ସାଇବର ଠକେଇର ଶିକାର: ବିରିୟାନି ପାଇଁ ଦେଢ଼ ଲକ୍ଷ ହରାଇଲେ, କ୍ରାଇମବ୍ରାଞ୍ଚରେ ମାମଲା ରୁଜୁ – Kalinga News

[ad_1]
କଟକ: ଅନଲାଇନରେ ଖାଇବା ଅର୍ଡର କରି ସିଡିଏର ଜଣେ ଯୁବକ ସାଇବର୍ ଅପରାଧୀଙ୍କ ଜାଲରେ ଫସିଛନ୍ତି। ସାଇବର୍ ଅପରାଧୀ ଏହି ଯୁବକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଠକେଇର ଶିକାର ହୋଇଥିବା ଯୁବକ ଜଣକ ହେଉଛନ୍ତି ସିଡିଏ ସେକ୍ଟର-୧୦ ଅଞ୍ଚଳର ବ୍ରଜମୋହନ ତ୍ରିପାଠୀ(୩୪)। ଢେଙ୍କାନାଳ କୁଞ୍ଜକାନ୍ତର ମୂଳ ବାସିନ୍ଦା ବ୍ରଜମୋହନ ସିଡିଏରେ ଘର ଭଡ଼ା ନେଇ ରୁହନ୍ତି। ଅନ୍ଲାଇନ୍ରେ ଖାଇବା ଅର୍ଡର୍ କରିବାର ୫ମିନିଟ୍ ମଧ୍ୟରେ ତାଙ୍କ ଆକାଉଣ୍ଟ୍ରୁ ଟଙ୍କା ଗାଏବ ହୋଇଯାଇଥିଲା। ଏହି ଘଟଣାକୁ ନେଇ କ୍ରାଇମ୍ବ୍ରାଞ୍ଚ ସାଇବର ସେଲ୍ରେ ଏତଲା ଦେଇଛନ୍ତି। ସାଇବର୍ ସେଲ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି।

Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ, ବ୍ରଜମୋହନ ତ୍ରିଶୂଳିଆରେ ଏକ ଘରୋଇ ସଂସ୍ଥାରେ ଚାକିରି କରନ୍ତି। ମଙ୍ଗଳବାର ସେ ବ୍ୟକ୍ତିଗତ କାମରେ ବ୍ୟସ୍ତ ଥିବାରୁ ଅଫିସ ଯାଇପାରିନଥିଲେ। ଦିନ ପ୍ରାୟ ଗୋଟାଏ ବେଳେ ବକ୍ସିବଜାରସ୍ଥିତ ଏକ ରେଷ୍ଟୁରାଣ୍ଟ୍ରୁ ଅନ୍ଲାଇନ୍ରେ ବିରିଆନି ଅର୍ଡର କରିଥିଲେ। ବିରିଆନି ବାବଦରେ ୧୭୦ଟଙ୍କା ଏବଂ ଡେଲଭରି ଚାର୍ଜ ୩୦ଟଙ୍କାକୁ ମିଶାଇ ମୋଟ ୨୦୦ଟଙ୍କା ଅନଲାଇନରେ ଜମା କରିଥିଲେ। ୨ଘଣ୍ଟା ବିତିଯାଇଥିଲେ ବି ବ୍ରଜମୋହନଙ୍କ ଖାଦ୍ୟ ଆସିନଥିଲା। ସେ ସମ୍ପୃକ୍ତ ରେଷ୍ଟୁରାଣ୍ଟ୍କୁ ଫୋନ୍ କରିଥିଲେ। ରେଷ୍ଟୁରାଣ୍ଟ୍ ପକ୍ଷରୁ ସେମିତି କୌଣସି ଅର୍ଡର ଗ୍ରହଣ କରାଯାଇ ନଥିବା କହିଥିଲେ। ଏହା ପରେ ତାଙ୍କ ମୋବାଇଲ୍କୁ ଏକ ମ୍ୟାସେଜ୍ ଆସିଥିଲା। ପଞ୍ଜାବ୍ ନ୍ୟାସନାଲ୍ ବ୍ୟାଙ୍କରେ ଥିବା
ତାଙ୍କ ଜମା ଖାତାରୁ ୬୦ହଜାର ଟଙ୍କା କଟିଥିବା ମ୍ୟାସେଜ ଆସିଥିଲା। କିଛି ସମୟ ପରେ ପୁଣି ଆଉ ଏକ ମ୍ୟାସେଜ ଆସିଥିଲା। ସେଥିରେ ଆକାଉଣ୍ଟରୁ ୫୦ହଜାର ଟଙ୍କା କଟିଥିବା ମ୍ୟାସେଜ ଆସିଥିଲା। ତୃତୀୟ ମ୍ୟାସେଜରେ ୪୦ଟଙ୍କା ଉଠାଣ ହୋଇଥିବା ମ୍ୟାସେଜ ଆସିଥିଲା। ଏହିଭଳି ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଦେଢ଼ ଲକ୍ଷ ଟଙ୍କା ଉଠାଣ ହୋଇଥିଲା। ପ୍ରଥମେ ସେ ମର୍କତନଗର ଥାନା ଏବଂ ପରେ କ୍ରାଇମ୍ବ୍ରାଞ୍ଚର ସାଇବର ସେଲ୍ର ଦ୍ୱାରସ୍ଥ ହୋଇଥିଲେ। ବ୍ରଜମୋହନଙ୍କ ଆକାଉଣ୍ଟରୁ କଟିଥିବା ଟଙ୍କାରେ ସାଇବର୍ ଅପରାଧୀ ଦିଲ୍ଲୀରେ କିଛି ସାମଗ୍ରୀ କିଣିଥିବା କ୍ରାଇମବ୍ରାଞ୍ଚ ତଦନ୍ତ ସମୟରେ ଜାଣିବାକୁ ପାଇଛି। ସାଇବର୍ ଅପରାଧୀ ନକଲି ଖାଦ୍ୟ ଯୋଗାଣକାରୀ ସଂସ୍ଥାର ଆପ୍ଲିକେସନ ମାଧ୍ୟମରେ ଏଭଳି ଲୁଟ୍ କରିଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି।
[ad_2]