ମନୋରଞ୍ଜନ

ପ୍ରେମ ଏମିତି ବି ହୁଏ : ଝିଅ ଜଣକ ୧୯ ଅରବ ଟଙ୍କା ପ୍ରପର୍ଟୀ ଛାଡି ଗରିବ ଯୁବକ ସହ କରିଲା ବିବାହ, ଆଉ ତା ପରେ…

ମଲେଶିୟାର ଜଣେ ଝିଅ ନିଜ ପିତାର ୧୯ ଅରବର ସମ୍ପତିକୁ ଛାଡି ଗରିବ ପ୍ରେମୀ ସହିତ ଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ମଲେଶିୟାର ଏହି ଝିଅର ପିତା ବହୁତ ବଡ ବ୍ୟବସାୟୀ ଅଟନ୍ତି । ମିଡିଆ ରିପୋର୍ଟ ଅନୁସାରେ ଏଂଜେଲିନ ଫ୍ରାଂସିସ ଖୂ ମଲେଶିୟାର ଧନୀ ବ୍ୟବସାୟୀ ଖୂ କେ ପେଂଗଙ୍କର ଝିଅ ଅଟନ୍ତି । ଖୂ କେ ପେଂଗଙ୍କର ବ୍ରିଟିଶ ଲାଇଫଷ୍ଟାଇଲ ଏଣ୍ଡ ଡିଜାଇନ ବ୍ରାଣ୍ଡ ଲରା ଏଶଲେ (Laura Ashley) ଏବଂ ଲଗ୍ଜରୀ ହୋଟେଲ କର୍ସ ଗ୍ରୁପ (Corus group)ରେ ବଡ ପାର୍ଟନରଶିପ ଅଛି ।

ଆମେରିକାର ପ୍ରସିଦ୍ଧ ପତ୍ରିକା ଫୋର୍ବସ ତାଙ୍କର ସମସ୍ତ ସମ୍ପତ୍ତି ର ମୂଲ୍ୟ ୧୯ ଅରବ ଟଙ୍କା (୩୦୦ ମିଲିୟନ ଡଲାର) ବୋଲି କହିଛି । ୨୦୦୮ରେ ପେଂଗଙ୍କର ଝିଅ ଏଂଜେଲିନ ଫ୍ରାଂସିସ ଖୂ ଗୋଟିଏ ଯୁବକ ଜେଦୀଦାହ ଫ୍ରାଂସିସଙ୍କୁ ଭଲ ପାଇ ବସିଲେ ।

ଏଂଜେଲିନ ଯେତେବେଳେ ନିଜର ପିତାଙ୍କୁ ଏହି ପ୍ରେମ ବିଷୟରେ କହିଲେ ତେବେ ସେ ସେହି ଯୁବକର ଆର୍ଥିକ ସ୍ଥିତିକୁ ଦେଖି ନିଜ ଝିଅ ସହିତ ସେହି ଯୁବକର ବିବାହ କରିବା ପାଇଁ ରାଜି ହେଲେ ନାହିଁ । ଏଂଜେଲିନ କହିଲେ କି ତାଙ୍କୁ ପ୍ରଥମରୁ ହିଁ ଲାଗୁଥିଲା କି ତାଙ୍କର ପିତା ତାଙ୍କ ନିସ୍ପତ୍ତିକୁ ମଞ୍ଜୁରୀ ଦେବେ ନାହିଁ, ଓ ଏମିତି ହିଁ ହେଲା ।

ସେ ଆଗକୁ କହିଲେ କି ମୋ ପିତାଙ୍କ ପାଖରେ ବହୁତ ଟଙ୍କା ଅଛି, ଏହା ଦ୍ଵାରା ସେ କିଛି ବି କରି ପାରିବେ । କିନ୍ତୁ ଟଙ୍କା ସବୁବେଳେ ନେଗେଟିବ କ୍ୟାରେକ୍ଟରକୁ ବାଛିଥାଏ । ଏହା ଦ୍ଵାରା ବିଭିନ୍ନ ସମସ୍ୟାର ସମ୍ମୁଖୀନ କରିବାକୁ ପଡିଥାଏ ।

କୁହାଯାଉଛି କି ୨୦୧୨ରେ ଖୂ କେ ପେଂଗ ନିଜର ପତ୍ନୀଙ୍କ ଠାରୁ ତଲାକ ନେଇ ଯାଇଥିଲେ, ଯାହା ପରେ ସେ ଝିଅ ଏଂଜେଲିନ ସହିତ ରହୁଥିଲେ । ସେ ତାର ସବୁ ଇଚ୍ଛାକୁ ପୂରଣ କରିବାକୁ ଚେଷ୍ଟା କରିଲେ, କିନ୍ତୁ ଅପେକ୍ଷାକୃତ ଆର୍ଥିକ ରୂପରେ କମଜୋର ଯୁବକ ସହିତ ନିଜର ଝିଅର ବିବାହ କରିବା ପାଇଁ ସେ ରାଜି ହେଲେ ନାହିଁ । ଯାହା ପରେ ଏଂଜେଲିନ ସବୁଦିନ ପାଇଁ ଘର ଛାଡି ଯିବା ପାଇଁ ନିସ୍ପତି ନେଇଥିଲେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button