ଅପରାଧ

ବଡ଼ଗଡ଼ ପୁଲିସ ହାତରେ ମହିଳା ଚୋର ଗ୍ୟାଙ୍ଗ: ମହାରା‌ଷ୍ଟ୍ରର ୪ ମହିଳା ଗିରଫ – Kalinga News

[ad_1]

ଭୁବନେଶ୍ବର: ଗହଳି ସ୍ଥାନରେ ସୁଯୋଗ ଦେଖି ମହିଳାଙ୍କ ସୁନାଚେନ୍‌ ଓ ପର୍ସ ଆଦି ଚୋରି କରି ନେଉଥିବା ଏକ ମହିଳା ଗ୍ୟାଙ୍ଗକୁ ଗିରଫ କରିଛି ବଡ଼ଗଡ଼ ଥାନା ପୁଲିସ। ଅଭିଯୁକ୍ତାମାନେ ସମସ୍ତେ ମହାରାଷ୍ଟ୍ରର ବୋଲି ଜଣାପଡ଼ିଛି। ଗ୍ୟାଙ୍ଗର ୪ ଜଣ ସଦସ୍ୟ ହେଲେ ମହାରାଷ୍ଟ୍ର ଗୋଣ୍ଡିଆର ରାନୀ ଦୁଲାଦି(୩୯), ଉମା ଖଡ଼ଗେ(୩୨), ନରେଶା ଲୋ‌ଣ୍ଡେ(୩୫), ସିଲା କାମ୍‌ରେ(୫୦)। ଏହି ମହିଳାମ‌ାନେ ମହାରାଷ୍ଟ୍ରରୁ ଆସି ଭୁବନେଶ୍ବରରେ ବନ୍‌ଜାରା ଭାବେ ରହୁଥିବା ପୁଲିସ ଜାଣିବାକୁ ପାଇଛି।

ସୂଚନାନୁସାରେ, ବଡ଼ଗଡ଼ ଝରଣା ସାହିର ଜ୍ୟୋତ୍ସ୍ନା ମହାନ୍ତି(୬୩) ରାମନବମୀ ଅବସରରେ ଟଙ୍କପାଣି ରୋଡ୍‌ ସ୍ଥିତ ସାଇମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ। ମନ୍ଦିର ପରିସରରେ ଥିବା ଭୋଜନକକ୍ଷରୁ ତାଙ୍କ ବେକରୁ ସେ ପିନ୍ଧିଥିବା ୧୨ଗ୍ରାମରୁ ଅଧିକ ଓଜନର ସୁନାଚେନ ଚୋରି ହୋଇଯାଇଥିଲା। ଏହା ଜାଣିପାରି ସେ ସଙ୍ଗେ ସଙ୍ଗେ ମନ୍ଦିର କର୍ତ୍ତୃପକ୍ଷ ଓ ସେଠାରେ ନିୟୋଜିତ ଥିବା ପୁଲିସ କର୍ମଚାରୀଙ୍କୁ ଜଣାଇଥିଲେ। ପରେ ମନ୍ଦିର ସିସିଟିଭି ଯାଞ୍ଚ ସମୟ କରିବାରୁ ମହିଳାଙ୍କ ବେକରୁ କିଛି ମହିଳା ସୁନାଚେନ ବହୁ ସତର୍କତାର ସହିତ ଲୁଟ୍‌କରି ନେଇ ମନ୍ଦିର ପରିସରରୁ ଚମ୍ପଟ ମାରିଥିବା ଜଣା ପଡ଼ିଥିଲା। ଏନେଇ ବଡ଼ଗଡ଼ ଥାନାରେ ଅଭିଯୋଗ କରିବା ପରେ ପୁଲିସ ସିସିଟିଭି ଯାଞ୍ଚ କରିବା ସହିତ ମହିଳାମାନଙ୍କୁ ଚିହ୍ନଟ କରି ଚଢ଼ଉ ଜରିଆରେ ଆଜି ଅଭିଯୁକ୍ତମାନଙ୍କୁ ଗିରଫ କରିଛି। ଏହି ଗ୍ୟାଙ୍ଗରେ ଆହୁରି ଅନେକ ସଦସ୍ୟ ସାମିଲ ଥିବା ପୁଲିସ ସନ୍ଦେହ କରୁଛି। ଗ୍ୟାଙ୍ଗ୍‌ର ଅନ୍ୟମାନଙ୍କୁ ଧରିବାକୁ ପୁଲିସ ଖୋଳତାଡ଼ ଜାରି ରଖିଛି।

ମହିଳା ଗ୍ୟାଙ୍ଗର ସଦସ୍ୟମାନେ ପ୍ରଥମେ ମହିଳାଙ୍କୁ ଟାର୍ଗେଟ କରୁଥିଲେ। ତା’ପରେ ଗ୍ୟାଙ୍ଗର ସଦସ୍ୟମାନେ ଗହଳି ହେବାମାତ୍ରେ ଉକ୍ତ ମହିଳାଙ୍କୁ ଘେରି ଯାଉଥିଲେ। ସେମାନେ ଜାଣିଶୁଣି ଠେଲାପେଲାର ସ୍ଥିତି ସୃଷ୍ଟି କରୁଥିଲେ ଓ ତା’ରି ଭିତରେ ମହିଳାଙ୍କ ବେକରୁ ସୁନାଚେନ ଲୁଟ କରି ନେଉଥିଲେ। ଗହଳିର ବ୍ୟସ୍ତତା ଭିତରେ ଏକଥା କେହି ଜାଣି ପାରନ୍ତି ନାହିଁ। ଚୋରି କରିବା ପ‌‌ରେ ମହିଳାମାନେ ଚେନ୍‌କୁ ଜଣେ ଅନ୍ୟଜଣଙ୍କୁ ପାସ୍‌ କରି ଦେଇଥାନ୍ତି। ପରେ ସେଠାରୁ ‌ଫେରାର ହୋଇଯାଆନ୍ତି। ଏଭଳି ଭାବେ ସେମାନେ ସାଇମନ୍ଦିର ସହ ଲିଙ୍ଗରାଜ ମନ୍ଦିର ଓ ଅନ୍ୟ ଜନଗହଳିପୂର୍ଣ୍ଣ ମନ୍ଦିର ଓ ମାର୍କେଟ ଆଦିରେ ବେଶ୍‌ ଲୁଟ୍‌ କରିଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button