ରାଜ୍ୟ

ଆୟୁର୍ବେଦରେ ତୁଳସୀ ପତ୍ରକୁ ଚୋବାଇବାକୁ କରାଯାଇଛି ବାରଣ, ଏପରି କରନ୍ତୁ ବ୍ୟବହାର

ଆଧୁନିକ ସମୟରେ ଅଧିକାଂଶଙ୍କ ଘରେ ତୁଳସୀ ଗଛ ଦେଖିବାକୁ ମିଳିଥାଏ। ଆର୍ୟୁବେଦରେ ତୁଳସୀ ପତ୍ରକୁ ଔଷଧ ରୂପରେ ବ୍ୟବହାର କରାଯାଏ। ଏଥିରେ ଅନେକ ଔଷଧୀୟ ଗୁଣ ଭରି ହୋଇ ରହିଥାଏ, ଯାହା ସ୍ୱାସ୍ଥ୍ୟ ଏବଂ ସୁନ୍ଦରତା ପାଇଁ ବହୁତ ଲାଭଦାୟକ ହୋଇଥାଏ। ଡାକ୍ତର ମଧ୍ୟ କରୋନା କାଳରେ ତୁଳସୀ ପତ୍ର ଖାଇବାକୁ ପରାମର୍ଶ ଦେଉଛନ୍ତି। ଏହାସହିତ ପରିବର୍ତ୍ତନ ହେଉଥିବା ଋତୁରେ ଜ୍ୱର-ଥଣ୍ଡା-କାଶ ସମୟରେ ଏହା ରାମବାଣ ଭଳି କାମ କରିଥାଏ।

ଯେବେକି ଆୟୁର୍ବେଦରେ ତୁଳସୀ ପତ୍ରର ଚା ପିଇବା ଦ୍ୱାରା ବହୁତ ଲାଭଦାୟକ ହୋଇଥାଏ। ଏହାଦ୍ୱାରା ଅନେକ ରୋଗରୁ ଆରାମ ମିଳିଥାଏ। ତୁଳସୀ ପତ୍ରକୁ ଚୋବାଇବା ଅନୁଚିତ। ଯଦି ଆପଣ ଏ ବିଷୟରେ ଜଣାନାହିଁ ତାହେଲେ ଆଜି ଆମେ ଆପଣଙ୍କୁ ଜଣାଇବୁ ତୁଳସୀ ପତ୍ରକୁ କାହିଁକି ଚୋବାଇ ଖାଇବା ଅନୁଚିତ।

tulaseବିଶେଷଜ୍ଞଙ୍କ ଅନୁଯାୟୀ ତୁଳସୀ ପତ୍ରରେ ପାରା ଧାତୁର ତତ୍ତ୍ୱ ରହିଥାଏ, ତେଣୁ ପତ୍ରକୁ ଚୋବାଇବା ଦ୍ୱାରା ତାହା ଦାନ୍ତରେ ଲାଗିଯାଏ। ଏହାଦ୍ୱାରା ଆପଣଙ୍କ ଦାନ୍ତ ମଧ୍ୟ ଖରାପ ହୋଇଯାଇପାରେ। ତୁଳସୀ ପତ୍ର ସେବନ କରିବା ଦ୍ୱାରା ଧ୍ୟାନ ରଖନ୍ତୁ ଯେ ଏହାକୁ ଚୋବାଇବା ବଦଳରେ ଚା କିମ୍ବା କାଢ଼ା ବନାଇ ପିଇବା ଉଚିତ।

ଏପରି କରନ୍ତୁ ତୁଳସୀ ପତ୍ରର ସେବନ

ତୁଳସୀ ପତ୍ର ଖାଇବାର ସବୁଠାରୁ ସରଳ ଉପାୟ ହେଉଛି ଆପଣ ତୁଳସୀ ପତ୍ରକୁ ଚା ବନାଇ ପିଅନ୍ତୁ। ଏଥିପାଇଁ ପାଣିରେ ତୁଳସୀ ପତ୍ରକୁ ଭଲଭାବେ ଫୁଟାଇ ପିଅନ୍ତୁ। ଆପଣ ଚାହିଁବେ ତ ନିଜ ସ୍ୱାଦ ଅନୁସାରେ ଏଥିରେ ଅନ୍ୟ ଜିନିଷ ମିଶାଇ ଏହାକୁ ମସଲାଦାର ଏବଂ ଜଡିବୁଟି ବନାଇ ପିଇ ପାରିବେ।

ଏହାକୁ ସେବନ କରିବାର ସବୁଠାରୁ ବଡ ଫାଇଦା ହେଉଛି ଏହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ। ପ୍ରତିଦିନ ତୁଳସୀ ପତ୍ରର ଚା ପିଇବା ଦ୍ୱାରା ଶରୀରର ପ୍ରତିରୋଧକ କ୍ଷମତା ମଧ୍ୟ ମଜବୁତ ହୋଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button