ଏସ୍ଜିଏଫ୍ଆଇ ୧୪ ବର୍ଷରୁ କମ୍ ବାଳକ ଦଳର କୃତିତ୍ବ; ଜାତୀୟ ବିଦ୍ୟାଳୟ ହକି ଜିତିଲା ଓଡ଼ିଶା – Kalinga News

[ad_1]
ନିରାଶ କଲେ ୧୪ ବର୍ଷରୁ କମ୍ ବାଳିକା ଓ ୧୭ ବର୍ଷରୁ କମ୍ ବାଳକ
ରାଉରକେଲା: ମଧ୍ୟପ୍ରଦେଶର ଗ୍ବାଲିଅର୍ରେ ଅନୁଷ୍ଠିତ ୬୭ତମ ଜାତୀୟ ବିଦ୍ୟାଳୟ କ୍ରୀଡ଼ାର ହକି ବର୍ଗରେ ଓଡ଼ିଶା ୧୪ ବର୍ଷରୁ କମ୍ ବାଳକ ଦଳ ଚାମ୍ପିଅନ ହୋଇଛି। ତେବେ ୧୪ ବର୍ଷରୁ କମ୍ ବାଳିକା ଓ ୧୭ ବର୍ଷରୁ କମ୍ ବାଳକ ଦଳର ପ୍ରଦର୍ଶନ ଆଶାନୁରୂପ ହୋଇନି। ୧୪ ବର୍ଷରୁ କମ୍ ବାଳିକା ଦଳ ମଧ୍ୟପ୍ରଦେଶ ବିପକ୍ଷରେ ୦-୪ ଗୋଲ୍ରେ ପରାସ୍ତ ହୋଇଥିବାବେଳେ ୧୭ ବର୍ଷରୁ କମ୍ ଓଡ଼ିଶା ବାଳକ ଦଳ କ୍ବାର୍ଟରଫାଇନାଲରେ ହରିୟାଣାଠାରୁ ୨-୩ ଗୋଲରେ ପରାସ୍ତ ହୋଇ ପ୍ରତିଯୋଗିତାରୁ ଦୁଃଖଦ ବିଦାୟ ନେଇଥିଲା।

Sambad is now on WhatsApp
Join and get latest news updates delivered to you via WhatsApp
୧୪ ବର୍ଷରୁ କମ୍ ବାଳକ ଫାଇନାଲରେ ଓଡ଼ିଶା ଓ ଝାଡ଼ଖଣ୍ଡ ମୁହାଁମୁହିଁ ହୋଇଥିଲେ। ଫାଇନାଲ ମ୍ୟାଚ୍ ବେଶ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା। ମ୍ୟାଚ୍ସାରା ଉଭୟ ଦଳ ପକ୍ଷରୁ ଘନଘନ ଆକ୍ରମଣ ଦେଖିବାକୁ ମିଳିଥିଲା; ଶେଷ ସୁଦ୍ଧା କେହି କାହାରିକୁ ଗୋଲ୍ ଦେଇନପାରିବାରୁ ସୁଟ୍ଆଉଟ୍ର ସହାୟତା ନିଆଯାଇଥିଲା। ଏଥିରେ ଓଡ଼ିଶା ଦଳ ୫-୦ ଗୋଲ୍ରେ ବିଜୟୀ ହୋଇଥିଲା। ଷ୍କୁଲ ଗେମ୍ସ ଫେଡେରେସନ ଅଫ୍ ଇଣ୍ଡିଆ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତା ୨୮ ତାରିଖରୁ ୧ ତାରିଖ ଯାଏ ଖେଳାଯାଇଥିଲା। ୧୪ ବର୍ଷରୁ କମ୍ ବାଳକ ବର୍ଗରେ ୮ଟି ପୁଲ୍ କରାଯାଇଥିଲା।
ଗୋଟିଏ ପୁଲ୍ରେ ଓଡ଼ିଶା, ପଞ୍ଜାବ, ଉତ୍ତରାଖଣ୍ଡ ଓ ବିଦ୍ୟାଭାରତୀ ସ୍ଥାନିତ ଥିଲେ। ପୁଲ୍ ପର୍ଯ୍ୟାୟରେ ଓଡ଼ିଶା ଦଳ ପଞ୍ଜାବକୁ ୪-୦ ଗୋଲ, ଉତ୍ତରାଖଣ୍ଡକୁ ୬-୦ ଗୋଲ ଓ ବିଦ୍ୟାଭାରତୀକୁ ୬-୧ ଗୋଲରେ ପରାସ୍ତକରି ପୁଲ୍ ବିଜେତା ହେବାସହ ପ୍ରି-କ୍ବାର୍ଟର୍ ଫାଇନାଲରେ ପହଞ୍ଚିଥିଲା। ପ୍ରି-କ୍ୱାର୍ଟର ଫାଇନାଲରେ ଓଡ଼ିଶା ୯-୦ ଗୋଲ୍ରେ ଜମ୍ମୁ ଓ କଶ୍ମୀରକୁ, କ୍ୱାର୍ଟର ଫାଇନାଲରେ ୧-୦ ଗୋଲ୍ରେ ମଣିପୁରକୁ ଓ ସେମିଫାଇନାଲରେ ସଂପୂର୍ଣ୍ଣ ଏକତରଫାଭାବେ ୪-୧ ଗୋଲ୍ରେ ଗୁଜରାଟକୁ ପରାସ୍ତ କରି ଫାଇନାଲ ସ୍ଥାନ ସୁରକ୍ଷିତ କରିଥିଲା। ଏନ୍ଆଇଟି କ୍ୟାମ୍ପସ ହାଇସ୍କୁଲର କ୍ରୀଡ଼ାଶିକ୍ଷକ ଅଜୟ ରାଉତ କୋଚ୍ ଓ ଅର୍ମାନ ସୋରେନ ଦଳର ନେତୃତ୍ବ ନେଇଥିଲେ। ଦଳରେ ସୁନ୍ଦରଗଡ଼ ଜିଲ୍ଲାର ୧୨ ଜଣ ଖେଳାଳି ଥିବାବେଳେ ସମ୍ବଲପୁରର ୪ ଜଣ ଏବଂ ଦେବଗଡ଼ ଓ କଳାହାଣ୍ଡିର ଜଣେ ଲେଖାଏ ଖେଳାଳି ସାମିଲ ଥିଲେ।
[ad_2]