସ ପକ୍ଷରୁ କୁହାଯାଇଛି।

Sambad is now on WhatsApp
Join and get latest news updates delivered to you via WhatsApp
ଯେଉଁସବୁ ଲୁଟେରା ଦୀର୍ଘ ଦିନ ହେବ ଫେରାର ରହିଛନ୍ତି, ସାର୍ବଜନୀନ ସ୍ଥାନରେ ସେମାନଙ୍କ ଫଟୋ ମାରିଛି ପୁଲିସ। ରାଜଧାନୀରେ ଥିବା ବିଭିନ୍ନ ଥାନା ଅଞ୍ଚଳର ଲୁଟ କେସର ଅଭିଯୁକ୍ତଙ୍କ ଫଟୋକୁ ବିଭିନ୍ନ ସ୍ଥାନରେ ମାରିବାକୁ କୁହାଯାଇଛି। ପାଖାପାଖି ୧୦୦ଟି ସ୍ଥାନରେ ପୁଲିସ ଲୁଟେରାଙ୍କ ପୋଷ୍ଟର ମାରିବାକୁ ନିଷ୍ପତ୍ତି ନେଇଛି। ନିକଟରେ ରାଜଧାନୀରେ ଲୁଟପାଟ ବଢ଼ି ଚାଲିଛି। ରାତିଅଧରେ ଆପାର୍ଟମେଣ୍ଟ ଭିତରେ ହେଉ ଅବା ଦିନବେଳା ଲୁଟପାଟ ବଢ଼ିଛି । ଏହାକୁ ରୋକିବାକୁ ଯାଇ ପୁଲିସ ଚୋର ଧରିବାକୁ ଲୋକଙ୍କ ସହାୟତା ଲୋଡ଼ିଛି।
[ad_2]