ରିଚାଙ୍କ ଚର୍ଚ୍ଚା ଜୋର – Kalinga News

[ad_1]
ମୁମ୍ବାଇ: ରିଚା ଘୋଷଙ୍କ ଚର୍ଚ୍ଚା ଏବେ ଜୋର ଧରିଛି। ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ୨୧ ରନ୍ କରିଥିଲା ବେଳେ ଶନିବାର ଦ୍ବିତୀୟ ମ୍ୟାଚ୍ରେ ଶତକଠୁ ୪ ରନ୍ ଦୂରରେ ରହିଯାଇଥିଲେ। ରିଚା ଯେବେଠାରୁ ଭାରତୀୟ ଦଳରେ ଖେଳିଆସୁଛନ୍ତି, ସେ ଜଣେ ପାୱାର ହିଟର ଭାବେ ପରିଚିତ ଅଛନ୍ତି। ବଡ ହିଟ୍ ସହ ଲମ୍ବା ପାଳି ଖେଳିବାର ଦକ୍ଷତା ତାଙ୍କ ପାଖରେ ଅଛି। କିନ୍ତୁ ଉଭୟ ଟ୍ବେଣ୍ଟି-୨୦ ଓ ଦିନିକିଆରେ ୩ ନମ୍ବର ସ୍ଥାନ ହିଁ ତାଙ୍କ ପାଇଁ ସବୁଠୁ ଉପଯୁକ୍ତ ପ୍ରମାଣିତ ହେଉଛି। ତାଙ୍କର ବିଗତ ୧୮ ପାଳି ମଧ୍ୟରେ ୫ ନମ୍ବର କିମ୍ବା ଏହାଠୁ ତଳେ ୧୫ ଥର ବ୍ୟାଟିଂ କରିଛନ୍ତି। ୪ ନମ୍ବର ସ୍ଥାନରେ ଥରେ ଆସିଥିଲା ବେଳେ ଖାତା ଖୋଲିପାରି ନଥିଲେ। କିନ୍ତୁ ଏବେ ପ୍ରଥମ ଥର ପାଇଁ ତାଙ୍କୁ ଉପରେ ଖେଳିବାକୁ ସୁଯୋଗ ଦିଆଯାଇଛି।

Sambad is now on WhatsApp
Join and get latest news updates delivered to you via WhatsApp
ଅଷ୍ଟ୍ରେଲିଆ ବିପକ୍ଷ ମହିଳା ଦିନିକିଆ ମ୍ୟାଚ୍ରେ ରିଚା ଘୋଷ ୩ ନମ୍ବର ସ୍ଥାନରେ ବ୍ୟାଟିଂ ଆସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା। କିନ୍ତୁ ଦ୍ବିତୀୟ ମ୍ୟାଚ୍ରେ ପୁଣି ଥରେ ଏହି ସ୍ଥାନରେ ବ୍ୟାଟିଂ କରିଥିଲା ବେଳେ ୯୬ ରନ୍ର ବଡ଼ ପାଳି ଖେଳି ଦଳକୁ ବିଜୟ ଆଶା ଦେଇଥିଲେ। ତେଣୁ ତୃତୀୟ ସ୍ଥାନ ହିଁ ତାଙ୍କ ପାଇଁ ଉପଯୁକ୍ତ ବୋଲି ମୁଖ୍ୟ ପ୍ରଶିକ୍ଷକ ଅମୋଲ ମଜୁମଦାର କହିଛନ୍ତି। ରିଚାଙ୍କୁ ଏହି ସ୍ଥାନ ପାଇଁ ପଦୋନ୍ନତି ଦେବା ଏକ ବଡ଼ ଲକ୍ଷ୍ୟର ଆଭାସ ଦେଉଛି। ଭବିଷ୍ୟତରେ ରିଚା ଶୀର୍ଷ କ୍ରମ ପାଇଁ ସବୁଠୁ ଭଲ ବ୍ୟାଟର ଭାବେ ପରିଗଣିତ ହେବେ ବୋଲି ମଜୁମଦାର ଆଶା ରଖିଛନ୍ତି। କେବଳ ଏତିକି ନୁହେଁ, ରୋହିତ ଶର୍ମାଙ୍କୁ ଯେପରି ମହେନ୍ଦ୍ର ସିଂହ ଧୋନି ଉପରେ ଖେଳାଇଥିଲେ, ଠିକ୍ ସେମିତି ରିଚାଙ୍କୁ ହର୍ମନପ୍ରୀତ୍ କୌର ଶୀର୍ଷ ସ୍ଥାନରେ ଖେଳାଇବାକୁ ଯୋଜନା