ମନୋରଞ୍ଜନ

ପଡୋଶନର ପ୍ରେମରେ ପଡି ସୌରଭ ଗାଙ୍ଗୁଲି ପରିବାରକୁ ଶତ୍ରୁ କରିଦେଇଥିଲେ, ଘରୁ ପଳେଇ ଯାଇଥିଲେ, ଆଉ ତା ପରେ…

ଏମିତିରେ ପ୍ରେମ ବିଷୟରେ କହିବା ପାଇଁ ସବୁଦିନ ଖାସ ହୋଇଥାଏ ।  ହେଲେ ଆଜି ଆମେ ଆପଣଙ୍କ ପାଇଁ ଭାରତୀୟ କ୍ରିକେଟରର ପୂର୍ବ କପ୍ତାନ ସୌରଭ ଗାଙ୍ଗୁଲିଙ୍କ ପ୍ରେମ କାହାଣୀ ନେଇ ଆସିଛୁ । ଚାଲନ୍ତୁ ଜାଣିବା…

ସୌରଭ ଗାଙ୍ଗୁଲିଙ୍କର ଦାଦଗିରି କ୍ରିକେଟ ପଡିଆରେ ଆପଣମାନେ ବହୁତ ଦେଖି ଥିବେ । କିନ୍ତୁ ସୌରଭ ଗାଙ୍ଗୁଲିଙ୍କର ପ୍ରେମ କାହାଣୀ କୌଣସି ଫିଲ୍ମ କାହାଣୀ ଠାରୁ କମ ନୁହେଁ । ସୌରଭ ଗାଙ୍ଗୁଲି ସ୍କୁଲ ଦିନରେ ହିଁ ନିଜର ପଡୋଶୀଙ୍କୁ ଭଲ ପାଉଥିଲେ । କିନ୍ତୁ ପ୍ରେମକୁ ପାଇବା ପାଇଁ ତାଙ୍କୁ ବହୁତ କଷ୍ଟ କରିବାକୁ ମଧ୍ୟ ପଡିଥିଲା ।

ପିଲାବେଳର ସାଙ୍ଗକୁ ବହୁତ ପସନ୍ଦ କରୁଥିଲେ ସୌରଭ ଗାଙ୍ଗୁଲି

ସୌରଭ ଗାଙ୍ଗୁଲି ନିଜର ପିଲାବେଳର ସାଙ୍ଗ ଡୋନା ଗାଙ୍ଗୁଲିକୁ ଭଲ ପାଉଥିଲେ । ଡୋନାଙ୍କୁ ଦେଖିବା ପାଇଁ  ସୌରଭ ତାଙ୍କର ସ୍କୁଲ ଚାରିପଟେ ବୁଲୁଥିଲେ । ପ୍ରଥମେ ଦୁଇଜଣଙ୍କ ପରିବାର ମଧ୍ୟରେ ସମ୍ପର୍କ ଭଲ ଥିଲା, କିନ୍ତୁ ବିଜନେସ କାରଣରୁ ସେମାନେ କେବଳ ପଡୋଶୀ ହୋଇ ରହିଗେଲ । କିନ୍ତୁ ସେମାନେ ନିଜର ଭଲ ପାଇବାକୁ କେବେ ବି ଛାଡିଲେ ନାହିଁ । ଦୁଇଜଣଙ୍କର ଫ୍ୟାମିଲି ଏହି ସମ୍ପର୍କକୁ ସ୍ଵୀକାର କରିଲେ ନାହିଁ । ସେଥିପାଇଁ ଇଂଲଣ୍ଡରୁ ଖେଳି ଆସିବା ପରେ ସୌରଭଙ୍କ ନାମ ସହିତ ଏକ ବିବାଦ ଯୋଡି ହୋଇଗଲା ।

ନିଜର ପଡୋଶୀକୁ ନେଇ ପଳାଇଥିଲେ

ଡୋନାଙ୍କର ପ୍ରେମରେ ସୌରଭ ପୂରାପୂରି ପାଗଳ ହୋଇଯାଇଥିଲେ । ସେଥିପାଇଁ ସେ ଡୋନାଙ୍କୁ ଘରୁ ନେଇ ଯିବା ପାଇଁ ଚିନ୍ତା କରିଲେ ଏବଂ ସେଥିପାଇଁ ସେ ବଙ୍ଗଳାର ସର୍ବାଧିକ ସମ୍ମାନୀୟ କ୍ରିକେଟର ମଲୋୟ ମୁଖର୍ଜୀଙ୍କ ଠାରୁ ରାୟ ନେଲେ ଏବଂ ଯାହା ପରେ ପୁରା ଯୋଜନା ତିଆରି କରିଲେ । ସୌରଭ ଡୋନାଙ୍କୁ ଘରୁ ଭଗାଇବାରେ ଏବଂ କୋର୍ଟ ମ୍ୟାରେଜ କରିବାରେ ସଫଳ ରହିଲେ, କିନ୍ତୁ ମିଡିୟାରେ ଏହି ଖବର ଲିକ ହୋଇଗଲା ।

ଯେଉଁ କାରଣରୁ ତାଙ୍କୁ ଘରୁ ଭଗାଇବା ପରେ ଗୋଟି ଦିନ ପରେ ହିଁ ତାଙ୍କୁ କୋର୍ଟ ମ୍ୟାରେଜ କରିବାକୁ ପଡିଥିଲା । କହିଦେଉଛୁ ଯେ ସୌରଭ ଡୋନାଙ୍କ ସହିତ ବାହା ହୋଇ ଖୁସି ଥିଲେ, କିନ୍ତୁ ସୌରଭ ନିଜ ପରିବାରକୁ ନେଇ ଚିନ୍ତିତ ମଧ୍ୟ ଥିଲେ ।

ମିୟା ବୀବୀ ରାଜୀ ତୋ କ୍ୟା କରେଗା କାଜୀ

ଯେତେବେଳେ ସୌରଭ ଏବଂ ଡୋନାଙ୍କର ବାହାଘରର ଖବର ତାଙ୍କ ପରିବାରକୁ ଜଣା ପଡିଲା ତେବେ ସମସ୍ତେ ଟିକେ ରାଗି ଗଲେ କିନ୍ତୁ ପରେ ସମସ୍ତେ ମାନି ଗଲେ ଏବଂ ଏହା ପରେ ୨୧ ଫେବ୍ରୁୟାରୀ ୧୯୯୭ରେ ବଙ୍ଗଳା ପରମ୍ପରା ଅନୁସାରେ ଦୁଇଜଣଙ୍କର ବାହାଘର କରାଗଲା । କିନ୍ତୁ ସୌରଭଙ୍କ ପରିବାରଙ୍କୁ ଯେତେବେଳେ ଏହା ଜଣା ପଡିଲା, ସେତେବେଳେ ସେମାନେ କହିଲେ କି ବ୍ରାହ୍ମଣଙ୍କର ଝିଅ ସହିତ ବାହା ହେବାକୁ ଦେବେ ନାହିଁ ।

କିନ୍ତୁ ସୌରଭ ଏବଂ ଡୋନାଙ୍କ ଭଲ ପାଇବା ଆଗରେ ସମସ୍ତଙ୍କୁ ମୁଣ୍ଡ ନୂଆଁଇ ବାକୁ ପଡିଲା । ଏହିଭଳି ଭାବରେ ସୌରଭଙ୍କୁ ଡୋନା ମିଳିଥିଲା ଏବଂ ଆଜି ସେମାନେ ଖୁସି ଖୁସି ନିଜର ଜୀବନ ବିତାଉଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button