ଅପରାଧ

୫୦ କୋଟି ଠକେଇ ଅଭିଯୋଗରେ ଯୁବକ ଗିରଫ; ୩ମାସରେ ଦୁଇଗୁଣା କହି ଲୁଟୁଥିଲା ଅଭିଯୁକ୍ତ – Kalinga News

[ad_1]

ଭୁବନେଶ୍ବର: ତିନି ମାସ ମଧ୍ୟରେ ଟଙ୍କା ଦୁଇ ଗୁଣ ହେବ ବୋଲି ଲୋକଙ୍କ ଠାରୁ ୫୦ କୋଟି ଟଙ୍କା ଠକେଇ କରିଥିବା ଜଣେ ଅଭିଯୁକ୍ତ ଗିରଫ ହୋଇଛି। ଗିରଫ ଅଭିଯୁକ୍ତ ହେଲେ ମୋହନ ପରିଡ଼ା।

ସୂଚନା ଅନୁସାରେ ୱେ ଟୁ ଆଡ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ମାଲିକ  ହେଉଛନ୍ତି ମୋହନ ପରିଡ଼ା। ସେ ୩ ମାସରେ ଦୁଇଗୁଣା ଟଙ୍କା ଦେବାକୁ କହି ଠକେଇ କରିଛନ୍ତି। ଏହି କମ୍ପାନି ୨୦୨୦ରୁ ୨୦୨୩ମଧ୍ୟରେ ୨ଟି ସ୍କିମ ମାଧ୍ୟମରେ ମାସକୁ ୨୬ ପ୍ରତିଶତ ଟଙ୍କା ଦେବାକୁ କହି ଲୋକଙ୍କ ଠାରୁ ଟଙ୍କା ନେଇଥିଲା, ଯାହାକି ଜମାକାରୀ ୩ମାସରେ ଜମା ଟଙ୍କାର ଦୁଇଗୁଣା ଟଙ୍କା ପାଇବା ନେଇ ପ୍ରତିଶ୍ରୁତି ପାଇଥିଲେ।

ପ୍ରଥମେ କିଛି ଜମାକାରୀ ଟଙ୍କା ଫେରସ୍ତ ପାଇବା ପରେ ଏଥିରେ ଅଧିକରୁ ଅଧିକ ଟଙ୍କା ଜମା କରିଥିଲେ। ଏହିପରି ଭାବେ ଓଡ଼ିଶାରୁ ପାଖାପାଖି ୫୦କୋଟି ଟଙ୍କା ଠକି ଫେରାର ହୋଇଯାଇଥିଲା। ଏନେଇ କ୍ରାଇମବ୍ରାଞ୍ଚର ଇଓଡବ୍ଲୁରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଏନେଇ ତଦନ୍ତ କରିବା ପରେ ସମସ୍ତ ପ୍ରମାଣ ଆଧାରରେ ମୋହନକୁ ଗିରଫ କରାଯାଇଛି। ପାଖାପାଖି ୨ହଜାର ଲୋକଙ୍କ ଠାରୁ ଏହି ଠକେଇ ହୋଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button