ସାଇବର ଠକେଇ ପାଲରେ ମହିଳା: ନିଯୁକ୍ତି ଲୋଭ ଦେଖାଇ ୧୧ ଲକ୍ଷ ଲୁଟ୍ – Kalinga News
[ad_1]
କଟକ: ସାଇବର୍ ଅପରାଧୀଙ୍କ ଶିକାର ହୋଇଛନ୍ତି କଟକର ଜଣେ ମହିଳା। ତାଙ୍କୁ ଅନ୍ଲାଇନ୍ ବିଟ୍କଏନ୍ରେ ନିବେଶର ଲୋଭ ଦେଖାଇ ସାଇବର୍ ଅପରାଧୀ ମାତ୍ର ଦୁଇ ଦିନରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୧୧ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଗୃହିଣୀ ଜଣକ ଠକେଇ ସମ୍ପର୍କରେ ଜାଣିବା ପୂର୍ବରୁ ଦୁର୍ବୃତ୍ତ ସବୁତକ ଟଙ୍କା ଏଟିଏମ୍ରୁ ଉଠାଇ ନେଇଛନ୍ତି। ଏଭଳି ଘଟଣାକୁ ନେଇ ଏହି ମହିଳାଜଣକ କଟକ ସାଇବର୍ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ, ଦରଘାବଜାର ଥାନା ଅନ୍ତର୍ଗତ ବକ୍ସିବଜାରରେ ପରିବାର ସହିତ ରହୁଥିବା ଜଣେ ମହିଳାଙ୍କ ହ୍ବାଟ୍ସଆପ୍କୁ ନୂଆବର୍ଷ ଦିନ ଏକ ମେସେଜ୍ ଆସିଥିଲା। ଏଥିରେ ଅନ୍ଲାଇନ୍ରେ କାମ କରିବା ସଂକ୍ରାନ୍ତରେ ଉଲ୍ଲେଖ ଥିଲା। ଏହି ମହିଳାଜଣକ ପୂର୍ବରୁ ଏକ ସଂସ୍ଥାରେ ଚାକିରି କରୁଥିବା ବେଳେ ଏବେ ସେ ଚାକିରି ଛାଡ଼ି ଘରେ ଥିଲେ। ଏଭଳି ସୁଯୋଗ ମିଳିବା ପରେ ସେ ସମ୍ପୃକ୍ତ ବ୍ୟକ୍ତିଙ୍କ ସହିତ ଯୋଗାଯୋଗ କରିଥିଲେ। ୧ ଓ ୨ ତାରିଖ ଦୁଇ ଦିନ ସମ୍ପୃକ୍ତ ବ୍ୟକ୍ତିଙ୍କ ସହିତ ସେ ଚାଟିଂ କରିଥିଲେ। ତାଙ୍କୁ ତୁରନ୍ତ ସମ୍ପୃକ୍ତ ବ୍ୟକ୍ତି ଟେଲିଗ୍ରାମ୍ର ଏକ ଗ୍ରୁପ୍ରେ ଯୋଡ଼ି ଦେଇଥିଲା। ସେଠାରେ ୟୁଟ୍ୟୁବ୍ ଚ୍ୟାନେଲ୍ ସବ୍ସ୍କ୍ରାଇବ୍, ଭିଡିଓ ଲାଇକ୍ କରିବା ସହିତ ରେଟିଂ ଦେବା, ଫେସ୍ବୁକ୍ରେ ବିଭିନ୍ନ ପୋଷ୍ଟ ଲାଇକ୍, ଇନ୍ଷ୍ଟାଗ୍ରାମ୍ ପେଜ୍ ହ୍ୟାଣ୍ଡେଲ୍ କରିବାକୁ କୁହାଯାଇଥିଲା। ପ୍ରତି ଲାଇକ୍, କମେଣ୍ଟ ପିଛା ତାଙ୍କୁ ୧୦୦ ଟଙ୍କା ମିଳିବା ନେଇ ପ୍ରତିଶ୍ରୁତି ଦିଆଯାଇଥିଲା।
ଏହି ଯୁବତୀଙ୍କୁ ପ୍ରତିଶ୍ରୁତି ମୁତାବକ ଟଙ୍କା ବି ମିଳିଥିଲା। କିନ୍ତୁ ପରେ ଟାସ୍କ କରିବାକୁ ହେଲେ ଆଗୁଆ ଟଙ୍କା ପୈଠ କରିବାକୁ ସଂସ୍ଥା ପକ୍ଷରୁ ସର୍ତ୍ତ ରଖାଯାଇଥିଲା। ୨ ହଜାର ଟଙ୍କା, ୫ ହଜାର ଟଙ୍କା ଓ ୩୦ ହଜାର ଟଙ୍କାର ବିଭିନ୍ନ ପ୍ରକାର ଟାସ୍କ ଦିଆଯାଇଥିଲା। ଏହି ଟାସ୍କ ଆଣିବା ପରେ ସେ କାମ କରିଥିଲେ। ଟାସ୍କ କରିବା ଭିତରେ ତାଙ୍କୁ ବିଟ୍କଏନ୍ରେ ଟଙ୍କା ନିବେଶ କରିବାକୁ କୁହାଯାଇଥିଲା। ଏଥିରେ ଯେତିକି ଟଙ୍କା ନିବେଶ କରିବେ, ସେହି ଟଙ୍କା ଫେରସ୍ତ ସହିତ ଅତିରିକ୍ତ ୩୦ ପ୍ରତିଶତ କମିସନ୍ ମିଳିବାର ମଧ୍ୟ ପ୍ରତିଶ୍ରୁତି ଦିଆଯାଇଥିଲା। ଏଭଳି ଭାବେ ଏହି ମହିଳାଜଣକ ସମ୍ପୃକ୍ତ ବ୍ୟକ୍ତିଙ୍କ ତିନୋଟି ବ୍ୟାଙ୍କ ଆକାଉଣ୍ଟରେ ଅନ୍ଲାଇନ୍ରେ ୧୧ ଲକ୍ଷ ଟଙ୍କା ପଠାଇଥିଲେ। ପରେ ଆଉ ସେହି ବ୍ୟକ୍ତିଙ୍କ ସହିତ ଯୋଗାଯୋଗ ହୋଇପାରି ନଥିଲା।
ମହିଳାଜଣକ ଠକେଇର ଶିକାର ହୋଇଥିବା ଜାଣି ୨ ତାରିଖ ରାତିରେ ସାଇବର୍ ଥାନାରେ ଏତଲା ଦେଇଛନ୍ତି। ତେବେ ସେ ଚାକିରି ଛାଡ଼ିବା ପରେ ଏହି ଟଙ୍କା ରଖିଥିଲେ। ଆଉ କିଛି ଟଙ୍କା କ୍ରେଡିଟ୍ କାର୍ଡରୁ ଉଠାଇ ଥିଲେ। ତାଙ୍କର ଏହି ଜମା ଟଙ୍କାକୁ ସାଇବର୍ ଅପରାଧୀ ଲୁଟି ନେଇଛନ୍ତି। ସାଇବର୍ ଥାନା ପୁଲିସ ଠକେଇ ମାମଲା ରୁଜୁ କରିଥିବା ବେଳେ ଯେଉଁ ଚାରିଟି ବ୍ୟାଙ୍କ୍ ଆକାଉଣ୍ଟକୁ ଏହି ଟଙ୍କା ଯାଇଛି, ଉକ୍ତ ଆକାଉଣ୍ଟ ସଂକ୍ରାନ୍ତରେ ତଥ୍ୟ ସମ୍ପୃକ୍ତ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ମଗା ଯାଇଛି।
[ad_2]