ଅପରାଧ

ଭୀମପଡ଼ା ହତ୍ୟାକାଣ୍ଡ: ମହଙ୍ଗା ପଡ଼ିଲା ଦୁଇ ଆଡ଼ୁ ପ୍ରେମ; ଏପାଖେ ସମଲିଙ୍ଗୀ ସମ୍ପର୍କ, ସେପାଖେ ଝିଅ ପ୍ରେମ – Kalinga News

[ad_1]

ନିରାକାରପୁର: ‘ମୁଁ ତାକୁ କେବେ ମାରିବାକୁ ଚାହୁଁନଥିଲି। ଥରକୁ ଥର ବୁଝାଇବାକୁ ଚେଷ୍ଟା କରୁଥିଲି ଯେ, ଆମେ ପରସ୍ପରକୁ ଭଲ ପାଉଛେ। ଶାରୀରିକ ସମ୍ପର୍କରେ ଅଛେ। ତେଣୁ, ଅନ୍ୟ ଝିଅ ପ୍ରେମରେ ନ ପଡ଼ି ଚାଲ୍‌ ଆମେ ବାହାଘର ହୋଇଯିବା। କିନ୍ତୁ, ସେ ବୁଝିଲାନି। ମୋ ସହିତ ଶାରୀରିକ ଉପଭୋଗ କରି ଅନ୍ୟ ଝିଅ ପଛରେ ପଡ଼ିଲା। ଏହି ଘଟଣାକୁ ନେଇ ଆମ ଭିତରେ ବଚସା ହୋଇଥିଲା। ଏତିକି କଥାରେ ରାଗିଯାଇ ଏକ ଲୁହାରେ ତା’ର ମୁଣ୍ଡକୁ ପିଟି ଦେଇଥିଲି। କିନ୍ତୁ, ଆଘାତରେ ଏମିତି ସେ ମରିଯିବ ବୋଲି କେବେ ବି ଭାବି ନ ଥିଲି।’ ଜଙ୍କିଆ ଥାନା ସିକୋ ଫାଣ୍ଡି ଶଗଡ଼ଭଙ୍ଗା ପଞ୍ଚାୟତ ଭୀମପଡ଼ାରେ ଦୁଇ ଦିନ ଘଟିଥିବା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସୋମନାଥ ଲାଥି(୨୪) ଗଣମାଧ୍ୟମ ଆଗରେ ହତ୍ୟାକାଣ୍ଡର ଏମିତି କାରଣ ବଖାଣିଛି। ବାହାଘର ପାଇଁ ଅବୁଝା ହେବାରୁ ଏମିତିକାଣ୍ଡ ଘଟିଥିବା ପୁଲିସ ନିକଟରେ ଅଭିଯୁକ୍ତ ସୋମନାଥ ସ୍ବୀକାର କରିଛି।

