ସ୍ୱାସ୍ଥ୍ୟ

ଇମ୍ୟୁନିଟି ବଢାଇବା ପାଇଁ ଏହିସବୁ ଘରୋଇ ଉପାୟ ହୋଇପାରେ ହାନିକାରକ, ଜାଣନ୍ତୁ କେତେ ମାତ୍ରାରେ ସେବନ କରିବା ଉଚିତ

ରକ୍ଷା ପାଇବା ପାଇଁ ଅଧିକାଂଶ ଲୋକ ଇମ୍ୟୁନିଟି ବଢାଇବାକୁ ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ବିଭିନ୍ନ ପ୍ରକାର ଘରୋଇ ଉପାୟ ମଧ୍ୟ ଆପଣାଛନ୍ତି। ଏବେ ବଜାରରେ ହର୍ବାଲ ସପ୍ଲିମେଣ୍ଟସ ବୃଦ୍ଧି ପାଇବାରେ ଲାଗିଛି। ଇମ୍ୟୁନିଟି ବୁଷ୍ଟର ନାମରେ ଦୋକାନରେ ବିଭିନ୍ନ ପ୍ରକାରର ଜୁସ ଏବଂ ଔଷଧ ମଧ୍ୟ ବିକ୍ରି ହେଉଛି। ଲୋକମାନେ ବିନା ଡାକ୍ତର ପରାମର୍ଶରେ ନିଜେ ନିଜେ ଭିଟାମିନ ଔଷଧ ଖାଇବାରେ ଲାଗିପଡିଛନ୍ତି। କିଛି ଲୋକ ନିଜ ମନମୁତାବକ ରୋଷେଇ ଘରେ ଥିବା ମସଲାରୁ ନିର୍ମିତ କାଢା ପିଇବାରେ ଲାଗିପଡିଛନ୍ତି। କିନ୍ତୁ ଏହି କାଢାରେ ପକାଉଥିବା ଜିନିଷର ମାତ୍ରା କେତେ ରହିବା କଥା ସେକଥା ଜାଣିନାହାନ୍ତି। ତେବେ ଆସନ୍ତୁ ଜାଣିବା, କେତେ ମାତ୍ରାରେ ଖାଇବା ଉଚିତ ତାହା ଜାଣିବା ନିତାନ୍ତ ଆବଶ୍ୟକ।

haldi

ହଳଦୀ: ହଳଦୀରେ ଥିବା କରକ୍ୟୁମିନରେ ଆଣ୍ଟି ଭାଇରଲ ଏବଂ ଆଣ୍ଟି ଇମ୍ପ୍ଲାମେଣ୍ଟାରୀ ଗୁଣ ମିଳିଥାଏ। ପାଉଡର ତୁଳନାରେ କଞ୍ଚା ହଳଦୀ ଅଧିକ ଫାଇଦାଯୁକ୍ତ ହୋଇଥାଏ। ହଳଦୀକୁ ଗୋଲମରିଚ ସହିତ ଖାଇବା ଦ୍ୱାରା ଅଧିକ ଲାଭ ମିଳିଥାଏ। ଆପଣ ଏହି ମିଶ୍ରଣକୁ ନେଇ ଦିନକୁ ତିନି ଗ୍ରାମ ଅର୍ଥାତ୍‌ ଅଧା ଚାମଚରୁ ଅଧିକ ଖାଇବା ଅନୁଚିତ। ଯଦି ଆପଣଙ୍କ ପେଟରେ ଯନ୍ତ୍ରଣା କିମ୍ବା ଫୁଲିଥାଏ, ତେବେ ଏହାକୁ ଖାଇବା ବନ୍ଦ କରିଦିଅନ୍ତୁ।

ada

ଅଦା: ଅଦା ପେଟରେ ଥିବା ବ୍ୟାକ୍ଟେରିଆକୁ ସ୍ଥିର କରି ପାଚନ ତନ୍ତ୍ରକୁ ସୁସ୍ଥ କରିଥାଏ। ଶୁଖିଲା ଅଦା ଫୁସଫୁସକୁ ସଫା କରିବାର କାମ କରିଥାଏ। ଯଦି ଆପଣଙ୍କର ଗ୍ୟାସ୍‌ଜନିତ ସମସ୍ୟା ଦେଖିବାକୁ ମିଳିଥାଏ, ତେବେ ଅଦା ଓ ଲେମ୍ବୁ ଖାଆନ୍ତୁ ନାହିଁ। ପ୍ରତିଦିନ ଦୁଇ ଚାମଚରୁ ଅଧିକ ରସ ଖାଆନ୍ତୁ ନାହିଁ।

ଗୋଲମରିଚ : ଗୋଲମରିଚରେ ପିପେରାଇନ ଫୁସଫୁସକୁ ସଫା କରିଥାଏ ଏବଂ ଟି କୋଷିକାକୁ ସୁଧାର ଆଣିଥାଏ। ଯାହା ସଂକ୍ରମଣ ରୋକିଥାଏ। ତେଣୁ ଦିନକୁ ମାତ୍ର ଚାରି ଗ୍ରାମରୁ ଅଧିକ ଗୋଲମରିଚ ସେବନ କରନ୍ତୁ ନାହିଁ।

rasun

ରସୁଣ : ରସୁଣରେ ଏଲିସିନ, ଡିସ୍ଲଫେଟ ଏବଂ ଥାୟୋସଲେଫେଟ ରହିଥାଏ। ଯାହା ପାଚନ ତନ୍ତ୍ର ସହିତ ଫୁସଫୁସକୁ ସୁସ୍ଥ ରଖିଥାଏ। ରସୁଣକୁ ମାଛ ସହିତ ଖାଇବା ବହୁତ ଫାଇଦାଯୁକ୍ତ ହୋଇଥାଏ। କିନ୍ତୁ ଦିନକୁ ସାତ ଗ୍ରାମରୁ ଅଧିକ ରସୁଣ ଖାଇବା ଉଚିତ ନୁହେଁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button