ଦେଶ- ବିଦେଶ

ଏସବୁ ରୋଗରୁ ମୁକ୍ତି ପାଇଁ ଭୋଜନରେ ନିହାତି ସାମିଲ କରନ୍ତୁ ଛତୁ, ରହିବେ ସୁସ୍ଥ

ଛତୁ ଶରୀର ପାଇଁ ବେଶ୍‌ ଲାଭକାରୀ ହୋଇଥାଏ। କେତେକ ରୋଗରୁ ମୁକ୍ତି ପାଇଁ ଡାକ୍ତର ଛତୁ ଖାଇବାକୁ ପରାମର୍ଶ ଦେଇଥାନ୍ତି। ଛତୁରେ ପ୍ରଚୁର ପରିମାଣର ଭିଟାମିନ୍‌ ଓ ପୋଷକ ତତ୍ତ୍ୱ ରହିଥାଏ। ପେଟ ସମସ୍ୟାଠାରୁ ଆରମ୍ଭ କରି ଓଜନକୁ ନିୟନ୍ତ୍ରଣ କରିବା ପର୍ଯ୍ୟନ୍ତ ସବୁଥି ପାଇଁ ଛତୁ ବେଶ୍‌ ଦରକାରୀ ହୋଇଥାଏ। ଆସନ୍ତୁ ଜାଣିବା ଛତୁ ବା ମସରୁମ୍‌ ଖାଇଲେ ଆଉ କି କି ଲାଭ ମିଳେ…

mushroom2

  • ଛତୁରେ କମ୍‌ କ୍ୟାଲୋରୀ ରହିଥାଏ, ଯାହା ମୋଟାପଣ କମ୍‌ କରିବାରେ ସାହାଯ୍ୟ କରେ।
  • ଛତୁରେ ପ୍ରଚୁର ପରିମାଣର ଭିଟାମିନ୍‌ ସି ରହିଥାଏ। ଏହା ଶରୀରରୁ ବର୍ଜ୍ୟବସ୍ତୁ ନିଷ୍କାସନ କରିବାରେ ସାହାଯ୍ୟ କରିଥାଏ।
  • ମସରୁମ୍‌ରେ ସେଲେନିୟମ ରହିଛି, ଯାହା ଇମ୍ୟୁନିଟି ସିଷ୍ଟମ୍‌କୁ ମଜଭୁତ କରିଥାଏ।
  • ଛତୁରେ ପର୍ଯ୍ୟାପ୍ତ ମାତ୍ରାରେ ପୋଟାସିୟମ୍‌ ରହିଛି, ଏହା ବ୍ଲଡ ପ୍ରେସର କଣ୍ଟ୍ରୋଲ କରେ।
  • ପେଟର ସବୁ ସମସ୍ୟା ଦୂର କରେ ଛତୁ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button