ଅପରାଧ

ଗଙ୍ଗାସାଗର ମେଳାକୁ ଯାଉଥିବା ଉତ୍ତର ପ୍ରଦେଶ ସାଧୁଙ୍କୁ ପଶ୍ଚିମବଙ୍ଗରେ ଆକ୍ରମଣ; ୧୨ ଗିରଫ – Kalinga News

[ad_1]

ପୁରୁଲିଆ: ଗୁରୁବାର ସନ୍ଧ୍ୟାରେ ପଶ୍ଚିମବଙ୍ଗର ଗଙ୍ଗାସାଗର ମେଳାକୁ ଯାଉଥିବା ଉତ୍ତର ପ୍ରଦେଶର ୩ଜଣ ସାଧୁଙ୍କ ଉପରେ ଆକ୍ରମଣ କରାଯିବା ଘଟଣାରେ ୧୨ଜଣଙ୍କୁ ଗିରଫ କରାଯାଇଥିବା କଥା ପୁଲିସ କହିଛି।

ଅପହରଣକାରୀ ସନ୍ଦେହ କରି ପଶ୍ଚିମବଙ୍ଗର ପୁରୁଲିଆ ଜିଲ୍ଲାରେ ସାଧୁମାନଙ୍କୁ ଦଳେ ଉତ୍ତ୍ୟକ୍ତ ଜନତା ମାରଧର କରିଥିଲେ। ଅଭିଯୁକ୍ତମାନଙ୍କୁ ପୁରୁଲିଆ ଜିଲ୍ଲା ଅଦାଲତରେ ହାଜର କରାଯିବ।

ସଂଗୃହୀତ ସୂଚନା ଅନୁସାରେ, ମକର ସଂକ୍ରାନ୍ତି ପର୍ବ ଲାଗି ଗଙ୍ଗାସାଗର ଯିବା ପାଇଁ ସାଧୁମାନେ ଗୋଟାଏ ଗାଡ଼ି ଭଡ଼ା କରିଥିଲେ। ସ୍ଥାନୀୟ ଲୋକଙ୍କୁ ସେମାନେ ରାସ୍ତା ପଚାରିବାରୁ କେତେଜଣଙ୍କର ସନ୍ଦେହ ହୋଇଥିଲା। ସେମାନଙ୍କୁ ଅପହରଣକାରୀ ବୋଲି ସନ୍ଦେହ କରି ଉତ୍ତେଜିତ ଲୋକେ ମାରଧର କରିଥିଲେ।

Image Courtesy of NDTV

ଘଟଣାସ୍ଥଳରେ ପୁଲିସ ପହଞ୍ଚି ସାଧୁମାନଙ୍କୁ ଉଦ୍ଧାର କରି କାଶୀପୁର ଥାନାକୁ ନେଇଥିଲେ। ପରେ ଗଙ୍ଗାସାଗର ମେଳାକୁ ଯିବା ଲାଗି ସାଧୁମାନଙ୍କ ପାଇଁ ଗାଡ଼ି ବନ୍ଦୋବସ୍ତ କରାଯାଇଥିଲା।

ପୁଲିସ କହିଛି ଯେ, ବାଟବଣା ହୋଇ ସାଧୁମାନେ ଅଟକି ଯାଇଥିଲେ। ବାଟରେ ଦୁଇଜଣ ଝିଅଙ୍କୁ ସେମାନେ ରାସ୍ତା ପଚାରିଲେ। ସେ ଝିଅ ଦୁହେଁ ଭୟରେ ଚିତ୍କାର କରି ଦୌଡ଼ି ପଳାଇବାରୁ ସ୍ଥାନୀୟ ଲୋକମାନଙ୍କର ଧାରଣା ହେଲା, ବୋଧହୁଏ ଏ ସାଧୁମାନେ ସେମାନଙ୍କୁ ଉତ୍‌ପୀଡ଼ିତ କରିଛନ୍ତି। ଏଥିରେ କୌଣସି ସାମ୍ପ୍ରଦାୟିକତା ନାହିଁ।

ସେପଟେ, ପଶ୍ଚିମବଙ୍ଗ ‘ବିଜେପି’ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସମାଲୋଚନା କରି ଏହି ଘଟଣାକୁ ନିନ୍ଦା କରିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button