ଇଏ ପ୍ରେମ ସମ୍ପର୍କ କୌଣସି ପୁଅ-ଝିଅର ନୁହେଁ। ଏହା ଥିଲା ଭୀମପଡ଼ା ଗାଁର ଯୁବକ ରଶ୍ମିରଞ୍ଜନ ଏବଂ ପୁରୀ ଜିଲ୍ଲା ଚନ୍ଦନପୁର ଥାନା କୁଲାଇପଦା ଗାଁର କିନ୍ନର ସୋମନାଥଙ୍କ ମଧ୍ୟରେ ସମ୍ପର୍କ। ପୁଲିସ ତଦନ୍ତ ମୁତାବକ, ରଶ୍ମିରଞ୍ଜନ ଥିଲେ ଜଣେ ଡ୍ରାମା କଳାକାର। ଗାଁ ଗଣ୍ଡାରେ ଚାଲିଥିବା ବିଭିନ୍ନ ପୌରାଣିକ ନାଟକରେ ସେ ଅଭିନୟ କରୁଥିଲେ। ଦଶମ ପଢ଼ି ସାରିଲା ପରେ କିନ୍ନର ସୋମନାଥ ବି ଡ୍ରାମା ସହିତ ଯୋଡି ହୋଇଥିଲା। ୨୦୧୭ ମସିହାରେ ରଶ୍ମିରଞ୍ଜନ କଂସ ଅଭିନୟ କରୁଥିବା ବେଳେ ସୋମନାଥ ଯଶୋଦା ଅଭିନୟ କରି ପରସ୍ପର ପ୍ରଥମ ଥର ଏକାଠି ହୋଇଥିଲେ। ସେବେଠାରୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ଗଢ଼ି ଉଠିଥିଲା। ସମ୍ପର୍କର ନିବିଡ଼ତା ଶାରୀରିକ ସମ୍ପର୍କ ପର୍ଯ୍ୟନ୍ତ ଯାଇଥିଲା। ଅଭିଯୁକ୍ତ ସୋମନାଥ ସମୟେ ସମୟେ ରଶ୍ମିରଞ୍ଜନଙ୍କ ଘରକୁ ଆସୁଥିଲେ। ସେଠି ରହୁ ମଧ୍ୟ ଥିଲେ। ଦୀର୍ଘ ସାତବର୍ଷର ସମ୍ପର୍କ ମଜବୁତ ହେଲା ବେଳକୁ ଉଭୟ ରଶ୍ମିରଞ୍ଜନ ଏବଂ ସୋମନାଥଙ୍କ ସମ୍ପର୍କ ଭିତରକୁ ତେଲେଙ୍ଗାପଡ଼ାର ଆଉ ଜଣେ ଯୁବତୀ କଳାକାର ଧସେଇ ପଶିଥିଲେ। ସୋମନାଥଙ୍କୁ ଛାଡ଼ି ରଶ୍ମିରଞ୍ଜନ ଯୁବତୀ କଳାକାରଙ୍କ ଆଡ଼କୁ ମୁହାଁଇଥିଲେ। ଯାହା ସୋମନାଥଙ୍କ ପାଇଁ ଭାରି ଅସହ୍ୟ ହୋଇଥିଲା। ଏନେଇ ସୋମନାଥ ବହୁବାର ରଶ୍ମିରଞ୍ଜନଙ୍କୁ ବୁଝାଇଥିଲେ। ଝିଅ ସହିତ ସମ୍ପର୍କ ତୁଟାଇ ଦେବାକୁ ନିବେଦନ ବି କରିଥିଲେ।

