ରାଜ୍ୟ

Couple falls: ଦୁଧେଇ ନାଳରେ ବାଇକ ସହ ଖସି ପଡ଼ିଲେ ଦମ୍ପତି, ଦୁର୍ଘଟଣାରେ ସ୍ତ୍ରୀ ମୃତ, ବର୍ତ୍ତିଲେ ବାପ-ପୁଅ

ଯାଜପୁର ଦୁଧେଇ ନାଳରେ ବାଇକ ସହ ଖସି ପଡ଼ିଲେ ଦମ୍ପତି । ଦୁର୍ଘଟଣାରେ ସ୍ତ୍ରୀ ମୃତ । ଅଳ୍ପକେ ବର୍ତ୍ତିଲେ ବାପ ଓ ୩ ବର୍ଷର ପୁଅ । ଗତକାଲି ବିଳମ୍ବିତ ରାତିରେ ଯାଜପୁର ସଦର ଥାନା ଅଧୀନ ଶିବା ଛକ ଦୁଧେଇ ସେତୁରେ ଅଘଟଣ । ବାଇକରେ ସେତୁ ପାର ବେଳେ ଭାରସାମ୍ୟ ହରାଇ ବାଇକ ସହ ଖସିପଡିଥିଲେ। ଦମ୍ପତି ହେଲେ ସ୍ଥାନୀୟ ରୁଦ୍ରପୁର ଗ୍ରାମର ସତ୍ୟବ୍ରତ ଓଝା ଓ ପତ୍ନୀ ସନ୍ଧ୍ୟାରାଣୀ ଓଝା । ଦୁର୍ଘଟଣାରେ ସନ୍ଧ୍ୟାରାଣୀଙ୍କର ମୃତ୍ୟୁ ହୋଇଛି । ତାଙ୍କର ତିନି ବର୍ଷର ପୁଅ ଓ ସତ୍ୟବ୍ରତ ଓଝା ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଉଭୟଙ୍କୁ ଯାଜପୁର ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଓଡ୍ରାଫ ଟିମ ପହଂଚି ବାଇକକୁ ଜବତ କରିଛି । ସଦର ଥାନା ପୋଲିସ ଘଟଣାର ତଦନ୍ତ କରୁଛି । ଦୁଧେଇ ନାଳ ଉପରେ ଥିବା ଏହି ସେତୁ ରାସ୍ତାଟି ଅତି ସଂକୀର୍ଣ୍ଣ ହୋଇଥିବାରୁ ଅନେକ ସମୟରେ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button