ଜନ୍ମଦିନରେ କାର୍ତ୍ତିକଙ୍କ ସନ୍ନ୍ୟାସ: ‘ଆହୁରି ୩ବର୍ଷ ଆଇପିଏଲ୍ ଖେଳିପାରିଥାନ୍ତି’ – Kalinga News

[ad_1]
ବେଙ୍ଗାଲୁରୁ: ୩୯ତମ ଜନ୍ମଦିନରେ କ୍ରିକେଟ୍ରୁ ସବୁଦିନ ପାଇଁ ସନ୍ନ୍ୟାସ ନେଇଛନ୍ତି ପୁରୁଖା ବ୍ୟାଟର୍ ତଥା ୱିକେଟ୍ ରକ୍ଷକ ଦୀନେଶ କାର୍ତ୍ତିକ। ‘ଏକ୍ସ’ରେ ଲେଖି କ୍ରିକେଟ୍ର ସବୁ ଫର୍ମାଟ୍ ଛାଡ଼ିଥିବା କାର୍ତ୍ତିକ ଘୋଷଣା କରିଛନ୍ତି। ଆବେଗଭରା ବାର୍ତ୍ତା ଲେଖି ପ୍ରଶଂସକ, ପ୍ରଶିକ୍ଷକ, ସାଥୀ ଖେଳାଳି ଓ ପରିବାରକୁ ହୃଦୟର ଗଭିରତମ କୋଣରୁ ଧନ୍ୟବାଦ ଜଣାଇଛନ୍ତି। ‘‘କ୍ରିକେଟ୍ରୁ ଆଗକୁ ବଢ଼ିବାକୁ ମୁଁ ନିଷ୍ପତ୍ତି ନେଇଛି। ଏଣୁ ଆଜି ଆନୁଷ୍ଠାନିକ ଭାବେ ଅବସର ଘୋଷଣା କରୁଛି। ଜୀବନର ନୂଆ ଆହ୍ବାନକୁ ସମ୍ମୁଖୀନ ହେବାକୁ ମୁଁ ଏବେ ପୂରା ପ୍ରସ୍ତୁତ। କ୍ରିକେଟ୍ ଯାତ୍ରାର ପ୍ରତିଟି ମୁହୂର୍ତ୍ତକୁ ମୁଁ ମନଭରି ଉପଭୋଗ କରିଛି।

Sambad is now on WhatsApp
Join and get latest news updates delivered to you via WhatsApp
ଦେଶ ପାଇଁ ଖେଳିବାର ସୁଯୋଗ ପାଇଥିବାରୁ ନିଜକୁ ଭାଗ୍ୟଶାଳୀ ଭାବୁଛି।’’ ବୋଲି ଲେଖିଛନ୍ତି କାର୍ତ୍ତିକ। ତେବେ ପୂର୍ବରୁ ଦେଇଥିବା ଏକ ସାକ୍ଷାତକାରରେ ଆହୁରି ୩ବର୍ଷ ଆଇପିଏଲ୍ ଖେଳିବାକୁ ସେ ଫିଟ୍ ଥିଲେ ବୋଲି କହିଥିଲେ କାର୍ତ୍ତିକ। ସେ କହିଥିଲେ, ଶାରୀରିକ ଭାବେ ମୁଁ ଏବେବି ଖେଳିବାକୁ ସଂପୂର୍ଣ୍ଣ ଫିଟ୍ ଅଛି। ମୋ ଜୀବନରେ ମଧ୍ୟ କୌଣସି ବିଶେଷ ସମସ୍ୟା ନାହିଁ। ତିନି ଦଶନ୍ଧି ଭିତରେ ଆହତ ଭଳି ସମସ୍ୟା ପାଇଁ ମୁଁ କେବେବି ଖେଳଠୁ ଦୂରେଇ ଯାଇନି। ଏହା ମୋ ପାଇଁ ଆଶୀର୍ବାଦ ସଦୃଶ। ମୁଁ କେବେବି ମୋ ଶରୀର କିମ୍ବା ଫିଟ୍ନେସ୍କୁ ନେଇ ବିବ୍ରତ ହୋଇନି। ଏହା କେବଳ ମୋ ମାନସିକ ସ୍ଥିତି ଉପରେ ନିର୍ଭର କରୁଛି। ଆଉ ଗୋଟିଏ ବର୍ଷ ଖେଳିବାକୁ ମନସ୍ତାତ୍ତ୍ବିକ ଭାବେ ମୁଁ ପ୍ରସ୍ତୁତ ନୁହେଁ। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ମୁଁ ଚାହିଲେ ମଧ୍ୟ ଆଉ ଭାରତୀୟ ଦଳ ପାଇଁ ଖେଳିପାରିବିନି। ତେଣୁ ସବୁ କଥାକୁ ନଜରରେ ରଖି ଅବସର ନେବାକୁ ଏହା ପ୍ରକୃଷ୍ଟ ସମୟ ବୋଲି ଭାବୁଛି।
[ad_2]