ସ୍ୱାସ୍ଥ୍ୟ

ପେଟର ଚର୍ବିକୁ ଛୁମନ୍ତର କରି ଦେବ ଏହି ଚୂର୍ଣ୍ଣ, ପ୍ରତିଦିନ ଏହି ଉପାୟରେ କରନ୍ତୁ ସେବନ

ବର୍ତ୍ତମାନ ଯୁଗରେ ମୋଟାପଣକୁ ନେଇ ସମସ୍ତେ ଚିନ୍ତିତ ଅଛନ୍ତି। ଖରାପ ଲାଇଫ୍‌ଷ୍ଟାଇଲ୍‌, ଖାଦ୍ୟପେୟରେ ଅନିୟମିତତା, ଚିନ୍ତା ଆଦି ମୋଟାପଣର ମୁଖ୍ୟ କାରଣ। ମେଦ ବହୁଳତାରୁ ମୁକ୍ତି ପାଇବାକୁ ଯୁବପିଢ଼ି ଯେତେ ଚେଷ୍ଟା କଲେ ବି ସଫଳ ହେଉନାହାନ୍ତି। ଫଳସ୍ୱରୂପ ଧୀରେ ଧୀରେ ସେମାନେ ଡିପ୍ରେସନ୍‌ ଆଡ଼କୁ ଗତି କରୁଛନ୍ତି। ତେବେ କେତେକ ଘରୋଇ ଉପାୟ ଆପଣାଇ ମଧ୍ୟ ଆପଣ ଚାହିଁଲେ ମୋଟାପଣକୁ ଦୂର କରିପାରିବେ। ରୋଷେଇ ଘରେ ଥିବା କେତେକ ମସଲାର ଚୂର୍ଣ୍ଣ ଆପଣଙ୍କ ବର୍ଷ ବର୍ଷର ମୋଟାପଣକୁ ମାସକ ମଧ୍ୟରେ ଦୂର କରିପାରିବ। ଆସନ୍ତୁ ଜାଣିବା ଏହି ଚୂର୍ଣ୍ଣ ତିଆରି ଓ ସେବନ ବିଧି…

Weight Loss: These 5 Ayurvedic ingredients claim to help you lose ...

ଚୂର୍ଣ୍ଣ ତିଆରି କରିବା ସାମଗ୍ରୀ:

୧ ଚାମଚ ଜିରା
୧ ଚାମଚ ଜୁଆଣି
ଦେଢ଼ ଚାମଚ ପାନମଧୁରୀ
ଏକ-ଚତୁର୍ଥାଂଶ କଳା କିମ୍ବା ସୈନ୍ଧବ ଲବଣ
ଅଳ୍ପ ହେଙ୍ଗୁ

Fat-Loss

 

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଜିରା, ଜୁଆଣି ଓ ପାନ ମହୁରୀକୁ ତାଓ୍ଵାରେ କିଛି ସମୟ ଭାଜନ୍ତୁ। ଥଣ୍ଡା ହୋଇଯିବା ପରେ ଏହାକୁ ଗ୍ରାଇଣ୍ଡି କରନ୍ତୁ। ଏବେ ଏଥିରେ ଲୁଣ ଓ ହେଙ୍ଗୁ ମିଶାନ୍ତୁ। ଏହାକୁ ଭଲ ଭାବେ ଗୁଣ୍ଡ କରି ଏୟାରଟାଇଟ୍‌ ଡବାରେ ଭରି ରଖନ୍ତୁ। ଏହି ଚୂର୍ଣ୍ଣକୁ ଆପଣ ୪-୫ ଦିନ ଯାଏଁ ବ୍ୟବହାର କରିପାରିବେ।

ଏମିତି କରନ୍ତୁ ସେବନ:

ଶୀଘ୍ର ଓଜନ କମ୍‌ କରିବାକୁ ଚାହୁଁଥିଲେ ଏହି ଚୂର୍ଣ୍ଣକୁ ଅଧାରୁ ଏକ ଚାମଚ ରାତିରେ ଶୋଇବା ପୂର୍ବରୁ ଏକ ଗ୍ଲାସ ଉଷୁମ ପାଣିରେ ଖାଇ ଦିଅନ୍ତୁ। କିଛି ଦିନରେ ହିଁ ଆପଣଙ୍କୁ ଲାଭ ନଜର ଆସିବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button