ସ୍ୱାସ୍ଥ୍ୟ

କଣ ଆପଣଙ୍କ ଚେହେରାରେ ପୁରୁଣା ଦାଗ ରହିଛି, ତାହେଲେ ଏହି ଘରୋଇ ଟିପ୍ସ ଦ୍ୱାରା କରନ୍ତୁ ଦୂର

ସମସ୍ତଙ୍କୁ ନିଜର ଚେହେରା ସୁନ୍ଦର ଏବଂ ଦାଗହୀନ କରିବାକୁ ଇଚ୍ଛାଥାଏ, ଯାହାଦ୍ୱାରା ସେମାନେ ଆକର୍ଷଣ ଦେଖାଯିବେ। କିନ୍ତୁ ଅନେକ ଲୋକ ନିଜର ପୁରୁଣା ଘାକୁ ନେଇ ବହୁତ ଚିନ୍ତାରେ ରହିଥାନ୍ତି। ଏହି ଚିହ୍ନ ଠାରୁ ମୁକ୍ତି ପାଇବା ପାଇଁ ଲୋକମାନେ ସର୍ଜରୀ ମଧ୍ୟ କରନ୍ତି। କିନ୍ତୁ କଣ ଆପଣ ଜାଣନ୍ତି କିଛି ଘରୋଇ ଉପଚାର ରହିଛି, ଯାହାଦ୍ୱାରା ଆପଣଙ୍କର ପୁରୁଣାରୁ ଅତି ପୁରୁଣା ଘା ଦାଗ କିମ୍ବା ଚିହ୍ନ ଦୂର ହୋଇପାରିବ ତାହେଲେ ଆସନ୍ତୁ ଜାଣିବା କେମିତି।

ଭିଟାମିନ ଇ

ଭିଟାମିନ ଇ କ୍ୟାପସୁଲକୁ ଖୋଲନ୍ତୁ ଏବଂ ଏହାକୁ ନେଇ ଆଘାତ ଲାଗିଥିବା ଜିହ୍ନରେ ଲଗାନ୍ତୁ। ଏହାକୁ ପ୍ରାୟ ୧୦ ମିନିଟ ପର୍ଯ୍ୟନ୍ତ ଲଗାଇ ମାଲିସ କରନ୍ତୁ। ଏପରି କରିବା ପରେ ଆପଣଙ୍କ ଦାଗ ଶୀଘ୍ର ଦୂର ହୋଇଯିବ। ଏହାକୁ ଲଗାଇବାର ୨୦ ମିନିଟ୍‌ ପରେ ସେହି ସ୍ଥାନକୁ ଗରମ ପାଣିରେ ଧୋଇ ଦିଅନ୍ତୁ। ଦିନକୁ ଏହାକୁ ୩ ଥର କରନ୍ତୁ।

ନଡିଆ ତେଲ

ବଡ ଚାମଚ ନଡିଆ ତେଲକୁ ନେଇ ଗରମ କରନ୍ତୁ। ଏହାପରେ ଏହାକୁ ଉକ୍ତ ସ୍ଥାନରେ ଲଗାଇ ୧୦ ମିନିଟ ପର୍ଯ୍ୟନ୍ତ ମାଲିସ କରନ୍ତୁ। ଏବେ ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ସ୍କିନରେ ରଖି ସୁଖିବାକୁ ଛାଡନ୍ତୁ। ଏହି ପ୍ରକ୍ରୀୟାକୁ ପ୍ରତିଦିନରେ ୨-୪ ଥର କରନ୍ତୁ।

ଲେମ୍ବୁ

ଏକ ତାଜା ଲେମ୍ବୁକୁ ମଝିରୁ କାଟି ଦିଅନ୍ତୁ। ଏବେ ଲେମ୍ବୁ ରସକୁ ଆଘାତ ଲାଗିଥିବା ସ୍ଥାନରେ ଚିପୁଡନ୍ତୁ। ଏବେ ଏହି ଚିହ୍ନକୁ ସୁଖିବାକୁ ୧୦ ମିନିଟ ପାଇଁ ଛାଡି ଦିଅନ୍ତୁ। ଏହାପରେ ସଫା ପାଣିରେ ଏହାକୁ ଧୋଇ ଦିଅନ୍ତୁ। ପ୍ରତିଦିନ ଗୋଟିଏ ସମୟରେ ଏହି ପ୍ରକ୍ରୀୟାକୁ ଥରେ ଲେଖାଏଁ କରନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button