ବିଜ୍ଞାନ ବି ମାନୁଛି ଆଇ ମା’ ହାତ ତିଆରି ଏହି ନୁସ୍କା, ଜାଣନ୍ତୁ କେତେ ଲାଭକାରୀ ଶରୀର ପାଇଁ

ପୂରାତନ କାଳରେ ଆଜିକାଲି ଭଳି ଆଧୁନିକ ମେଡିସିନ୍ର ବହୁଳ ପ୍ରଚଳନ ନଥିଲା । ସେତେବେଳେ ଲୋକେ କୈାଣସି ଛୋଟବଡ଼ ରୋଗର ସମାଧାନ ପାଇଁ ଘର ତିଆରି ନୁସ୍କା ବ୍ୟବହାର କରୁଥିଲେ । ଏହି ନୁସ୍କା ଆଜି ଆଇ ମା’ ନୁସ୍କା ଭାବେ ମାନ୍ୟତା ପାଇଛି । ଏହି ନୁସ୍କାକୁ ଏବେ ବିଜ୍ଞାନ ମଧ୍ୟ ମାନୁଛି । ଆଜି ଆମେ ଆପଣଙ୍କୁ ଏମିତି କିଛି ନୁସ୍କା ବିଷୟରେ କହିବୁ ଯାହାକୁ ଖୋଦ୍ ଡାକ୍ତର ମଧ୍ୟ ବ୍ୟବହାର କରିବାକୁ କହୁଛନ୍ତି ।
. ଓଜନ ହ୍ରାସ ପାଇଁ ମହୁ-ଲେମ୍ବୁ ଚା’
ଓଜନ କମାଇବା କଥା ଉଠିଲେ ପ୍ରଥମେ ଡାଏଟିଂ ଓ ଜିମ୍ କଥା ମନକୁ ଆସେ । ମାତ୍ର ଆଇ ମା’ ନୁସ୍କା ଏହାକୁ ଅତି ସହଜରେ ସମାଧାନ କରିଦେଇଥାଏ । ମହୁ ସହ ଲେମ୍ବୁ ଚା’ ଓଜନ ହ୍ରାସ କରିବାରେ ବହୁତ ଭଲ କାମ କରିଥାଏ । ଏହା ଲିଭର ଓ କିଡ୍ନୀକୁ ମଧ୍ୟ ସଫା କରିବା ସହ ହଜମ କ୍ରିୟା ବୃଦ୍ଧି କରିଥାଏ ।
. ମୁଣ୍ଡ ବିନ୍ଧା ପାଇଁ ପୁଦିନା ଚା’
ମୁଣ୍ଡା ବିନ୍ଧା ହେଲେ ଲୋକେ ସାଧାରଣତଃ ପେନ୍ କିଲର ନେଇଥାନ୍ତି । ଯାହାକି ଶରୀର ପାଇଁ ବହୁତ କ୍ଷତିକାରକ ହୋଇଥାଏ । ମାତ୍ର ଏହାକୁ ଦୂର କରିବା ପାଇଁ ୧ କପ୍ ପୁଦିନା ଚା’ ଯଥେଷ୍ଟ । ଯାହାକୁ ଡାକ୍ତର ମଧ୍ୟ ପିଇବା ପାଇଁ ଉପଦେଶ ଦେଇଥାନ୍ତି ।
. ଅନିଦ୍ରା ଦୂର କରିବ କେମୋମାଇଲ୍ ଚା’
ପୂରାତନ କାଳରେ ଲୋକେ ହେଲ୍ଥ ଅସୁବିଧା ପାଇଁ କେମୋମାଇଲ୍ ଚା’ ବ୍ୟବହାର କରୁଥିଲେ । ଡାକ୍ତରଙ୍କ କହିନ୍ତି ଯେ ଏହାର ଚା’ ସେବନ ଦ୍ୱାରା ଗ୍ୟାସ, ମାଂସପେଶୀ ଅସୁବିଧା,ଅନିଦ୍ରା, ପିରିୟଡ୍ ଅସୁବିଧା ଓ କିଡନୀ ସମସ୍ୟା ଦୁର କରିଥାଏ ।
. ଆଘାତ ପାଇଁ ହଳଦୀ
ହଳଦୀର ବ୍ୟବହାର ସବୁ ଭାରତୀୟଙ୍କ ରୋଷେଇ ଘରେ ହୁଏ । ଘା’ ସ୍ଥାନରେ ହଳଦି ପଟି ବହୁତ ଉପଶମ ଦେଇଥାଏ । ଯାହାକୁ ବିଜ୍ଞାନ ବି ମାନୁଛି । ଏଣ୍ଟି ବ୍ୟାକ୍ଟେରିଆ ଗୁଣରେ ଭରପୁର ହଳଦୀ ଘା’ ଭରିବାରେ ବହୁତ ସହାୟକ ହୋଇଥାଏ ।
. ଦାନ୍ତ ଦରଜ ପାଇଁ ଲବଙ୍ଗ
ଦାନ୍ତ ଦରଜରେ ବୁଢ଼ା ଲୋକମାନେ ଲବଙ୍ଗ ପାଣିରେ କୁଳି କରିବାକୁ କହିଥାନ୍ତି । ବିଜ୍ଞାନ ମଧ୍ୟ ଏହାକୁ ମାନିଛି । କିଛି ଟୁଥ୍ପେଷ୍ଟରେ ମଧ୍ୟ ଲବଙ୍ଗ ମିଶା ଯାଉଥିବା ଦେଖିବାକୁ ମିଳୁଛି ।
ତେଣୁ ଏହି ସବୁ ଅସୁବିଧାରେ ମେଡିସିନ୍ ବ୍ୟବହାର ନକରି ଏହି ନୁସ୍କା ଆପଣେଇ ଦେଖନ୍ତୁ । କାରଣ ମେଡିସିନର ପାର୍ଶ୍ୱ ପ୍ରତିକ୍ରିୟା ଶରୀର ପାଇଁ ହାନୀକାରକ ହୋଇଥାଏ ।







