ଖେଳ ଖବର
ସିଲି ପଏଣ୍ଟ୍: ପରଦା ହଟାଇଲେ ପଠାନ – Kalinga News

[ad_1]
ବରୋଦା: ପ୍ରଶଂସକମାନେ ପ୍ରଥମ ଥର ପାଇଁ ପୂର୍ବତନ ଭାରତୀୟ ଅଲରାଉଣ୍ଡର୍ ଇର୍ଫାନ୍ ପଠାନଙ୍କ ପତ୍ନୀ ସାଫା ବେଗ୍ଙ୍କ ମୁହଁ ଦେଖିଛନ୍ତି। ନିଜ ଅଷ୍ଟମ ବିବାହ ବାର୍ଷିକୀ ଅବସରରେ ସାଫାଙ୍କ ସହ ଉଠାଇଥିବା ଏକ ଆକର୍ଷଣୀୟ ଫଟୋକୁ ପଠାନ ନିଜ ‘ଏକ୍ସ’ ପୃଷ୍ଠାରେ ପ୍ରକାଶ କରିଛନ୍ତି। ଅତୀତରେ ସେ ପୋଷ୍ଟ କରୁଥିବା ଫଟୋଗୁଡ଼ିକରେ ସାଫା ନିଜ ମୁହଁ ଲୁଚାଇ ରଖୁଥିବା ଦେଖିବାକୁ ମିଳିଥିଲା। ଏଥିଲାଗି ପଠାନ ମଧ୍ୟ ତୀବ୍ର ସମାଲୋଚିତ ହୋଇଆସୁଥିଲେ। ଏଥରର ଫଟୋରେ କିନ୍ତୁ ସାଫାଙ୍କ ସୁନ୍ଦର ତଥା ହସହସ ମୁହଁ ସ୍ପଷ୍ଟ ଦେଖାଯାଉଛି। ଏଣୁ ଫଟୋଟି କିଛି ମିନିଟ୍ରେ ଭାଇରାଲ୍ ହୋଇଯାଇଛି। ଫଟୋଟି ପ୍ରକାଶ କରିବା ସହ ପଠାନ ମଧ୍ୟ ତା’ତଳେ ଭାବବିହ୍ବଳ ଶୁଭେଚ୍ଛା ବାର୍ତ୍ତା ଲେଖିଛନ୍ତି। ଏଥିରେ ସାଫାଙ୍କୁ ସେ ପରମ ବନ୍ଧୁ, ସଂକଟମୋଚକ, ପିଲାଙ୍କ ମା’, ମନୋବଳବୃଦ୍ଧିକାରୀ ତଥା ଆନନ୍ଦମୟ ଯାତ୍ରାର ସହଯାତ୍ରୀ ଭାବେ ସମ୍ବୋଧନ କରିଛନ୍ତି। ସମର୍ଥନ, ଭଲପାଇବା ଓ ସହଯୋଗ ପାଇଁ ଧନ୍ୟବାଦ ଦେଇଛନ୍ତି।
[ad_2]




