ଦେଶ- ବିଦେଶ

୯୫% ଲୋକ ଛିଙ୍କିବା ସମୟରେ କରିଥାନ୍ତି ଏହି ଭୁଲ, ଜାଣି ରଖନ୍ତୁ ଛିଙ୍କିବାର ଠିକ ତରିକା

ଛିଙ୍କିବା ସମସ୍ତଙ୍କ ପାଇଁ ସାଧାରଣ କଥା ହୋଇଥାଏ। ଏହା ଶରୀରର ଏକ ସାମାନ୍ୟ କ୍ରିୟା। କିଛି ଲୋକଙ୍କୁ ଥଣ୍ଡା, ସର୍ଦ୍ଦି ସମୟରେ ଛିଙ୍କ ଆସିଥାଏ ତ କାହାକୁ କୌଣସି ଆଲର୍ଜି ହେଲେ। କିନ୍ତୁ ଅନେକ ଲୋକ ଅଜବ ଉପାୟରେ ଛିଙ୍କିଥାନ୍ତି। ଆମ ସମସ୍ତଙ୍କୁ ଛୋଟବେଳୁ ଶିଖାଯାଇଥାଏ ଯେ ଛିଙ୍କିବା ସମୟରେ ସରି କିମ୍ବା ଏକ୍ସକ୍ୟୁଜ ମି କହିବାକୁ, କିନ୍ତୁ ବହୁତ ଲୋକ ଏହା କହିବାକୁ ଭୁଲିଯାନ୍ତି। ଆଜି ଆମେ ଆପଣଙ୍କୁ କହିବୁ ଆମକୁ କିଭଳି ଭାବେ ଛିଙ୍କିବା ଉଚିତ, ଯଦ୍ଦ୍ୱାରା ନା ଆମେ କୌଣସି ଜୀବାଣୁ କାରଣରୁ ରୋଗରେ ପଡ଼ିବୁ ନା ଆମ ସାମ୍ନାରେ ଥିବା କୌଣସି ବ୍ୟକ୍ତି ରୋଗରେ ପଡ଼ିବ।

snee4

ଛିଙ୍କିବା ପାଇଁ କେହି ବି ପୂରା ଦିନଯାକ ରୁମାଲ କିମ୍ବା ଟିସୁ ପେପର ନେଇକି ଚାଲି ନ ଥାଏ। ତେଣୁ ଯେତେବେଳେ ବି ଆମେ ଛିଙ୍କିବା ନିଜ ହାତକୁ ତୁରନ୍ତ ସଫା କରିନେବା ଉଚିତ। ଫଳରେ ନିଜ ସହିତ ନିଜ ଆଖପାଖ ଲୋକ ମଧ୍ୟ ସୁସ୍ଥ ରହିପାରିବ। ଆପଣଙ୍କ ହାତର ଜୀବାଣୁ ଅନ୍ୟ ଜଣଙ୍କ ପାଖକୁ ଯାଇପାରିବ ନାହିଁ।

snee5

ଯଦି ଆପଣଙ୍କ ପାଖରେ ରୁମାଲ କିମ୍ବା ଟିସୁ ପେପର ନାହିଁ, ତେବେ ଆପଣ ନିଜ ଟି-ଶାର୍ଟ ଏବଂ ଶାର୍ଟର ସ୍ଲିଭରେ ଛିଙ୍କିପାରିବେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଛିଙ୍କିବା ପରେ ନିଜ ହାତକୁ ନିଶ୍ଚିତ ଧୁଅନ୍ତୁ।

snee3

ଏକ ରିସର୍ଚ୍ଚରୁ ଜଣାପଡ଼ିଛି, ୯୫% ଲୋକ ଛିଙ୍କିବା ସମୟରେ ଏହିପରି ଭୁଲ କରି ବସିଥାନ୍ତି। ତେବେ ଛିଙ୍କିବାର ଏହି ଶିଷ୍ଟାଚାର CDC (Centers for Disease Control and Prevention) ଦ୍ୱାରା ଏକ ଦଶକରୁ ଅଧିକ ସମୟରୁ ଜାରି କରାଯାଇଛି। ତେଣୁ ଯେତେବେଳେ ବି ଆପଣ ଛିଙ୍କିବାକୁ ଯାଉଥିବେ, ନିଜ ହାତକୁ କଦାପି ଉପଯୋଗ କରିବେ ନାହିଁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button