ମନୋରଞ୍ଜନ

ଏପ୍ରିଲ ୧୭ରେ ‘ପତଙ୍ଗ’ର ପ୍ରିମିଅର୍ – Kalinga News

[ad_1]

ଓଓଡ଼ିଆ ନିର୍ଦ୍ଦେଶକ ମାଧବ ଚନ୍ଦ୍ର ପରିଡ଼ାଙ୍କ ନିର୍ଦ୍ଦେଶିତ ହିନ୍ଦୀ ଚଳଚ୍ଚିତ୍ର ‘ପତଙ୍ଗ’ର ପ୍ରିମିଅର୍ ଏପ୍ରିଲ ୧୭ ତାରିଖରେ ରାଉରକେଲାରେ ଅନୁଷ୍ଠିତ ହେଉଥିବା ଜଣାଯାଇଛି। ଏନେଇ ସୂଚନା ଦେଇଛନ୍ତି ଫିଲ୍ମର ପ୍ରଯୋଜକ ବିଭୂତି କୁମାର ଗୁପ୍ତା। ‘ପତଙ୍ଗ’ର କଥାବସ୍ତୁ ଟ୍ରେନରେ କାମ କରୁଥିବା ଅନାଥ ବାଳକବାଳିକାଙ୍କ ଉପରେ ଆଧାରିତ। ଏହାର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଛନ୍ତି ନିଜେ ନିର୍ଦ୍ଦେଶକ ମାଧବ ଚନ୍ଦ୍ର। ଅନୁପ କୁମାର ସିହ୍ନା ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଏହାର ପ୍ରମୁଖ କଳାକାରମାନଙ୍କ ମଧ୍ୟରେ ଅଛନ୍ତି ଅସିତ ପତି, ସତ୍ୟବ୍ରତ ଓଝା, ଇଂ ବିବେକ କୁମାର ଗୁପ୍ତା, ଦିବ୍ୟାଂଶୁ ଦାସ, ଦେବାଂଶ, ତନିଷା ରାୟ, ପ୍ରାରମ୍ଭିକା ମହାନ୍ତି ଏବଂ ଆରୁଷ ଅବତାର। ଉଲ୍ଲେଖଯୋଗ୍ୟ, ଶିଶୁ ଚଳଚ୍ଚିତ୍ର ‘ପତଙ୍ଗ’ ପୂର୍ବରୁ ଖଜୁରାହୋ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇ ପ୍ରଶଂସିତ ହୋଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button