ମାଂସ ପାଇଁ କଇଁଛ ଚାଲାଣ, ୪ ଗିରଫ – Kalinga News

[ad_1]
କାଲିମେଳା: ମାଂସ ପାଇଁ ମାଲକାନଗିରି ଜିଲ୍ଲା କାଲିମେଳା ଅଞ୍ଚଳକୁ ଚାଲାଣ ହେଉଛନ୍ତି କଇଁଛ। ବାରମ୍ବାର ଚଢ଼ଉ ସହ ଧରପଗଡ଼ ସତ୍ତ୍ବେ ମାଫିଆ ବେଧଡ଼କ ଚାଲାଣ କରୁଛନ୍ତି। ଏହିକ୍ରମରେ ଆଜି କାଲିମେଳା ଅଞ୍ଚଳକୁ ଚାଲାଣ ହେଉଥିବା ୩୯୮ କଇଁଛ ଉଦ୍ଧାର ହୋଇଛନ୍ତି। ମୋଟୁ ପୁଲିସ ଏକ ମିନି ଟ୍ରକ୍କୁ ଜବତ କରିବା ସହ ୪ଜଣଙ୍କୁ ଗିରଫ କରିଛି। ବନ ବିଭାଗକୁ କଇଁଛ ହସ୍ତାନ୍ତର କରି ଅଭିଯୁକ୍ତଙ୍କୁ ପଚରାଉଚରା କରାଯାଉଛି। ଆଜି ସକାଳେ ମୋଟୁ ନିକଟସ୍ଥ ତଥା ଆନ୍ଧ୍ର-ଓଡ଼ିଶା ତନଖି ଫାଟକରେ ମୋଟୁ ପୁଲିସ ପକ୍ଷରୁ ଯାନବାହନ ଯାଞ୍ଚ ଚାଲିଥିଲା। ଏହି ସମୟରେ ଆନ୍ଧ୍ରରୁ ଆସୁଥିବା ମିନି ଟ୍ରକ୍ (ଏପି-୩୯ଟିଏସ୍-୭୧୬୦)କୁ ଅଟକାଇ ଯାଞ୍ଚ କରିବାରୁ ୧୨ଟି ବସ୍ତାରୁ ୩୯୮ କଇଁଛ ବାହାରିଥିଲେ। ମୋଟୁ ଥାନା ଏସ୍ଆଇ ଲକ୍ଷ୍ମୀଧର ଲେଙ୍କା କଇଁଛ ଏବଂ ଚାଲାଣକାରୀଙ୍କୁ ବନ ବିଭାଗକୁ ହସ୍ତାନ୍ତର କରିଥିଲେ। କେଉଁ ଅଞ୍ଚଳରୁ କଇଁଛଙ୍କୁ ଅଣାଯାଇଥିଲା ଓ ଏହାର ଚେର କେତେ ଦୂର ଲମ୍ବିଛି ତାହାର ଯାଞ୍ଚ ଚାଲିଛି। ବନ ବିଭାଗ ପକ୍ଷରୁ ମାମଲା ରୁଜୁ କରାଯାଇ ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟରେ କଇଁଛଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ସତୀଗୁଡ଼ା ଡ୍ୟାମ୍ରେ ଛାଡ଼ି ଦିଆଯାଇଥିବା ମୋଟୁ ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।

Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ ଯେ ମାଲକାନଗିରି ଜିଲ୍ଲାରେ କଇଁଛ ମାଂସର ଚାହିଦା ଅଧିକ ରହିଥିବାରୁ ବିଭିନ୍ନ ସମୟରେ ଆନ୍ଧ୍ରର କାକିନାଡ଼ା ଅଞ୍ଚଳରୁ ଶହଶହ କଇଁଛ ଏହି ଅଞ୍ଚଳକୁ ଚୋରା ଚାଲାଣ ହେଉଛି। ସିଲେରୁ ନଦୀର ବିଭିନ୍ନ ଘାଟ ଦେଇ କାଲିମେଳା ବ୍ଲକ୍ର ବିଭିନ୍ନ ସ୍ଥାନକୁ କଇଁଛ ଚାଲାଣ କରାଯାଉଛି। କମ ଦରରେ କଇଁଛ କିଣି ଜିଲ୍ଲାର ବିଭିନ୍ନ ସ୍ଥାନରେ କିଲୋ ପିଛା ୪ଶହରୁ ୫ଶହ ଟଙ୍କାରେ ବିକ୍ରି କରାଯାଉଥିବା ଜଣାପଡ଼ିଛି।
[ad_2]