ଅପରାଧ

ଘରେ ଛାଡ଼ିବାକୁ ନେଇ ଝଗଡ଼ା ହେବାରୁ ଡିଏସପିଙ୍କୁ ଗୁଳି ମାରି ହତ୍ୟା କଲା ଅଟୋ ଚାଳକ – Kalinga News

[ad_1]

ଚଣ୍ଡୀଗଡ଼: ଘରେ ଛାଡ଼ିବାକୁ ନେଇ ଝଗଡ଼ା ହେବାରୁ ଡିଏସପିଙ୍କୁ ଗୁଳି ମାରି ହତ୍ୟା କଲା ଅଟୋ ଚାଳକ। ପଞ୍ଜାବ ସଶସ୍ତ୍ର ପୁଲିସର ଡିଏସପି ତଥା ଅର୍ଜୁନ ପୁରସ୍କାର ବିଜେତା ଦଲବୀର ସିଂହ ଦେଓଲଙ୍କୁ ଜାନୁଆରି ୧ରେ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ହତ୍ୟା ପରେ ପୁଲିସକୁ ତାଙ୍କ ମୃତଦେହ ରାସ୍ତା କଡ଼ରୁ ମିଳିଥିବା ବେଳେ ଏହା ପଛରେ କାହାର ହାତ ରହିଛି ତାହା ଜାଣିବା ପାଇଁ ପୁଲିସ ତଦନ୍ତ କରିଥିଲା। ପରେ ସିସିଟିଭିରେ କଏଦ ହୋଇଥିବା ଦୃଶ୍ୟ ପୁଲିସକୁ ଅଭିଯୁକ୍ତ ପାଖରେ ନେଇ ପହଞ୍ଚାଇଥିଲା। ଅଭିଯୁକ୍ତର ଅଟୋ ପାଖରେ ମୃତକ ଶେଷ ଥର ପାଇଁ ଦେଖାଯାଇଥିବାରୁ ପୁଲିସର ସନ୍ଦେହ ବଢ଼ିଥିଲା। ଏବେ ତଦନ୍ତ ପରେ ଅଟୋ ଚାଳକ ହିଁ ଦୋଷୀ ବୋଲି ଜଣାପଡ଼ିଛି। ଅଭିଯୁକ୍ତର ନାମ ବିଜୟ କୁମାର ବୋଲି କହିଛି ପୁଲିସ।

ପୁଲିସର କହିବା ମୁତାବକ, ଦଲବୀର ନିଜ ଗାଁକୁ ଯିବା ପାଇଁ ବିଜୟଙ୍କ ଅଟୋ ଅଟକାଇଥିଲେ। ହେଲେ ବିଜୟ ତାଙ୍କୁ ଛାଡ଼ିବାକୁ ମନା କରିଥିଲେ। ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହେବାରୁ ବିଜୟ, ଦଲବୀରଙ୍କଠାରୁ ତାଙ୍କ ବନ୍ଧୁକ ଛଡ଼ାଇ ନେଇ ତାଙ୍କୁ ଗୁଳି ମାରିଥିଲେ। ଦଲବୀର ତଳେ ପଡ଼ିଯିବା ପରେ ତାଙ୍କ ଗୋଡ଼ରେ ଅଟୋ ଚଢ଼ାଇ ନେଇ ପଳାଇ ଯାଇଥିଲେ ବିଜୟ। ସେହି ବାଟ ଦେଇ ପୁଲିସ ଅଫିସର ଯୁଗଲ କିଶୋର ଘରକୁ ଫେରୁଥିବା ବେଳେ ଦଲବୀରଙ୍କ ମୃତଦେହ ରାସ୍ତାକଡ଼ରେ ପଡ଼ିଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ଏବେ ଅଭିଯୁକ୍ତ ବିଜୟକୁ ପୁଲିସ ଗିରଫ କରିଥିବା ଜଣାପଡ଼ିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button