କରିଛନ୍ତି। ଭାରତ ୨୦୨୫ ମହିଳା ଦିନିକିଆ ବିଶ୍ବକପ୍ ଆୟୋଜନ କରିବାକୁ ଯାଉଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଖେଳାଳିଙ୍କୁ ଉପଯୁକ୍ତ ସ୍ଥାନରେ ଖେଳାଇବା ଗୁରୁତ୍ବପୂର୍ଣ୍ଣ। ଏଥିପାଇଁ ଯୁବା ଖେଳାଳିମାନଙ୍କୁ ଅଧିକ ସୁଯୋଗ ଦେବାକୁ ହର୍ମନପ୍ରୀତ୍ ଓ ମଜୁମ୍ଦାର ଯୋଜନା କରିଛନ୍ତି। ସ୍ପିନର ସାଇକା ଈଶାକ୍ ଓ ଶ୍ରେୟଙ୍କା ପାଟିଲ୍ଙ୍କୁ ଏହି ଶୃଙ୍ଖଳାରେ ବୋଲିଂ କରିବାକୁ ଦିଆଯାଇଥିଲା ବେଳେ ବ୍ୟାଟର୍ଙ୍କ ମଧ୍ୟରେ ରିଚାଙ୍କୁ ଉପରେ ଖେଳାଯାଉଛି। ତେବେ ଏକାଦଶ ମଧ୍ୟରେ ୩ ନମ୍ବର ସ୍ଥାନ ସବୁଠୁ ଗୁରୁତ୍ବପୂର୍ଣ୍ଣ। ତେଣୁ ଏହି ସ୍ଥାନ ପାଇଁ ୨୦୨୦ ମସିହାରୁ ୬ଜଣ ଖେଳାଳିଙ୍କୁ ନେଇ ପରୀକ୍ଷା ନିରୀକ୍ଷା କରାଯାଇଛି। ୟାସ୍ତିକା ଭାଟିଆ ସବୁଠୁ ଅଧିକ ୧୮ ଥର ଏହି ସ୍ଥାନରେ ଖେଳିଛନ୍ତି। ପୁନମ ରାଉତ ୨୦୨୧ରେ ତୃତୀୟ ସ୍ଥାନରେ ୬ଥର, ଦୀପ୍ତି ଶର୍ମା ଓ ମିଥାଲି ରାଜ ୩ଥର ଲେଖାଏଁ, ଜେମିମା ରଡ୍ରିଗ୍ବେଜ୍ ୨୦୨୧ରେ ଦୁଇ ଥର ଖେଳିସାରିଛନ୍ତି।
୨୦୧୮ ପରଠୁ ଭାରତୀୟ ମହିଳା ଦଳରେ ୪ ପ୍ରଶିକ୍ଷକ ଦାୟିତ୍ବ ନେଇସାରିଛନ୍ତି। ତେଣୁ ସେମାନଙ୍କ ପ୍ରଶିକ୍ଷଣ ଶୈଳୀ ଓ ରଣନୀତି ଭିନ୍ନଭିନ୍ନ ପ୍ରକାରର। କିନ୍ତୁ ଏବେ ମଜୁମଦାର୍ଙ୍କ ଅଧିକ ଭରସା ରିଚାଙ୍କ ଉପରେ ରହିଛି। ଏପରିକି ସେ ଟେଷ୍ଟରେ ମଧ୍ୟ ଏହି ସ୍ଥାନରେ ବ୍ୟାଟିଂ କରିବେ ବୋଲି ମଜୁମ୍ଦାର ସ୍ପଷ୍ଟ କରିସାରିଲେଣି। ଗତ ଟେଷ୍ଟ ମ୍ୟାଚ୍ରେ ରିଚା ୧୦୪ ବଲ୍ରୁ ୫୨ ରନ୍ ସଂଗ୍ରହ କରି ପ୍ରଶିକ୍ଷକଙ୍କ ଅସ୍ଥାଭାଜନ ହୋଇପାରିଛନ୍ତି। କିନ୍ତୁ ବିଶ୍ବକପ୍କୁ ଆହୁରି ଦେଢ ବର୍ଷ ସମୟ ଥିବାରୁ ରିଚା ୩ ନମ୍ବର ସ୍ଥାନରେ ଉପଯୁକ୍ତ କି ନୁହେଁ ତାହା ମାତ୍ର ଦୁଇଟି ମ୍ୟାଚ୍ରୁ ସ୍ଥିର କରିବା ଠିକ୍ ହେବ ନାହିଁ। ଏଥିପାଇଁ ତାଙ୍କୁ ଆଗକୁ ହେବାକୁ ଥିବା ପ୍ରତ୍ୟେକ ମ୍ୟାଚ୍ରେ ସୁଯୋଗ ମିଳିଲେ ଏବଂ ମ୍ୟାଚ୍ଗୁଡ଼ିକରେ ତାଙ୍କର ଆଭିମୁଖ୍ୟକୁ ଦେଖିବା ପରେ ଭାରତ ପ୍ରକୃତ ୩ ନମ୍ବର ବ୍ୟାଟର୍ର ସନ୍ଧାନ ପାଇଛି କି ନାହିଁ କୁହାଯାଇପାରିବ।
[ad_2]