ମନୋରଞ୍ଜନ

୩୪ ଦିନରେ ବି କମିଲାନି ରଣବୀରଙ୍କ ‘ଆନିମଲ୍‌’ର କ୍ରେଜ୍‌, ଏବେ ବି ହଲ୍‌କୁ ଧାଉଁଛନ୍ତି ଦର୍ଶକ – Kalinga News

[ad_1]

ମୁମ୍ବାଇ: ଡିସେମ୍ବର ୧ ତାରିଖରେ ମୁକ୍ତିଲାଭ କରିଥିବା ରଣବୀର କପୁର, ଅନିଲ କପୁର, ବବି ଦେଓଲ ଏବଂ ରଶ୍ମିକା ମନ୍ଦନାଙ୍କ ଫିଲ୍ମ ‘ଆନିମଲ୍’ ୨୦୨୩ ବର୍ଷର ଦ୍ୱିତୀୟ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ହୋଇପାରିଛି। କେବଳ ସେତିକି ନୁହେଁ ‘ପଠାନ’, ‘ଗଦର ୨’ ଏବଂ ‘ଟାଇଗର ୩’ ଭଳି ଚଳଚ୍ଚିତ୍ରକୁ ଏହା ପଛରେ ପକାଇଛି। ଏହି ସମୟରେ ବକ୍ସ ଅଫିସ୍‌ରେ ଶାହାରୁଖ୍‌ ଖାନ୍‌ଙ୍କ ଫିଲ୍ମ ‘ଡଙ୍କି’ ଓ ପ୍ରଭାସଙ୍କ ଫିଲ୍ମ ‘ସାଲାର’ ଦର୍ଶନଙ୍କୁ ମନୋରଞ୍ଜନ ଯୋଗାଇ ଚାଲିଛନ୍ତି।

ତଥାପି ମଧ୍ୟ ରଣବୀରଙ୍କ ‘ଆନିମଲ୍‌’ର କ୍ରେଜ୍‌ ଏଯାଏ ସରିନାହିଁ। ସିନେମାଟି ୩୪ ଦିନରେ ବି ମଧ୍ୟ ଭଲ ରୋଜଗାର କରିଛି। ପୂର୍ବରୁ ‘ଆନିମଲ୍‌’ ଶାହାରୁଖ୍‌ଙ୍କ ଫିଲ୍ମ ‘ପଠାନ’କୁ ରୋଜଗାରରେ ଅତିକ୍ରମ କରି ସାରିଥିବା ବେଳେ ଏବେ ‘ଜବାନ’କୁ ଟକ୍କର ଦେବାକୁ ବାହାରିଛି। ଜାଣିବାକୁ ମିଳିଛି ଯେ ଏହି ସିନେମାର ୩୪ ଦିନର ଆୟ ୫୪ ଲକ୍ଷ ଟଙ୍କା ରହିଛି। ସମୁଦାୟ ଆୟକୁ ମିଶାଇ ଭାରତରେ ଫିଲ୍ମଟିର ସମୁଦାୟ ରୋଜଗାର ୫୪୭.୫୬ କୋଟି ଟଙ୍କାରେ ପହଞ୍ଚିଛି। ସେହିପରି ସାରା ବିଶ୍ୱରେ ୮୯୫.୪ କୋଟି ଟଙ୍କା ରୋଜଗାର କରିଛି ‘ଆନିମଲ୍‌’। ଜାଣିରଖନ୍ତୁ ଯେ ‘ଆନିମଲ୍‌’ ଏବେ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବାକୁ ପ୍ରସ୍ତୁତ।

ରଣବୀର କପୁର ଫିଲ୍ମ ‘ଆନିମଲ୍‌’ ଏବେ ସଭିଙ୍କ ମୁହଁରେ। ଚଳଚ୍ଚିତ୍ରରେ ତାଙ୍କର ଅଭିନୟ, ଶରୀରର ଅଙ୍ଗଭଙ୍ଗୀ ପ୍ରଶଂସକଙ୍କୁ ବହୁତ ପସନ୍ଦ ଆସିଛି। ଏହି ଚଳଚ୍ଚିତ୍ରରେ କିଛି ଦୃଶ୍ୟ ଅଛି ଯେଉଁଥିରେ ରଣବୀରଙ୍କ ଲୁକ୍ ଦେଖି ସମସ୍ତେ ଚକିତ ହୋଇଛନ୍ତି।

ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ଚଳଚ୍ଚିତ୍ର ‘ଆନିମଲ୍‌ରେ’ରେ ଅଭିନୟ ପାଇଁ ରଣବୀର କପୁର ଅତୁଳନୀୟ ପ୍ରଶଂସା ଗ୍ରହଣ କରୁଛନ୍ତି। କେବଳ ତାଙ୍କର ଅଭିନୟ ନୁହେଁ, ତାଙ୍କର ଲମ୍ବା କେଶ ଶୈଳୀ ଏବଂ ଶକ୍ତିଶାଳୀ ଶରୀରକୁ ବହୁତ ପ୍ରଶଂସା କରାଯାଉଛି। ଏବେ ଅଧିକାଂଶ ଯୁବପିଢ଼ିଙ୍କ ମଧ୍ୟ‌ରେ ରଣବୀରଙ୍କ ପରି ଫିଗର୍‌ ବନାଇବାର ନିଶା ସୃଷ୍ଟି ହୋଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button