ସ୍ୱାସ୍ଥ୍ୟ

ପାଇବାକୁ ଚାହୁଁଛନ୍ତି କି ଅର୍ଶରୁ(ପାଇଲ୍ସ)ମୁକ୍ତି, ଆଜିଠାରୁ ବନ୍ଦ କରନ୍ତୁ ଏହି ସବୁ ଖାଦ୍ୟ

ଆଜିକାଲିର ସମୟରେ ମଣିଷ ନିଜର ଖରାପ ଜୀବନ ଶୈଳୀ ଏବଂ ଅସୁନ୍ତଳିତ ଖାଦ୍ୟ କାରଣରୁ ବିଭିନ୍ନ ପ୍ରକାର ରୋଗରେ ପୀଡିତ ହେଉଛି। ସେଥିମଧ୍ୟରେ ଅର୍ଶ ପରି ରୋଗ ମଧ୍ୟ ଅନ୍ତର୍ଭୁକ୍ତ । ଅର୍ଶ ସମସ୍ୟାକୁ ନେଇ ଲୋକମାନେ ବହୁତ ଚିନ୍ତାରେ ରହୁଛନ୍ତି। ଅର୍ଶ ଆଜିକାଲି ଏକ ସାଧାରଣ ରୋଗ କିନ୍ତୁ ବହୁତ ଗୁରୁତର ରୋଗ।

ଯେଉଁଥିରୁ ମୁକ୍ତି ପାଇବା ସହଜ ନୁହେଁ। ଏଥିରେ ରୋଗୀଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ବେଳେବେଳେ ଏହାର ଯନ୍ତ୍ରଣା ଅସହ୍ୟ ହୋଇଯାଏ।

ଏହି ସବୁ ଖାଦ୍ୟକୁ କରନ୍ତୁ ବାରଣ।:

ଧଳା ବ୍ରେଡ୍:

ଧଳା ବ୍ରେଡ୍ ଅର୍ଶ ପାଇଁ ବିଷ ପରି କାମକରେ । ଟୋଷ୍ଟ, ବିସ୍କୁଟ, ସାଣ୍ଡୱିଚ୍ ଇତ୍ୟାଦି ଧଳା ବ୍ରେଡ୍ ରୁ ହିଁ ତିଆରି। ଧଳା ମଇଦାରେ ତିଆରି ଜିନିଷ ଖାଇବା ଦ୍ୱାରା ଯନ୍ତ୍ରଣା ବହୁତ ବଢିଯାଏ।

ଦୁଗ୍ଧଜାତ ଦ୍ରବ୍ୟ:

ଦୁଗ୍ଧଜାତ ଦ୍ରବ୍ୟ ମଧ୍ୟ ଅର୍ଶ ରୋଗୀଙ୍କ ପାଇଁ ବହୁତ କ୍ଷତିକାରକ। କ୍ଷୀରରେ ତିଆରି ମିଠା ମଧ୍ୟ ଅଳ୍ପ ଖାଇବା ଉଚିତ୍। ଅଧିକ ମାତ୍ରାରେ ସେବନ କରିବା ଦ୍ୱାରା ଏହା ଶରୀରର କ୍ଷତି କରିଥାଏ।

ଚିଜ :

ରିପୋର୍ଟ ଅନୁସାରେ ଚିଜ ଅର୍ଶ ପାଇଁ ଅତ୍ୟନ୍ତ କ୍ଷତିକାରକ। ଏହାସହ ଫାଷ୍ଟଫୁଡ ଠାରୁ ଦୁରେଇ ରୁହନ୍ତୁ। ଫାଷ୍ଟଫୁଡ ର ଅର୍ଥ ହେଉଛି ପିଜା-ବର୍ଗର ପରି ଖାଦ୍ୟ। ଯେଉଁଥିରେ ଚିଜ ପନିର ବହୁତ ବ୍ୟବହୃତ ହୁଏ। ସେଥିପାଇଁ ଚିଜରେ ତିଆରି ଜିନିଷ ଆଦୌ ଖାଇବା ଉଚିତ୍ ନୁହେଁ।

ମାଂସ:

ଅର୍ଶ ସମୟରେ ମାଂସ ଖାଇଲେ ଏହା ରୋଗକୁ ଆହୁରି ବଢ଼ାଇଥାଏ । ବିଶେଷକରି ଲାଲ ମାଂସ। ଲାଲ ମାଂସ ମଧ୍ୟ ହୃଦରୋଗର ଆଶଙ୍କା ବଢ଼ାଇଥାଏ। ସେଥିପାଇଁ ଅର୍ଶ ରୋଗୀମାନେ ଲାଲ୍ ମାଂସ ଖାଇବା ଉଚିତ୍ ନୁହେଁ।

ପ୍ରୋସେସିଙ୍ଗ ଫୁଡ:

ପ୍ରୋସେସିଙ୍ଗ ଫୁଡ଼ ଖାଦ୍ୟରେ ଫ୍ରିଜ୍ ଖାଦ୍ୟ ଏବଂ ଫାଷ୍ଟଫୁଡ୍ ଅନ୍ତର୍ଭୁକ୍ତ । ଯେପରିକି ସ୍ନାକ୍ସ, କ୍ରିସପି ଚିଜ , ସସ୍ ରୋଲ୍, ମାଇକ୍ରୋୱେଭରେ ତିଆରି ଜିନିଷ, ପିଠା, ଇତ୍ୟାଦି ଖାଇବାଦ୍ୱାରା ପାଇଲ୍ସ ସମସ୍ୟା ବଢିଥାଏ। ତେଣୁ ଏହି ସବୁ ଖାଦ୍ୟ ବାରଣ କରିବା ଉଚିତ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button