ନୁଆପାଲୀ ଗ୍ରାମର ସୁଜନ୍ତ ନାୟକଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାଶ

ଗତ ୨୦ ତାରିଖରେ କୋଲାବିରା ଥାନା ଅନ୍ତର୍ଗତ ନୁଆପାଲୀ ଗ୍ରାମର ସୁଜନ୍ତ ନାୟକଙ୍କ ହତ୍ୟା ଘଟଣା। କେଲେଣ୍ଡାମାଲ ରାସ୍ତାରେ ନିର୍ମମ ଭାବରେ ହତ୍ୟା କରାଯାଇଥିବା ନେଇ ତାଙ୍କ ବଡ଼ଭାଇ କିଶୋର ନାୟକ ପୋଲିସ ପାଖରେ ଅଭିଯୋଗ କରିଥିଲେ । ଏହି ଘଟଣାରେ ପୋଲିସ ଆଜି ୩ଜଣଙ୍କୁ ଗିରଫ କରିଛି । ଶରୀରରେ ହୋଇଥିବା କ୍ଷତକୁ ଦେଖି ଧାରୁଆ ଅସ୍ତ୍ରରେ କେଲେଣ୍ଡାମାଲ ରାସ୍ତାରେ ତାଙ୍କ ସାନଭାଇ ସୁଜନ୍ତ ନାୟକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଝାରସୁଗୁଡ଼ା ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏସଡିପିଓ ଉମାଶଙ୍କର ସିଂହ ଙ୍କ ତତ୍ତ୍ୱାବଧାନରେ, ଆଇଆଇସି ଲାଇକେରା ଏବଂ କୋଲାବିରା ଏସ୍ଆଇ ଏସ୍.କେ ପ୍ରଧାନ ଏବଂ ଅନ୍ୟ ପୋଲିସ କର୍ମଚାରୀଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ ଗଠନ କରି ତଦନ୍ତ ଆରମ୍ଭ ହୋଇଥିଲା ପୋଲିସ । ପୋଲିସ ସେଦିନ ଘଟିଥିବା ଘଟଣା ତଦନ୍ତରୁ ଜାଣିବା ପାଇଁ ପାଇଲେ ଯେ ୧୯ତାରିଖ ସନ୍ଧ୍ୟାରେ ମୃତ ସାନ୍ତୋଶ ନାୟକ ନିଜ ବାଇକରେ ଝାରସୁଗୁଡ଼ାକୁ ବାହାରିଥିଲେ । କେଲେଣ୍ଡାମାଲ ରାସ୍ତାରେ ଅଭିଯୁକ୍ତ ସାନ୍ତୋଶଙ୍କୁ ଛୁରୀରେ ହତ୍ୟା କରିଥିଲା। ଏବଂ ସେଠାରୁ ଗାଡ଼ି ନେଇ ଫେରାର ମାରିଥିଲେ । ପୋଲିସ ଘଟଣାର ଖବର ପାଇ ତଦନ୍ତ ଆରମ୍ଭ କରିଥିଲା। ଗୋଟିଏ ମୋଟରସାଇକେଲ, ଦୁଇଟି ମୋବାଇଲ ଫୋନ ଏବଂ ଅଭିଯୁକ୍ତଙ୍କ କପଡ଼ା ଆଦି ପୋଲିସ ଜବତ କରିଥିଲା।