ସ୍ୱାସ୍ଥ୍ୟ

ପତ୍ରକୋବି ଖାଇବା ପସନ୍ଦ କି? ତେବେ ଜାଣନ୍ତୁ ଏହାର ସ୍ବାସ୍ଥ୍ୟଜନିତ ଫାଇଦା

ପତ୍ରକୋବି ସ୍ବାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ। ପତ୍ରକୋବିରେ ଫାଇବର, ବିଟାକେରୋଟିନ, ଭିଟାମିନି-ବି୧, ବି୬, କେ, ଇ, ସି ବ୍ୟତୀତ ଅନ୍ୟ ଭିଟାମିନ୍ସ ମଧ୍ୟ ପ୍ରଚୁର ମାତ୍ରାରେ ରହିଥାଏ। ପତ୍ରକୋବିରେ ମିନେରାଲ୍ସ, ଆଇରନ ଏବଂ ସଲଫର ମଧ୍ୟ ଅଧିକ ମାତ୍ରାରେ ରହିଥାଏ। ଏହା ସ୍ବାସ୍ଥ୍ୟ, ତ୍ବଚା ଏବଂ କେଶ ପାଇଁ ଲାଭକାରୀ ହୋଇଥାଏ।

ପତ୍ରକୋବିରେ ଥିବା ଆଇସୋସାଇନେଟସ୍ ଶରୀରରେ ଏଷ୍ଟ୍ରୋଜିନ ମେଟାବୋଲିଜିମର ପ୍ରକ୍ରିୟାକୁ ତିବ୍ର କରି କ୍ୟାନସର ରୋଗରୁ ରକ୍ଷା କରିଥାଏ। ଏହା ଛଡ଼ା ଏଥିରେ ଡିନଡାଲୀମେଥେନ, ସିନୀଗ୍ରିନ, ଲ୍ୟୁପେଲ, ସୁଲଫୁରନ ଏବଂ ଇନଡୋଲ-୩ କାରାବିନୋଲ (୧୩ ସି) ଭଳି ଆବଶ୍ୟକୀୟ ମିନେରାଲ୍ସ ରହିଥାଏ। ଏହି ସବୁ ପୋଷକ ତତ୍ତ୍ବ ଶରୀରକୁ କ୍ୟାନସର ରୋଗରୁ ରକ୍ଷା କରିଥାଏ।

vegetables-cabbage-ପତ୍ରକୋବି ସେବନ କଲେ ପେଟ ସଫା ରହିଥାଏ। ଏଥିରେ କ୍ୟାଲୋରୀ ଏବଂ ସଲଫର ଅଧିକ ମାତ୍ରାରେ ରହିଥାଏ। ଆପଣ ପତ୍ରକୋବି ଜୁସ୍ ସେବନ କରିବା ପରେ ଶରୀରରେ ଭିନ୍ନତା ଦେଖିବାକୁ ପାଇବେ ଏବଂ ଯାହାପରେ ଶରୀର ପାଇଁ ଲାଭକାରୀ ହେବାର ଆପଣ ଅନୁଭବ କରିପାରିବେ।

-ପତ୍ରକୋବି ତ୍ବଚା ସମ୍ବନ୍ଧୀୟ ସମସ୍ତ ସମସ୍ୟା ମଧ୍ୟ ଦୂର କରିଥାଏ। ଆପଣଙ୍କ ତ୍ବଚା ଯେତେ ଖରାପ ହୋଇଥିଲେ ମଧ୍ୟ ପତ୍ରକୋବି ତ୍ବଚାର ପ୍ରାକୃତିକ ଚମକ ଫେରାଇବାରେ ସାହାଯ୍ୟ କରିଥାଏ।

cabbage (2)-କେଶ ଲମ୍ବା ହେବା ପାଇଁ ଶରୀରରେ ସବୁଠାରୁ ଅଧିକ ଭିଟାମିନ-ଇ ଏବଂ ସିଲିକନର ଆବଶ୍ୟକତା ରହିଥାଏ। ଏହି ଦୁଇଟି ଜିନିଷ ପତ୍ରକୋବିରେ ପ୍ରଚୁର ମାତ୍ରାରେ ରହିଥାଏ। ପତ୍ରକୋବି ଅଧିକ ସେବନ କରିବା ଦ୍ବାରା ଆପଣଙ୍କ କେଶ ଲମ୍ବା ହେବାର ଆପଣ ନିଜେ ଅନୁଭବ କରିପାରିବେ। ଏହା ବ୍ୟତୀତ ପତ୍ରକୋବି ଜୁସ୍ ଶରୀରରେ ସଲଫରର ଅଭାବକୁ ପୂରଣ କରିଥାଏ। ଯାହା ଫଳରେ କେଶ ଅଧିକ ଲମ୍ବା ହେବା ସହ ଘନ ମଧ୍ୟ ହୋଇଥାଏ।

– ଅଧିକାଂଶ ମହିଳାମାନଙ୍କ ଶରୀରରେ ରକ୍ତର ଅଭାବ ଦେଖାଦେଇଥାଏ। ଏହିଭଳି ଲୋକମାନେ ପ୍ରତ୍ୟେକ ଦିନ ପତ୍ରକୋବି ସାଲାଡ଼ ଆକାରରେ ନିଜର ଖାଦ୍ୟରେ ସାମିଲ କରିବା ଉଚିତ। ପତ୍ରକୋବିରେ ଫଲିକ ଏସିଡ ରହିଥାଏ, ଯାହା ଶରୀରରେ ରକ୍ତର ଅଭାବକୁ ପୂରଣ କରିଥାଏ। ଫଲିକ ଏସିଡ ଦ୍ବାରା ଶରୀରରେ ନୂଆ ରକ୍ତ ପ୍ରସ୍ତୁତ ହୋଇଥାଏ, ଯାହା ଶରୀରରେ ରକ୍ତର ଅଭାବକୁ ଦୂର କରିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button