କିନ୍ତୁ, ରଶ୍ମିରଞ୍ଜନ କିଛି ଶୁଣିଲେ ନାହିଁ। ତେଣୁ, ସୋମନାଥ ନିଜର ସମ୍ପର୍କ ବିଷୟରେ ସମ୍ପୃକ୍ତ ଯୁବତୀ ଅଭିନେତ୍ରୀଙ୍କୁ ସବୁ କହିଥିଲା। ଯୁବତୀ ଜଣକ ଏନେଇ ରଶ୍ମିରଞ୍ଜନକୁ ପଚାରିଥିଲେ। କିନ୍ତୁ, ରଶ୍ମିରଞ୍ଜନ ଏଭଳି ସମ୍ପର୍କକୁ ସଫାସଫା ମନା କରି ଦେଇଥିଲେ। ଏମିତି ପରିସ୍ଥିତିରେ ରଶ୍ମିରଞ୍ଜନ ଏବଂ ଯୁବତୀଙ୍କର ବିବାହ ହେବ ବୋଲି ସୋମନାଥ ଶୁଣିବାକୁ ପାଇଥିଲେ। ସୋମନାଥ ସହିତ ସମ୍ପର୍କ ରଖି ଅନ୍ୟ ଝିଅକୁ ରଶ୍ମିରଞ୍ଜନ ବିବାହ କରିବା ଘଟଣାକୁ ସୋମନାଥ ସ୍ବୀକାର କରି ପାରିନଥିଲେ। ତେଣୁ, ଗତମାସ ୩୧ତାରିଖ ଅପରାହ୍‌ଣରେ ରଶ୍ମିରଞ୍ଜନଙ୍କ ଘରକୁ ସୋମନାଥ ବୁଝାସୁଝା କରିବାକୁ ଯାଇଥିଲା। କିନ୍ତୁ, ନୂଆବର୍ଷ ପାଇଁ ରଶ୍ମିରଞ୍ଜନ ରଣପୁର ବ୍ଲକ୍‌କୁ ଡ୍ରାମା କରିବାକୁ ଯାଇଥିଲା। ରଶ୍ମିରଞ୍ଜନଙ୍କ ପଛେ ପଛେ ସୋମନାଥ ସେଠାକୁ ଯାଇଥିଲା। ଏହି ସମୟରେ ରଶ୍ମିରଞ୍ଜନ ଭିଡ଼ିଓକଲରେ ଯୁବତୀଙ୍କ ସହିତ କଥାବାର୍ତ୍ତା ହେଉଥିବା ସେ ଦେଖିଥିଲା। ଯାହାକୁ ନେଇ ଆପତ୍ତି କରିବାରୁ ରଶ୍ମିରଞ୍ଜନକୁ ସୋମନାଥ ଚାପୁଡ଼ା ମାରିଥିଲା।

ଏହି ଘଟଣା ପରେ ଉଭୟ ପୁଣି ଭୀମପଡ଼ା ଗାଁକୁ ଫେରିଥିଲେ। ସେଠାରେ ମଧ୍ୟ ଉଭୟଙ୍କ ସମ୍ପର୍କକୁ ନେଇ ଜୋର୍‌ ଝଗଡ଼ା ହୋଇଥିଲା। ଏତିକି କଥାରେ ଘରୁ ବାହାରିଯିବା ପାଇଁ ସୋମନାଥକୁ କହିଥିଲେ ରଶ୍ମିରଞ୍ଜନ। ତେଣୁ, ଉତ୍‌କ୍ଷିପ୍ତ ହୋଇ ଏକ ଲୁହାରେ ରଶ୍ମିରଞ୍ଜନଙ୍କ ମୁଣ୍ଡକୁ ସୋମନାଥ ଶକ୍ତ ପ୍ରହାର କରିଥିଲେ ଜଙ୍କିଆ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ଅତିରିକ୍ତ ଏସ୍‌ପି ସୁରେନ୍ଦ୍ରନାଥ ମୁର୍ମୁ ପ୍ରକାଶ କରିଛନ୍ତି। ହତ୍ୟା କରି ଅଭିଯୁକ୍ତ ଲୁହା ଖଣ୍ଡକୁ ଘର ପଛପଟେ ଲୁଚାଇ ଦେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ରାମେଶ୍ବର ଛକରେ ବାଇକ୍‌ ରଖି ଅଟୋରେ ଯାଜପୁର ପଳାଇଥିଲା। ଏସ୍‌ଡିପିଓ ଦିଲ୍ଲୀପ ଦାଶଙ୍କ ନେତୃତ୍ବରେ ଗଠିତ ଗଠିତ ତିନୋଟି ଟିମ୍‌ ଛାନ୍‌ଭିନ୍‌ କରି ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି ବୋଲି ପୁଲିସ ପ୍ରକାଶ କରିଛି। ଆଜିର ସାମ୍ବାଦିକ ସମ୍ମିଳନୀରେ ଜଙ୍କିଆ ଥାନା ଅଧିକାରୀ ପ୍ରଜ୍ଞାଋତୁମ୍ଭରା କର, ସିକୋ ଫାଣ୍ଡି ଅଧିକାରୀ ବ୍ରହ୍ମାନନ୍ଦ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button