ଅପରାଧ

ଶେଷଥର ପାଇଁ ପୁଅକୁ ଫୋନ କରି ଏସବୁ କଥା ହୋଇଥିଲେ ମାଫିଆ ଡନ୍ ମୁଖତାର – Kalinga News

[ad_1]

ବାନ୍ଦା: ଉତ୍ତରପ୍ରଦେଶର ବାନ୍ଦା ଜିଲ୍ଲାରେ ମାଫିଆ ଡନ୍ ମୁଖତାର ଅନସାରୀର ହୃଦଘାତରୁ ମୃତ୍ୟୁ ହୋଇଥିବା କୁହାଯାଉଛି । ମୁଖତାର ନାମରେ ୬୫ଟି ଅପରାଧିକ ମାମଲା ରୁଜୁ ହୋଇଛି। ଯେଉଁଥିରୁ ସେ ୭ଟି ମାମଲାରେ ଦଣ୍ଡ ପାଇବା ସହିତ ୮ଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛି।

ତେବେ ମାଫିଆ ଡନ୍ ମୁଖତାର ଅନସାରୀର ମୃତ୍ୟୁ ପରେ ଏକ ଅଡିଓ ଭାଇରାଲ ହେଉଛି। ଯେଉଁଥିରେ ମୁଖତାର ଅନସାରୀ ତାର ସାନପୁଅ ସହିତ କଥା ହେଉଥିବା ଶୁଣିବାକୁ ମିଳୁଛି।ମୁଖତାର ଜେଲ ଭିତରୁ ପୁଅ ଅମର ଅନସାରୀ ସହିତ କଥା ହେବା ସମୟରେ କହିଥିଲା, ‘ମୁଁ ବହୁତ ଦୁର୍ବଳ ଅନୁଭବ କରୁଛି। ମୁଁ ଉଠିକି ବସିବି ପାରୁନାହିଁ।’

ବାପା ଠାରୁ ଏଭଳି  କଥା ଶୁଣି ପୁଅ ଅମର ଅନସାରି ବୁଝ‌ାଇ କହିଥିଲେ, ‘ବାପା ଆପଣ ଦୁର୍ବଳ ହୋଇ ଯାଇଛନ୍ତି ବ୍ୟସ୍ତ ହୁଅନ୍ତୁ ନାହିଁ। ଖବୁଶୀଘ୍ର ଠିକ ହୋଇଯିବେ। ଅନୁମତି ମିଳିଲେ ମୁଁ କାଲି ଆପଣଙ୍କୁ ଭେଟ କରିବାକୁ ଯିବି। ମଝିରେ ମଝି‌ରେ ଏମିତି ଫୋନ କରି ଆପଣ କଥା ହେଉଥାଆନ୍ତୁ ଭଲ ଲାଗିବ। ଆଲ୍ଲାହ ବହୁତ ବଡ଼ । ସେ ନିଶ୍ଚୟ ତୁମ ଦୁଃଖ ବୁଝିବେ।’

ସୂଚନା ଅନୁସାରେ ମୁଖତାର ଅନସାରୀ ଜେଲରେ ଥିବାବେଳେ ହୃଦଘାତ ହେବା କାରଣରୁ ସେ ଅଚେତ ହୋଇପଡ଼ିଥିଲା । ଅଚେତ ଅବସ୍ଥାରେ ଉଦ୍ଧାର ପରେ ଜେଲର ଡାକ୍ତରୀ ଦଳ ତାକୁ କଡ଼ା ସୁରକ୍ଷା ମଧ୍ୟରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରାଯାଇଥିଲା ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button